www.samajalive.in
Monday, December 8, 2025
14.1 C
Bhubaneswar

ଏକ ମାତ୍ର ଓଡିଆ ଭାବେ ଫୁଲବ୍ରାଇଟ୍‌ ଫେଲୋସିପ୍‌ ସମ୍ମାନ ପାଇଁ ଯୋଗ୍ୟ ବିବେଚିତ ହେଲେ ଜୁବିନ ଦାଶ

ଭୁବନେଶ୍ୱର: ଚଳିତ ବର୍ଷ ଏକମାତ୍ର ଓଡିଆ ଭାବେ ଜୁବିନ ଦାଶ ନ୍ୟୁୟର୍କର କଲମ୍ୱିଆ ବିଶ୍ୱବିଦ୍ୟାଳୟରେ ଏଲଏଲ.ଏମ୍‌ କରିବା ଫୁଲବ୍ରାଇଟ୍‌ ଫେଲୋସିପ୍‌ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହା ବିଶ୍ୱର ସବୁଠାରୁ ବଡ ଶିକ୍ଷାଗତ ବୃତ୍ତି ଭାବେ ପରିଗଣିତ ହୁଏ । ବିଶ୍ୱର ଦେଢ ଶହ ଦେଶର ମେଧାବୀ ଛାତ୍ର ଛାତ୍ରୀମାନେ ଏହି ଛାତ୍ରବୃତ୍ତି ପାଇଁ ପ୍ରତିଦ୍ୱନ୍ଦିତା କରିଥାଆନ୍ତି ।

ଏହି ଫେଲୋସିପ୍‌ ବିଭିନ୍ନ ଶିକ୍ଷା କ୍ଷେତ୍ରରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଥାଏ । ଏମାନେ ଆମେରିକରେ ସ୍ନାତକୋତ୍ତର ଶିକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଥାଆନ୍ତି । ଏହି ଶିକ୍ଷାଲାଭ ପରେ ସମାଜର ମୂଳସ୍ରୋତରେ ସାମିଲ ହୋଇ ଉନ୍ନତି ଏବଂ ନେତୃତ୍ୱ ନେବାର ଦକ୍ଷତା ବୃଦ୍ଧି ହୋଇଥାଏ । ଫୁଲବ୍ରାଇଟ୍‌ ଫେଲୋସିପ୍‌ରେ ଅଧ୍ୟୟନ କରିଥିବା ଅନେକ ଛାତ୍ରଛାତ୍ରୀ ଭବିଷ୍ୟତରେ ନେତୃତ୍ୱ ନେବା ସହ ସମାଜରେ ବିଭିନ୍ନ ପରିବର୍ତ୍ତନ ଆଣିଛନ୍ତି ଏବଂ ନୋବେଲ ପରି ସମ୍ମାନଜନକ ପୁରସ୍କାର ପାଇଛନ୍ତି ।

- Advertisement -

ବିଶ୍ୱର ମେଧାବୀ ଛାତ୍ରଛାତ୍ରୀଙ୍କ ସହ ଜୁବିନ୍‌ଙ୍କର ପ୍ରତିଦ୍ୱନ୍ଦିତା ହୋଇଥିଲା । ସେ ସଫଳତାର ସହ ଏହାର ଚୟନ ପ୍ରକ୍ରିୟାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେ ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରେ ସମ୍ମାନ ଲାଭ କରିଛନ୍ତି । ୨୦୧୪ରେ ଓ୍ଵାଶିଂଟନ ଡିସି ହେସପ୍ ମୁଟ୍ କୋର୍ଟ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ଵ କରିଥିଲେ। ୨୦୧୬ରେ ତତ୍କାଳୀନ ପ୍ରଧାନ ବିଚାରପତି ଟିଏସ ଠାକୁରଙ୍କଠୁ ସେ ସ୍ଵର୍ଣ୍ଣ ପଦକ ପାଇଥିଲେ ।

ଜୁବିନଙ୍କ ପିତା ଡ. ଦେବୀ ପ୍ରସାଦ ଦାଶ ରାଜସ୍ଵ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆର୍‌ଆଇ)ର ମୁଖ୍ୟ ମହାନିର୍ଦ୍ଦେଶକ ପଦବୀରେ ଅଧିଷ୍ଠିତ ଥିଲେ, ତାଙ୍କ ମାଆ ସୋନାଲି ଦାଶ ଜଣେ ଶିକ୍ଷାବିତ୍‌ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories