www.samajalive.in
Saturday, December 6, 2025
26.1 C
Bhubaneswar

ଅନଲାଇନ ଖାଦ୍ୟ ମଗାଇବା ପଡ଼ିବ ମହଙ୍ଗା: ଜିଓ, ଏୟାରଟେଲ ପରେ ଗ୍ରାହକଙ୍କୁ ଝଟ୍‌କା ଦେଲେ ସ୍ଵିଗି, ଜୋମାଟୋ

ସମାଜ ଡିଜିଟାଲ ଡେସ୍କ: ମୋବାଇଲ୍‌ ରିଚାର୍ଜ ପରେ ଏବେ ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର କରିବା ମହଙ୍ଗା ହୋଇଛି। ଅନ୍‌ଲାଇନ୍‌ ଖାଦ୍ୟ ଡେଲିଭରୀ ଆପ୍ ଜୋମାଟୋ ଓ ସ୍ଵିଗି ଦିଲ୍ଲୀ ଏବଂ ବେଙ୍ଗାଲୁରୁରେ ଏହାର ଫି’ ୨୦ ପ୍ରତିଶତ ବଢାଇବା ନେଇ ଘୋଷଣା କରିଛି। ଏହାପୂର୍ବରୁ ଟେଲିକମ୍ ଅପରେଟର ଜିଓ, ​​ଏୟାରଟେଲ ଏବଂ ଭୋଡାଫୋନ୍-ଆଇଡିଆ ଏହାର ରିଚାର୍ଜ ପ୍ଲାନ୍ ବୃଦ୍ଧି କରିଥିଲେ। ଏଥିରେ ମଧ୍ୟ ପ୍ରାୟ ୨୦ ପ୍ରତିଶତ ବୃଦ୍ଧି କରାଯାଇଛି।

Zomato ଓ Swiggy ଗ୍ରାହକଙ୍କଠାରୁ ପ୍ରତ୍ୟେକ ଅର୍ଡରରେ ଦିଲ୍ଲୀ ଓ ବେଙ୍ଗାଲୁରୁରେ ୬ ଟଙ୍କା ପ୍ଲାଟଫର୍ମ ଫି’ ଆଦାୟ କରାଯିବ, ଯାହା ପୂର୍ବରୁ ୫ ଟଙ୍କା ଥିଲା। ସେହିପରି ବେଙ୍ଗାଲୁରୁରେ ସ୍ଵିଗି ପ୍ରଥମେ ୭ ଟଙ୍କା ପ୍ଲାଟଫର୍ମ ଫି’ ଚାର୍ଜ କରିବାର ଟିଜର ରିଲିଜ କରିଥିଲା, କିନ୍ତୁ ଗ୍ରାହକଙ୍କ ଅସନ୍ତୋଷ ପରେ ସ୍ଵିଗି ପୂର୍ବ ଭଳି ୬ ଟଙ୍କା ଫି’ ଆଦାୟ କରିଥିଲା।

- Advertisement -

ଯେମିତି ଜିଓ ଏବଂ ଏୟାରଟେଲ ଟେିଲିକମ୍‌ ମାର୍କେଟକୁ ସମ୍ପୂର୍ଣ୍ଣ କବ୍‌ଜା କରିଛି, ଠିକ୍ ସେହିପରି ସ୍ଵିଗି ଓ ଜୋମାଟୋର ଅନ୍‌ଲାଇନ୍‌ ଫୁଡ୍‌ ଅର୍ଡର ସେକ୍ଟରରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି। ଜୋମାଟୋର ମାର୍କେଟ ଶେୟାର ପ୍ରାୟ ୫୫ ପ୍ରତିଶତ ଥିବାବେଳେ ସ୍ଵିଗିର ମାର୍କେଟ ଶେୟାର ପ୍ରାୟ ୪୪ ପ୍ରତିଶତ ରହିଛି। ଅର୍ଥାତ୍ ଅନଲାଇନ୍ ଫୁଡ୍‌ ଅର୍ଡର ମାର୍କେଟରେ ପ୍ରାୟ ୯୯ ପ୍ରତିଶତ ଏହି ଦୁଇଟି କମ୍ପାନୀର କବ୍‌ଜା ରହିଛି।

 

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories