www.samajalive.in
Sunday, December 7, 2025
23.1 C
Bhubaneswar

କଞ୍ଚା ଲଙ୍କା ଲେମ୍ବୁ ରସ ଚିକେନ

ଆବଶ୍ୟକ ସାମଗ୍ରୀ
ଚିକେନ – ୫୦୦ ଗ୍ରାମ
ପିଆଜ – ୨ଟି
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଜିରା ଗୁଣ୍ଡ – ଅଳ୍ପ
ଲେମ୍ବୁ ରସ – ଅଳ୍ପ
ଲୁଣ – ଆବଶ୍ୟକ ଅନୁଯାୟୀ
ଅଦା ରସୁଣ ବଟା – ୪ଚାମଚ
କଞ୍ଚା ଲଙ୍କା – ୪ଟି
ତେଲ – ଆବଶ୍ୟକ ଅନୁଯାୟୀ
ପେଷା ଟମାଟୋ – ୧କପ
ଗରମ ମସଲା – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଲୁଣ, ଲେମ୍ବୁ ରସ, ଜିରା ଗୁଣ୍ଡ, ଅଦା ରସୁଣ ବଟା ଭଲ ଭାବେ ମିଶାଇ ୧ ଘଣ୍ଟା ରଖି ଦିଅନ୍ତୁ। ଏହାପରେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ କଟା ପିଆଜକୁ ପକାଇ ଭଲ ଭାବେ ଭାଜନ୍ତୁ। ଭାଜି ହୋଇଗଲେ ପିଆଜକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ଏହି ତେଲରେ ଗୋଳାଇ ରଖିଥିବା ଚିକେନକୁ ପକାଇ ଭଲ ଭାବେ ଭାଜନ୍ତୁ। ଚିକେନ ଭାଜି ହୋଇଗଲେ ଆଞ୍ଚ ବନ୍ଦ କରି ଦିଅନ୍ତୁ। ଏହାପରେ ପୁଣି ଗ୍ୟାସରେ ଆଉ ଏକ ପାତ୍ର ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ଏଥିରେ ପିଆଜ, କଞ୍ଚା ଲଙ୍କା, ପେଷା ଟମାଟୋ, ଲୁଣ ପକାଇ କଷନ୍ତୁ। କଷିବା ପରେ ପୂର୍ବରୁ ପ୍ରସ୍ତୁତ ଚିକେନ, ଗରମ ମସଲା ସାମନ୍ୟ ପାଣି ଦେଇ ଭଲ ଭାବେ ଗୋଳାନ୍ତୁ। କିଛି ସମୟ ପରେ ଏହାକୁ ଗ୍ୟାସରୁ ଏକ ପାତ୍ରକୁ କାଢି କଟା ଧନିଆପତ୍ର, ଭଜା ପିଆଜ ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କଞ୍ଚା ଲଙ୍କା ଲେମ୍ବୁ ରସ ଚିକେନ ମସଲା ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories