www.samajalive.in
Thursday, December 11, 2025
13.1 C
Bhubaneswar

ଆଜିଠାରୁ ‘ୟୁଟ୍ୟୁବ୍‌’​‌ରେ ପ୍ରଥମରୁ ଦଶମ ପାଠପଢ଼ା

ଭୁବନେଶ୍ୱର,: କରୋନା ସଂକ୍ରମଣ ଯୋଗୁଁ ଦୀର୍ଘ ଦିନ ଧରି ବିଦ୍ୟାଳୟରେ ଶ୍ରେଣୀଗୃହ ଶିକ୍ଷାଦାନ ବନ୍ଦ ଥିଲା। କରୋନା ଲହର ଯୋଗୁଁ ୨୦୨୧-୨୨ ଶିକ୍ଷାବର୍ଷର ପାଠପଢ଼ା ଯେଭଳି ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ନହେବ ତାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆସନ୍ତାକାଲି ଠାରୁ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ୟୁଟ୍ୟୁବ୍‌ରେ ପାଠପଢାଯିବ।

- Advertisement -

‘ଶିକ୍ଷାଦର୍ପଣ’ କାର୍ଯ୍ୟକ୍ରମରେ ଟିଭିରେ ପଢ଼ିବେ ନବମ, ଦଶମ ବିଦ୍ୟାର୍ଥୀ

ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାର୍ଥୀ ପ୍ରାୟ ୧୬ ମାସ ଧରି ବିଦ୍ୟାଳୟ ଯାଇ ନଥିବାରୁ ଆସନ୍ତାକାଲିଠାରୁ ୟୁଟ୍ୟୁବ୍‌ରେ ଶିକ୍ଷା ଦିଆଯିବ। ଏନେଇ ସବୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ପାଠପଢ଼ା ସମ୍ବନ୍ଧରେ ସମୟ ସାରେଣୀ ମଧ୍ୟ ପ୍ରକାଶ ପାଇଛି।

ୟୁଟ୍ୟୁବ୍‌ରେ ଆଜିଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ନବମ ଓ ଦଶମ ବିଦ୍ୟାର୍ଥୀଙ୍କର ପାଠପଢା ଚାଲିବ। ସୋମବାରରୁ ଶୁକ୍ରବାର ସକାଳ ୧୦ଟା ୪୫ରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ଦିନକୁ ୪ଟି ପିରିୟଡ୍‌(ଶ୍ରେଣୀ) କରାଯିବ। ସେହିପରି ଜୁଲାଇ ୭ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ୟୁଟ୍ୟୁବ୍‌ରେ ହେବ। ୟୁଟ୍ୟୁବରେ ଯେଉଁ ବିଷୟ ପଢ଼ାଯିବ ବିଦ୍ୟାଳୟର ସମ୍ପୃକ୍ତ ବିଷୟର ଶିକ୍ଷକ ତାକୁ ଦେଖିବେ। ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହୁଥିବା ଦ୍ବନ୍ଦ୍ବକୁ ଚାଟ୍‌ ଓ ଭଏସ୍‌ କଲ୍‌ ଜରିଆରେ ଦୂର କରାଯିବ। ନବମ ଓ ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କର ଆସନ୍ତାକାଲିଠାରୁ ଶିକ୍ଷାଦର୍ପଣ କାର୍ଯ୍ୟକ୍ରମ ଜରିଆରେ ଦୂରଦର୍ଶନରେ ଟିଭିିରେ ପାଠ ପଢାଯିବ।

ଅନ୍ୟପକ୍ଷରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ଟିଭିରେ ପାଠପଢାକୁ ରାଜ୍ୟ ସରକାର ଗୁରୁତ୍ବ ଦେବାକୁ ଦାବି କରାଯାଇଛି। ଗତବର୍ଷ ଅନ୍‌ଲାଇନ୍‌ ପାଠପଢାରୁ ଅଭିଜ୍ଞାତରୁ ପାଇଥିବା ଶିକ୍ଷାରୁ ସରକାର ଅନ୍‌ଲାଇନ୍‌ ବ୍ୟତୀତ ଟିଭିରେ ପାଠପଢାକୁ ଗୁରୁତ୍ବ ଦେବାକୁ ଓଷ୍ଟାର ବିନୋଦୀ ବିହାରୀ ପାଣିଗ୍ରାହୀ, ଭିକାରି ଚରଣ ସାହୁ, ପ୍ରକାଶ ଚନ୍ଦ୍ର ମହାନ୍ତି, ରଞ୍ଜନ କୁମାର ଦାଶ, ଅଶୋକ କୁମାର ମହାପାତ୍ର ପ୍ରମୁଖ ଦାବି କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories