www.samajalive.in
Monday, December 8, 2025
24.1 C
Bhubaneswar

ପ୍ରବଳ ବର୍ଷାରୁ ମୁମ୍ବଇ ଉବୁଟୁବୁ: ଝରଣାରେ ଭାସିଗଲେ ୪ ଛାତ୍ରୀ

ମୁମ୍ବଇ : ମୁମ୍ବଇରେ ଶୁକ୍ରବାର ରାତିରୁ ଆରମ୍ଭ ହୋଇଥିବା ମୂଷଳ ଧାରାର ବର୍ଷା ଶନିବାରେ ମଧ୍ୟ ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ରିବାବର ପର୍ଯ୍ୟନ୍ତ ରେଡ ଆଲର୍ଟ ଜାରି କରାଯାଇଛି। ମୁମ୍ବଇ ସହରରେ ଶନିବାର ବର୍ଷା ଜନିତ ପୃଥକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩ ଜଣ ନିଖୋଜ ଅଛନ୍ତି। ସେହପରି ନଭୀ ମୁମ୍ବଇ ଡ୍ରାଇଭିଙ୍ଗ ରେଂଜ ନିକଟ ଝରଣାରେ ୪ ଜଣ ଛାତ୍ରୀ ଭାସିଯାଇଛନ୍ତି।
ବର୍ଷାରେ ପୂରା ମୁମ୍ବଇ ଉବୁଟୁବୁ ହେଉଛି। ଉଚ୍ଚ ଜୁଆର ଏବଂ ଜଳସ୍ତର ବୃଦ୍ଧି ଯୋଗୁଁ କେତେକ ସ୍ଥାନରେ ଲୋକାଲ ରେଳ ସେବାକୁ ବାତିଲ କରିଦିଆଯାଇଛି। କୁର୍ଲା-ଚୁନାଭଟ୍ଟି ରାଜପଥ, କୁର୍ଲା-ସାୟନ ଲାଇନ ରାଜପଥ ଜଳାର୍ଣ୍ଣବ ହୋଇ ରହିଥିବାରୁ ଏହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି।
ସୂଚନା ଅନୁଯାୟୀ ନଭୀ ମୁମ୍ବଇ ଖାରଘର ପାଣ୍ଡଭକାଡ଼ା ପାହାଡ଼ ଡ୍ରାଇଭିଂ ରେଂଜକୁ ୭ ଜଣ ଛାତ୍ରଛାତ୍ରୀ ଶନିବାର ସକାଳେ ପିକନିକ କରିବାକୁ ଆସିଥିଲେ। ସେମାନେ ସକାଳ ପ୍ରାୟ ୧୧ଟା ବେଳେ ପାହାଡ଼ ତଳ ଝରଣା କୂଳରେ ଗାଧୋଉଥିଲାବେଳେ ଝରଣାରେ ହଠାତ ବର୍ଷା ପାଣି ଆସି ସେମାନଙ୍କୁ ଭସାଇ ନେଇଥିଲା। ଅଗ୍ନିଶମ ବିଭାଗ ଖୋଜାଖୋଜି କରି ୪ ଜଣଙ୍କ ଶବ ଜବତ କରିଛି। ୩ ଜଣଙ୍କୁ ସ୍ଥାନୀୟ ଲୋକେ ରକ୍ଷା କରିବାରେ ସଫଳ ହୋଇଛନ୍ତି। ବର୍ଷା ଯୋଗୁଁ ଝରଣା ଭୟଙ୍କର ରୂପ ଧାରଣ କରିଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories