www.samajalive.in
Wednesday, December 10, 2025
18.1 C
Bhubaneswar

ଯୁବ ଅଲିମ୍ପିକ୍‍ସ ; ହକି ଫାଇନାଲରେ ଭାରତ ପୁରୁଷ ଓ ମହିଳା ଦଳ

ବୁଏନ୍ସ ଏରିଜ୍‍ : ଏଠାରେ ଖେଳାଯାଉଥିବା ଯୁବ ଅଲିମ୍ପିକ୍‍ସର ହକି ଫାଇନାଲରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ପ୍ରବେଶ କରିଛନ୍ତି।
ପୁରୁଷ ବିଭାଗ ସେମିଫାଇନାଲରେ ଭାରତ ୩-୧ ଗୋଲ୍‍ରେ ଆୟୋଜକ ଆର୍ଜେଣ୍ଟିନାକୁ ପରାସ୍ତ କରିଥିବା ବେଳେ ମହିଳା ବିଭାଗ ସେମିରେ ଚୀନ୍‍କୁ ୩-୦ ଗୋଲ୍‍ରେ ପରାସ୍ତ କରିଥିଲା। ଫାଇନାଲରେ ଭାରତୀୟ ପୁରୁଷ ଦଳର ମୁକାବିଲା ମାଲେସିଆ ଓ ମହିଳା ଦଳର ମୁକାବିଲା ଆର୍ଜେଣ୍ଟିନା ସହ ହେବ। ପୁରୁଷ ବିଭାଗ ସେମିଫାଇନାଲରେ ଭାରତୀୟ ଦଳ ତରଫରୁ ଖେଳର ୩ୟ ମିନିଟ୍‍ରେ ରାହୁଲ କୁମାର ପ୍ରଥମ ଗୋଲ୍‍ ସ୍କୋର କରିଥିଲେ। ତେବେ ୪ ମିିନିଟ୍‍ରେ ଆର୍ଜେଣ୍ଟିନାର ଅଧିନାୟକ ଫାକୁଣ୍ଡୋ ଜରାଟା ଗୋଲ୍‍ଟିକୁ ପରିଶୋଧ କରି ଖେଳକୁ ସମାନ ସ୍ତରକୁ ଆଣିଥିଲେ। ଏହାପରେ ଉଭୟ ଦଳ ଗୋଲ୍‍ ସ୍କୋର କରିବାର କେତେକ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ସଫଳତା ପାଇନଥିଲେ। ଖେଳର ୧୨ ମିନଟ୍‍ରେ ସୁଦୀପ ଚିରମାକୋ ଭାରତ ତରଫରୁ ଦ୍ୱିତୀୟ ଗୋଲ୍‍ ସ୍କୋର କରିଥିଲେ। ଏହାର ୬ ମିନିଟ୍‍ ଅର୍ଥାତ ଖେଳର ୧୮ ମିିନିଟ୍‍ରେ ସୁଦୀପ ପୁନର୍ବାର ଗୋଲ୍‍ ସ୍କୋର କରି ଦଳକୁ ୩-୧ରେ ଅଗ୍ରଣୀ କରାଇଥିଲେ। ଗୋଲ୍‍ ପରିଶୋଧ କରିବାକୁ ଆର୍ଜେଣ୍ଟିନା ବହୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ପାରିନଥିଲା। ମହିଳା ସେମିଫାଇନାଲରେ ଖେଳର ୫୨ ସେକେଣ୍ଡରେ ଭାରତ ତରଫରୁ ମୁମତାଜ ଖାନ୍‍ ଗୋଲ ସ୍କୋର କରି ଦଳକୁ ଅଗ୍ରଣୀ କରାଇଥିଲେ। ୫ମ ମିନିଟ୍‍ରେ ଦଳ ତରଫରୁ ରୀତ୍‍ ଓ ୧୩ ମିନିଟ୍‍ରେ ଲାଲ୍‍ରେମସିଆମି ଗୋଲ୍‍ ସ୍କୋର କରି ଦଳକୁ ସହଜ ବିଜୟ ପ୍ରଦାନ କରିଥିଲେ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories