www.samajalive.in
Monday, December 8, 2025
27.1 C
Bhubaneswar

ବିପର୍ଯ୍ୟୟ ମୁକାବିଲାରେ ରାଜ୍ୟ ସରକାର ବିଫଳ : ଧର୍ମେନ୍ଦ୍ର

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ତିତ୍‍ଲି ଓ ପରବର୍ତ୍ତୀ ବନ୍ୟା ପରିସ୍ଥିତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଖାମଖିଆଲି ବିପର୍ଯ୍ୟୟ ପରିଚାଳନା ଓ ସରକାରଙ୍କ ସମ୍ବେଦନହୀନତା କାରଣରୁ ମନୁଷ୍ୟକୃତ ତ୍ରୁଟିରେ ବିଭିନ୍ନ ଜିଲାରେ ଲୋକମାନେ ଭୋଗୁଥିବା ଦୁର୍ଦଶାରେ ଓଡ଼ିଶାବାସୀ ମର୍ମାହତ ବୋଲି ଆକ୍ଷେପ କରିଛନ୍ତି ଶ୍ରୀ ପ୍ରଧାନ। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟି ମିଶନ ଫେଲ ହେବା ନେଇ ସେ ମଧ୍ୟ କଟାକ୍ଷ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲଟି ନାରା ପ୍ରଚାରରେ ସୀମିତ ରହିଛି। ଦୁର୍ଦଶା ସମୟରେ ହକିର ବ୍ରାଣ୍ଡିିଂ ପାଇଁ ମୁଖ୍ୟମନ୍ତ୍ରୀ ଫଟୋସୁଟ୍‍ କଲେ। କେବିସି ସୋ’ରେ ଉତ୍ସବ ପାଳନ କରିବାକୁ ବିବେକ ବାଧା ଦେଲାନି ବୋଲି ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ବିଶେଷକରି ତିତଲି ବର୍ଷା ଓ ବନ୍ୟା କଷ୍ଟଠାରୁ ସରକାର ଓ ପ୍ରଶାସନର ବରିଷ୍ଠ ବ୍ୟକ୍ତିଙ୍କ ମନ୍ତବ୍ୟ ଆହୁରି କଷ୍ଠଦାୟକ ବୋଲି ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ‘ସ୍କନ୍ଧଂ ନବାଧତେ ରାଜନ୍‍ ,ତବ ବାଧତି ବାଧତେ’ ବୋଲି ଶ୍ରୀ ପ୍ରଧାନ ଲେଖିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାର ସାମୁଦ୍ରକ ଝଡ଼ ତିତଲି ଓ ଏହାସହ ଆଣିଥିବା ପ୍ରବଳ ବର୍ଷା ଓ ପରବର୍ତ୍ତୀ ବନ୍ୟା ପରିସ୍ଥିତି ରାଜ୍ୟର ଅନେକ ଜିଲାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ମାତ୍ର ପ୍ରାକୃତିକ ଦୁର୍ବିପାକର ମୁକାବିଲା କରିବା ଓଡ଼ିଆଙ୍କ ପାଇଁ ନୂଆ କଥା ନୁହେଁ ବୋଲି ସେ କହିବା ସହ ‘ଆଧୁନିକ ବୈଷୟିକ ଜ୍ଞାନକୌଶଳ ଓ ବିପର୍ଯ୍ୟୟ ପ୍ରଶମନର ନୂଆ ନୂଆ ଉପାୟ ସଠିକ ବିପର୍ଯ୍ୟୟ ପରିଚାଳନା କରିବାକୁ ଅନେକ ସୁଯୋଗ ଓ ସମ୍ଭାବନା ଦେଇଛି। ମାତ୍ର ସବୁ ସୁଯୋଗ ଓସମ୍ଭାବନା ସତ୍ତ୍ବେ ତିତଲି ଓ ଏହା ସଙ୍ଗେ ଆସିଥିବା ବର୍ଷା ବିପର୍ଯ୍ୟୟର ମୁକାବିଲା କରିବାରେ ବିଫଳ ହେବା ସହ ଲୋକଙ୍କୁ ଦୁଃଖ ଓ ଦୁର୍ଦଶା ମଧ୍ୟକୁ ଠେଲି ଦେବା ପରିତାପର ବିଷୟ’ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନାକରି ସେ ଲେଖିଛନ୍ତି ଯେ ‘ ଯେ ଆପଣଙ୍କ ପ୍ରତି ୧୯ ବର୍ଷର ବଡ଼ ଜନ ସମର୍ଥନର ବଡ଼ ଦମ୍ଭ ଓ ଅହଙ୍କାର କାରଣରୁ ଆପଣଙ୍କ ସରକାର ଓ ପ୍ରଶାସନର ବେପରୁଆ ଓ ଅପରିଣାମଦର୍ଶୀ ବିପର୍ଯ୍ୟୟ ପରିଚାଳନା ଆଜି ଓଡ଼ିଶା ଲୋକଙ୍କୁ ଦୁର୍ଦର୍ିନ ଭିତରକୁ ଠେଲ ିଦେଇଛି। ‘ଜିରୋ କାଜୁଆଲିଟିର ନାରା ଦେଇ ମୁଖ୍ୟମନ୍ତ୍ରୀ ନିଜକୁ ପ୍ରଚାର ମାଧ୍ୟମରେ ସୀମିତ ରଖିଲେ’। ଆତ୍ମ ପ୍ରଚାରର ମାତ୍ରା ଏତେମାତ୍ରାରେ ବଢାଇ ଦେଲେ ଯେ ହକିର ବ୍ରାଣ୍ଡିଂ କରିବା ପାଇଁ ଓଡ଼ିଶା ଲୋକଙ୍କ ଦୁର୍ଦଶା ସମୟରେ କଳିଙ୍ଗ ଷ୍ଟାଡିୟମରେ ଫଟୋସୁଟ୍‍ କଲେ। ଯେତେବେଳେ ବାତ୍ୟା ଓ ପରବର୍ତ୍ତୀ ଲଗାଣ ବର୍ଷା ଓଡ଼ିଆ ଲୋକଙ୍କୁ ଚିନ୍ତାରେ ପକାଉଥିଲା ମୁଖ୍ୟମନ୍ତ୍ରୀ ନିଜର ଆତ୍ମ ପ୍ରଚାରପାଇଁ ସୋନି ମନୋରଞ୍ଜନ ଟେଲିଭିଜନରେ ‘କୌନ ବନେଗା କରୋଡ ଼ପତି’ ଶୋ’ରେ ବସିବା କେତେ ଯଥାର୍ଥ ସେ ସମ୍ପର୍କରେ ପ୍ରଶ୍ନ ଉଠାଇ ଶ୍ରୀ ପ୍ରଧାନ ଏହା କିପରି ତାଙ୍କ ବିବେକକୁ ବାଧା ଦେଲାନାହିଁ ବୋଲି ଲେଖିଛନ୍ତି।
ଗଜପତି ଜିଲାର ରାୟଗଡ଼ ବ୍ଲକରେ ବାତ୍ୟା ଓ ବର୍ଷାରୁ ରକ୍ଷା ପାଇବା ପାଇଁ ପାହାଡ଼ ଗୁମ୍ଫାରେ ଆଶ୍ରୟ ନେଇଥିବା ଲୋକଙ୍କ ମଧ୍ୟରୁ ୧୩ଜଣ ମୃତ୍ୟୁମୁଖରେ ପଡିବା ଓ ଅନେକ ନିଖୋଜ ହେବା ଖବର ଗଣମାଧ୍ୟମ ସୂତ୍ରରୁ ଜଣାପଡିଛି। ରାଜ୍ୟର ଆହୁରି ଅନେକ ସ୍ଥାନରେ ଲୋକ ମୃତାହତ ହେବା ଖବର ଅଛି। ମାତ୍ର ସବୁଠାରୁ ଦୁଃଖ ଓ କଷ୍ଟର ବିଷୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ମନ୍ତ୍ରୀଙ୍କ ବୟାନ କଟା ଘା’ରେ ଚୂନ ଦେବା ଭଳି ପରିସ୍ଥିତି ସୃଷ୍ଟି କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଲେଖିଛନ୍ତି। ଏତଦବ୍ୟତୀତ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ବୟାନକୁ ଆଧାର କରି ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ଯେ ଯଦି ଆପଣଙ୍କ ବରିଷ୍ଠ ମନ୍ତ୍ରୀ କୁହନ୍ତି ଆମେରିକାର ବାତ୍ୟାରେ ୧୭୦ ଲୋକଙ୍କ ମୃତ୍ୟୁ ହେଲା ଓ ତିତ୍‍ଲି ତା ତୁଳନାରେ କମ କ୍ଷତି କରିଛି ଏହା ଓଡ଼ିଆ ଲୋକଙ୍କ ଅନ୍ତରକୁ ବାଧୁଛି। ସେହିପରି ବରିଷ୍ଟ ଅଧିକାରୀମାନେ ପାହାଡ଼ ଧସି ମୃତ୍ୟୁ ହୋଇଥିବା ଲୋକ ବାତ୍ୟାରେ ମରି ନାହାନ୍ତି କହି ଜିରୋ କାଜୁଆଲିଟି ଲକ୍ଷ୍ୟ ପୂରଣ ହୋଇଛି ବୋଲି କହି ସମ୍ବେଦନହୀନ ମନ୍ତବ୍ୟ ଦେବା ଲୋକଙ୍କୁ ଲାଞ୍ଛିତ କରିବା ସହ ଅପମାନିତ କରୁ ନାହାନ୍ତି କି?
ଲୋକଙ୍କ ଦୁର୍ଦଶା ସମୟରେ ସରକାରଙ୍କ ଦ୍ୱାରା ହୋଇଥିବା ବିଫଳତାକୁ ବିନମ୍ରତାର ସହ ସ୍ୱୀକାର କରିବା ପାଇଁ ସରକାର ଓ ପ୍ରଶାସନର କୁଣ୍ଠା ମୁଖ୍ୟମନ୍ତ୍ରୀଙ୍କ ଅହଙ୍କାରକୁ ସ୍ପଷ୍ଟ କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories