www.samajalive.in
Saturday, December 6, 2025
26.1 C
Bhubaneswar

ପୁଲିସକୁ ମାରିଲା ଚୂନ ବଲାଙ୍ଗିରର ‘ତିସ୍ ମାର୍ ଖାଁ’: ଏସପିଙ୍କ ନାଁରେ ଜାଲ ଫେସବୁକ୍ ଖୋଲି ଲୋକଙ୍କୁ ବ୍ଲାକମେଲିଂ

ରାଉରକେଲା: ପୁଲିସକୁ ଠକିବା ସହଜ ବ୍ୟାପାର ନୁହେଁ । ମାତ୍ର  ଜଣେ ଆଇପିଏସ୍ ଅଧିକାରୀଙ୍କ ନାଁରେ ଜାଲ ଫେସବୁକ୍ ଆଇଡ଼ି ଖୋଲି ଚାଟିଂ କରିବା ଓ ଲୋକଙ୍କୁ ଠକିବା ପରି ଦୁଃସାହସ ଦେଖାଇଛି ବଲାଙ୍ଗିରର ଜଣେ ନାବାଳକ । ଅବଶ୍ୟ ଏହି ଅଭିଯୋଗ ପ୍ରଥମ ନୁହେଁ କି ବଡ଼ ନୁହେଁ, ଏହା ପୂର୍ବରୁ ସମ୍ପୃକ୍ତ ନାବାଳକ ଭୁବନେଶ୍ବରର ଜଣେ ବ୍ୟବସାୟୀଙ୍କୁ ଠକି ନିଜ ଆକାଉଣ୍ଟକୁ ପ୍ରାୟ ୧୩ କୋଟି ଟଙ୍କା ଟ୍ରାନ୍ସଫର କରି ନେଇଥିବା ବି ସୂଚନା ମିଳିଛି ।

- Advertisement -

ରାଉରକେଲା ଏସପି କେ. ଶିବା ସୁବ୍ରମଣିଙ୍କ ନାମରେ ଏକ ଫେସବୁକ୍ ଆଇଡ଼ି କିଛିଦିନ ତଳେ ଦିଶିଥିଲା । ଏହି ଆଇଡ଼ିରୁ ବିଭିନ୍ନ ଲୋକଙ୍କ ସହ ଚାଟିଂ କରାଯାଇଥିଲା । ମାତ୍ର କେହି ଜଣେ ସନ୍ଦେହ କରି ଏ ସମ୍ପର୍କରେ ରାଉରକେଲା ଏସପିଙ୍କୁ ସୂଚନା ଦେବା ପରେ ଏହାର ରହସ୍ୟ ଖୋଲିଥିଲା ।  ଏସପି ସୁବ୍ରମଣି ରାଉରକେଲା ଉଦିତନଗର ପୁଲିସକୁ ଘଟଣା ସମ୍ପର୍କରେ ଅନୁସନ୍ଧାନ କରିବାକୁ ନିର୍ଦେଶ ଦେଇଥିଲେ । ପୁଲିସ ଏହି ଘଟଣାରେ ବଲାଙ୍ଗିରର ଜଣେ ନାବାଳକକୁ ଅଟକ ରଖିଛି ।

ସମ୍ପୃକ୍ତ ନାବାଳକ ପ୍ରଥମକରି ଏପରି ଅପରାଧ କରିନାହିଁ । ପୂର୍ବରୁ ସେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ସମ୍ବଲପୁର ଏସପି ସଞ୍ଜୀବ ଆରୋରା, ଜିଲାପାଳ ପ୍ରମୁଖଙ୍କ ନାଁରେ ମଧ୍ୟ ଫେକ୍ ଆଇଡ଼ି ଖୋଲି ଚାଟିଂ ଓ ବ୍ଲାକମେଲିଂ କରିଥିବା ଅଭିଯୋଗ ମଧ୍ୟ ମିଳିଛି ।

ସବୁଠାରୁ ବଡ଼ କଥା ହେଲା ୩ ବର୍ଷ ତଳେ ଏହି ବାଳକ ଭୁବନେଶ୍ବର ନିକଟବର୍ତୀ ବାଲିଅନ୍ତାର ଜଣେ ବଡ଼ ବ୍ୟବସାୟୀଙ୍କୁ ନିଜ ଜାଲରେ ଫସାିଥିଲା । ତାଙ୍କ ଆକାଉଣ୍ଟରୁ ନିଜ ଆକାଉଣ୍ଟକୁ ପ୍ରାୟ ୧୩ କୋଟି ଟଙ୍କା  ଟ୍ରାନ୍ସଫର କରି ଦେଇଥିଲା । ଏହି ଟଙ୍କାରେ ଏକ ଦାମୀ କାର୍ ମଧ୍ୟ କିଣିଥିବା ପୁଲିସ ସୂଚନା ପାଇଛି । ପରେ ପୁଲିସ ଏହି ଆକାଉଣ୍ଟକୁ ଅଚଳ କରି ଦେଇଥିଲା । ଏ ସମ୍ପର୍କରେ ଉଦିତନଗର ପୁଲିସ ମଧ୍ୟ ଅନୁସନ୍ଧାନ ଆରମ୍ଭ କରିଥିବା ସୂଚନା ମିଳିଛି ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories