www.samajalive.in
Saturday, December 6, 2025
26.1 C
Bhubaneswar

୩ ମାସରେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ୬ଥର ବୈଠକ, ଜାଣନ୍ତୁ ଏହା ପୂର୍ବ ବୈଠକରେ କ’ଣ ହୋଇଥିଲା ଆଲୋଚନା

ନୂଆଦିଲ୍ଲୀ : ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ୩ ମାସରେ ୬ଥର ବୈଠକ। କରୋନା ସଂକଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତମାର୍ଚ୍ଚରୁ ଆଜି ପର୍ଯ୍ୟନ୍ତ ଲଗାତାର ଭାବେ ରାଜ୍ୟଗୁଡ଼ିକ ସହିତ ଆଲୋଚନା କରୁଛନ୍ତି। ଆଜି ଷଷ୍ଠ ଥର ପାଇଁ ଅନୁଷ୍ଠିତ ଭିଡିଓ କନ୍‍ଫରେନ୍‍ସିଂ ବୈଠକରେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। ପୂର୍ବରୁ ଅନୁଷ୍ଠିତ ୫ଟି ବୈଠକ କେବେ ହୋଇଥିଲା ଏବଂ ସେତେବେଳେ ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କରୋନା ଭୂତାଣୁ ସଂକ୍ରମଣ ହ୍ରାସ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହିତ କ’ଣ ଆଲୋଚନା କରିଥିଲେ ତାହା ଜାଣନ୍ତୁ
ମାର୍ଚ୍ଚ ୨୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସଂକ୍ରମଣ ରୋକିବା ପାଇଁ ଜନତା କର୍ଫ୍ୟୁ ଉପରେ ଗୁରୁତ୍ୱ ଦେଇଥିଲେ।
ଏପ୍ରିଲ୍‍ ୨: ୯ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଦେଶରେ ଲକ୍‍ଡାଉନ୍‍ ଉଠିବା ପରେ କ’ଣ ପଦକ୍ଷେପ ନିଆଯାଇପାରିବ ସେଥିନେଇ ଆଲୋଚନା କରିଥିଲେ।

ଏପ୍ରିଲ୍‍ ୧୧: ଲକ୍‍ଡାଉନ୍‍ ଅବଧି ୩୦ ଏପ୍ରିଲ୍‍ ପର୍ଯ୍ୟନ୍ତ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। ଏହି ଅବସରରେ ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏପ୍ରିଲ୍‍ ୩୦ ପର୍ଯ୍ୟନ୍ତ ଲକ୍‍ଡାଉନ୍‍ ବଢ଼ାଇବା ନେଇ ସମର୍ଥନ କରିଥିଲେ।

- Advertisement -

ଏପ୍ରିଲ୍‍ ୨୭: ହଟ୍‍ସ୍ପଟ୍‍ ଅଞ୍ଚଳକୁ ଛାଡ଼ି ୪ ମେ’ରୁ ଲକ୍‍ଡାଉନ୍‍ ଖୋଲିବା ନେଇ ସହମତି ପ୍ରକାଶ ପାଇଥିଲା। ତେବେ ୫ଟି ରାଜ୍ୟରେ ଲକ୍‍ଡାଉନ୍‍ ଅବଧି ବୃଦ୍ଧି କରାଯିବା ନେଇ ଦାବି କରିଥିଲେ।

ମେ’ ୧୧: ରାଜ୍ୟରେ କିଭଳି ଲକ୍‍ଡାଉନ୍‍ ଲାଗୁ କରିବାକୁ ଚାହୁଁଛନ୍ତି ସେ ସମ୍ପର୍କରେ ୧୫ ମେ’ ସୁଦ୍ଧା ଜଣାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀମାନଙ୍କୁ କହିଥିଲେ

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories