www.samajalive.in
Thursday, December 11, 2025
14.1 C
Bhubaneswar

ଭାନ୍‍ଜୀ ସୂତାର ନିର୍ମାଣ କରିବେ ଶ୍ରୀରାମଙ୍କ ମୂର୍ତ୍ତି

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ପ୍ରସ୍ତାବିତ ଶ୍ରୀରାମଙ୍କ ପ୍ରତିମୂର୍ତ୍ତିର ନକଲ ଅନାବରଣ କରିଛନ୍ତି। ଏହା ୨୨୧ମିଟର ଉଚ୍ଚ ହେବ ବୋଲି ଧାର୍ଯ୍ୟ ହୋଇଛି; ତେବେ ଏହାର ନିର୍ମାଣ କିଏ କରିବେ ତାହା ଚୂଡ଼ାନ୍ତ ହୋଇ ନାହିଁ। ଯାହା ଜଣାପଡ଼ିଛି, ଗୁଜରାଟର କେଭାଡିଆଠାରେ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି (ଷ୍ଟାଚ୍ୟୁ ଅଫ୍‍ ୟୁନିଟି) ନିର୍ମାଣ କରିଥିବା ପ୍ରଖ୍ୟାତ ସ୍ଥପତି ରାମ ଭାନ୍‍ଜୀ ସୂତାର ହିଁ ଏହାର ଦାୟିତ୍ୱ ନେବେ। ଏହି ମହାନ ଶିଳ୍ପୀ ସଂସଦ ଭବନରେ ପ୍ରତିଷ୍ଠିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଏହାଛଡ଼ା ଉତ୍ତରପ୍ରଦେଶରେ ମାୟାବତୀଙ୍କ ଶାସନ ସମୟରେ ନିର୍ମିତ ଏକାଧିକ ସ୍ମାରକୀ ନିର୍ମାଣରେ ମଧ୍ୟ ତାଙ୍କର ବଡ଼ ଭୂମିକା ରହିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ସରକାରୀ ଅଧିକାରୀମାନେ ପଦ୍ମଶ୍ରୀ ଓ ପଦ୍ମ ଭୂଷଣ ପୁରସ୍କାର ବିଜେତା ୯୩ବର୍ଷୀୟ ସୂତାରଙ୍କ ସହିତ ଯୋଗାଯୋଗ କରିଛନ୍ତି। ଉତ୍ତରପ୍ରଦେଶ ବିଜେପି ସଭାପତି ମହେନ୍ଦ୍ର ନାଥ ପାଣ୍ଡେଙ୍କ କହିବାନୁସାରେ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି ସହିତ ଏହାର ଚତୁଃପାର୍ଶ୍ବରେ ବ୍ୟବହାର ହେବାକୁ ଥିବା ସ୍ଥାପତ୍ୟ ଓ ଏଗୁଡ଼ିକର ନିର୍ମାଣ ଶୈଳୀ ସମ୍ପର୍କରେ ବିଭିନ୍ନ ପୀଠାଧୀଶମାନଙ୍କ ସହିତ ପରାମର୍ଶ କରାଯିବ। ସରଯୂ ନଦୀ କୂଳସ୍ଥ ସନ୍ଥ ତୁଳସୀଦାସ ଘାଟରେ ଏହି ପ୍ରତିମୂର୍ତ୍ତି ସ୍ଥାପନର ପ୍ରସ୍ତାବ ରହିଛି; ତେବେ ବିଶେଷଜ୍ଞମାନେ ଆଉ କିଛି ସ୍ଥାନ ଅନୁଧ୍ୟାନ କରୁଛନ୍ତି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories