www.samajalive.in
Thursday, December 11, 2025
18.1 C
Bhubaneswar

ମଦ ଉପରେ ଯୋଗୀ ସରକାରଙ୍କ ‘କରୋନା ଟିକସ’: ୨୩୫୦ କୋଟି ଟଙ୍କା ରାଜସ୍ବ ଆଦାୟ ଲକ୍ଷ୍ୟ

ଲକ୍ଷ୍ନୌ: କରୋନା ଲକ୍ଡ଼ାଉନ ପରେ ଚାହିଦାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ମଦ ଉପରେ କଷିଛନ୍ତି ଅଧିକ ଟିକସ । ମଦ ବୋତଲ ପିଛା ୫ ଟଙ୍କାରୁ ୪୦୦ ଟଙ୍କା ପର୍ଯ୍ୟନ୍ତ ଟିକସ ଆଦାୟ ପାଇଁ ସରକାର ନିର୍ଦେଶ ଦେଇଛନ୍ତି ଏବଂ ଏହାଦ୍ବାରା ରାଜକୋଷକୁ ୨୩୫୦ କୋଟି ଟଙ୍କା ରାଜସ୍ବ ଆସିବାର ଲକ୍ଷ୍ୟ ରଖାଯାଇଛି ।
ରାଜ୍ୟ ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା କରିଛନ୍ତି ଯେ କ୍ୟାବିନେଟ୍ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ହୋଇଛି ଏବଂ ଏଥିପାଇଁ ମଦ ମୂଲ୍ୟ ଅନୁସାରେ ଟିକସର ବର୍ଗୀକରଣ କରାଯାଇଛି ।
୬୫ ଟଙ୍କା ମୂଲ୍ୟର ବୋତଲ ୭୦ ଟଙ୍କାକୁ, ୭୫ ଟଙ୍କା ମୂଲ୍ୟର ବୋତଲ ୮୦ ଟଙ୍କାରେ ବିକ୍ରି ହେବ । ଅନ୍ୟ ମଦର ଅନୁପାତ ଓ ମୂଲ୍ୟ ଅନୁସାରେ ଟିକସ ଆଦାୟ ହେବ । ସେହିପରି ୧୮୦ ମିଲିଲିଟର ବିଦେଶୀ ମଦ ଉପରେ ୧୦୦ ଟଙ୍କା ଓ ୧୮୦ ମିଲିଲିଟରରୁ ୫୦୦ ମିଲିଲିଟର ପର୍ଯ୍ୟନ୍ତ ବୋତଲ ଉପରେ ୨୦୦ ଟଙ୍କା ଏବଂ ୫୦୦ ମିଲିଲିଟରରୁ ଅଧିକ ମଦବୋତଲ ଉପରେ ୪୦୦ ଟଙ୍କା ଆଦାୟ ହେବ ବୋଲି ଶ୍ରୀ ଖାନ୍ନା କରିଛନ୍ତି ।
ଏହି ଅବସରରେ ଶ୍ରୀ ଖାନ୍ନା ଲକଡ଼ାଉନ୍ ଆରମ୍ଭ ହେବାଠାରୁ ମେ ୪ ତାରିଖ ମଧ୍ୟରେ ବେଆଇନ ମଦ କାରବାର ନିମନ୍ତେ ୩୫୦୦ ମାମଲା ରୁଜୁ ହୋଇଛି, ୩୬୦୦ ଜଣ ଗିରଫ ହୋଇଛନ୍ତି ଓ ୮୦ ହଜାର ଲିଟରରୁ ଅଧିକ ଚୋରା ମଦ ଜବତ ହୋଇଛି ବୋଲି କହିଛନ୍ତି ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories