www.samajalive.in
Monday, December 8, 2025
24.1 C
Bhubaneswar

ବାବା ରାମଦେବଙ୍କ ୟୁ-ଟର୍ଣ୍ଣ; ମୋଦୀଙ୍କ ପାଇଁ ମାଗିଲେ ଭୋଟ

ନୂଆଦିଲ୍ଲୀ : ଯୋଗ ଗୁରୁ ରାମଦେବ କିଛି ମାସ ତଳେ ଦେଇଥିବା ନିଜ ବୟାନରୁ ୟୁ-ଟର୍ଣ୍ଣ ମାରିଛନ୍ତି। ସେ ପୁଣି ଥରେ ପ୍ରଧାନମନ୍ତ୍ରୀ ପଦ ପାଇଁ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ କରିବା ସହ ତାଙ୍କ ପାଇଁ ଭୋଟ ମାଗିଛନ୍ତି।
ରାଜସ୍ଥାନର ରାଜଧାନୀ ଜୟପୁରଠାରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ରାଜବର୍ଦ୍ଧନ ସିଂହ ରାଠୋରଙ୍କ ନାମାଙ୍କନପତ୍ର ଦାଖଲ ଅବସରରେ ମଙ୍ଗଳବାର ଦିନ ଆୟୋଜିତ ସାଧାରଣ ସଭାରେ ଉଦ୍‍ବୋଧନ ଦେଇ ରାମଦେବ ଏହା କହିଛନ୍ତି। ଏହି ସଭାରେ ୫୩ ବର୍ଷିୟ ରାମଦେବ କହିଥିଲେ ଯେ ବିଜେପିକୁ ଭୋଟ ଦେଇ ପ୍ରଧାନମନ୍ତ୍ରୀ ରୂପେ ନରେନ୍ଦ୍ର ମୋଦୀଙ୍କୁ ମଜଭୁତ କରନ୍ତୁ।
ରାଜବର୍ଦ୍ଧନ ସିଂହ ରାଠୋର ଜୟପୁର ଗ୍ରାମୀଣ ଲୋକସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ଭାଷଣ ଦେଇ ରାମଦେବ ବିଜେପି ପାଇଁ ଭୋଟ ମାଗିଥିଲେ। ଜାତୀୟ ସୁରକ୍ଷା ପ୍ରସଙ୍ଗରେ ସେ ବିଜେପିର ପ୍ରଶଂସା କରିବା ସହ ମୋଦୀଙ୍କୁ ଭୋଟ ଦେଇ ପୁଣି ଥରେ ରାଷ୍ଟ୍ରକୁ ଶକ୍ତିଶାଳୀ କରିବାକୁ କହିଥିଲେ। ରାମଦେବ କଂଗ୍ରେସର ପ୍ରସ୍ତାବିତ ନ୍ୟାୟ ଯୋଜନାର ସମାଲୋଚନା କରିଥିଲେ। ଏବେ ନ୍ୟାୟ ସବୁ ବୁଥରେ ହେବ ଏବଂ ଜନତା ନ୍ୟାୟ ଦେବ ବୋଲି ସେ କହିଥିଲେ।
ପ୍ରକାଶଯୋଗ୍ୟ ଯେ କିଛି ମାସ ତଳେ ରାମଦେବ ବିଜେପିଠୁ ଦୂରେଇ ଯାଇଥିବାର ସଂକେତ ଦେଇଥିଲେ। ଏକ ଟିଭି କାର୍ଯ୍ୟକ୍ରମରେ ରାମଦେବ କହିଥିଲେ ଯେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବ ତାହା କହିବା କଷ୍ଟକର। ସେ କେବଳ ବିଜେପିର ନୁହେଁ ବରଂ ସବୁ ରାଜନୈତିକ ଦଳର। ଏବେ ସେ ପୁଣିଥରେ ବିଜେପିକୁ ସମର୍ଥନ କରିବା ସହ ପ୍ରଚାର ଆରମ୍ଭ କରିଛନ୍ତି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories