ଗୁରୁବାର ହଳଦିଆ ରଙ୍ଗର ବିଶେଷ ମହତ୍ତ୍ବ

ହିନ୍ଦୁ ଧର୍ମ ଅନୁଯାୟୀ ସପ୍ତାହର ସାତ ଦିନର ପ୍ରତିଟି ଦିନକୁ ଏକ ନିଦ୍ଧିଷ୍ଟ ଭଗବାନଙ୍କ ନାମରେ ସର୍ମପିତ କରାଯାଇଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୃହସ୍ପତି ହେଉଛି ଶୁଭ ଗ୍ରହ । ସବୁ ଗ୍ରହ ମଧ୍ୟରୁ ଆକାରରେ ବୃହସ୍ପତି ବୃହତ ହୋଇଥିବାରୁ ଏହାକୁ ଗୁରୁ ବୋଲି କୁହାଯାଏ। ସେଥିପାଇଁ ଗୁରୁବାର ଦିନଟିକୁ  ବୃହସ୍ପତିଙ୍କୁ ସମର୍ପିତ କରାଯାଇଛି । ତେବେ ଏହି ଦିନ ଗୁରୁଙ୍କ ପୂଜା କରାଯିବା ସହ ହଳଦିଆ ରଙ୍ଗର ବିଶେଷ ମହତ୍ତ୍ୱ ରହିଛି।

ଗୁରୁବାରରେ ହଳଦିଆ ରଙ୍ଗର ମହତ୍ତ୍ୱ

୧. ସୁନା, ତମ୍ବା ଆଦି ଧାତୁ ଓ ହଳଦିଆ ରଙ୍ଗ ସହ ବୃହସ୍ପତିଙ୍କ ଗଭୀର ସମ୍ପର୍କ ରହିଛି। ଭଗବାନ ବିଷ୍ଣୁ ମଧ୍ୟ ହଳଦିଆ ରଙ୍ଗ ବସ୍ତ୍ର ପରିଧାନ କରିଥାନ୍ତି। ଯଦି ଆପଣ ଏହି ଦିନ ହଳଦିଆ ରଙ୍ଗ ବସ୍ତ୍ର ଓ ଧାତୁ ଧାରଣ କରୁଛନ୍ତି, ତେବେ ଆପଣ ବିଷ୍ଣୁଙ୍କ ଅଶେଷ କୃପା ଲାଭ ହେବ।

୨. ଭଗବାନ ବିଷ୍ଣୁଙ୍କୁ ଖୁସି କରିବା ପାଇଁ ହଳଦିଆ ରଙ୍ଗର ମିଠା ଭୋଗ ଅର୍ପଣ କରିବା ସହ ନିଜେ ମଧ୍ୟ ଖାଇବେ । ଏହା ଦ୍ୱାରା ଗୁରୁ ଶ୍ରେଷ୍ଠ ବୃହସ୍ପତିଙ୍କ ଆର୍ଶୀବାଦ ଆପଣଙ୍କୁ ପ୍ରାପ୍ତି ହେବ ।

୩. ଯଦି ଆପଣ ଭଲ ଜୀବନ ସାଥୀ ଚାହୁଁଛନ୍ତି ତେବେ ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କଲେ ଉତ୍ତମ ଜୀବନ ସାଥୀ ମିଳିବ ।

୪. ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗୁରୁକୃପା ଲାଭ ନ ହେଲେ ବିବାହ ହୁଏ ନାହିଁ। ଯଦି କୌଣସି ଯୁବତୀଙ୍କ ବିବାହ ବିଳମ୍ବ ହୁଏ ତେବେ ଗୁରୁବାର ହଳଦିଆ ପୋଷାକ ପିନ୍ଧନ୍ତୁ। ସେହିପରି ଶୁକ୍ରବାର ଦିନ ଧଳା ବସ୍ତ୍ର ପରିଧାନ କଲେ ମଧ୍ୟ ଆର୍ଶୀବାଦ ପ୍ରାପ୍ତି ହୁଏ।

Comments are closed.