ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇପିଏସ ସ୍ତରରେ ଅଦଳବଦଳ କରାଯାଇଛି। ଯଶୋବନ୍ତ ଜେଠୱା ଭିଜିଲାନ୍ସ ନିର୍ଦେଶକ ହୋଇଥିବାବେଳେ ଲଳିତ ଦାସଙ୍କୁ ଗୁଇନ୍ଦା ନିର୍ଦେଶକ ଭାବେ ବଦଳି କରାଯାଇଛି। ସେହିପରି ସଞ୍ଜୀବ ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ଭାବେ ବଦଳି କରାଯାଇଥିବାବେଳେ ଅରୁଣ ବୋଥ୍ରା ହେଲେ ପରିବହନ କମିଶନର ଏବଂ ରାଧାକୃଷ୍ଣ ଶର୍ମା ଆଇନଶୃଙ୍ଖଳା ଏଡିଜି ଭାବେ ବଦଳି କରାଯାଇଛି। ଅସିତ କୁମାର ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ଆଜି ଏବଂ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଗୃହ ବିଭାଗ ଓଏସ୍ଡି ଭାବେ ବଦଳି କରାଯାଇଛି।
Popular Categories



