www.samajalive.in
Saturday, December 6, 2025
26.1 C
Bhubaneswar

‘ଜିଓମୀ ଏମଆଇ ପ୍ଲେ’ର ବଜାର ପ୍ରବେଶ

ନୂଆଦିଲ୍ଲୀ : ଜିଓମୀର ନୂଆ ସ୍ମାର୍ଟଫୋନ ‘ଜିଓମୀ ଏମଆଇ ପ୍ଲେ’ ଚୀନ ବଜାରକୁ ପ୍ରବେଶ କରିଛି। ଏହି ଫୋନରେ ୱାଟର ଡ୍ରପ ନଞ୍ଚ ଡିସପ୍ଲେ ଦିଆଯାଇଛି। ଏହି ଫୋନ ସହିତ ପ୍ରତିମାସରେ ୧୦ଜିବି ଡାଟା ମାଗଣାରେ ପାଇପାରିାବେ। ଯାହାର ବୈଧତା ଏକ ବର୍ଷ। ଫୋନରେ ଡୁଆଲ ସିମ ସପୋର୍ଟ ସହିତ ଆଣ୍ଡ୍ରଏଡ ଓରିୟୋ ୮.୧ଆଧାରିତ ଏମଆଇୟୁଆଇ ଅପରେଟିଙ୍ଗ ସିଷ୍ଟମ ରହିଛି। ଏଥିରେ ୫.୮୪ଇଞ୍ଚର ଫୁଲ ଏଚଡି ପ୍ଲସ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ ୧୦୮୦/୨୨୮୦ପିକ୍ସଲ ଏବଂ ଆସପେକ୍ଟ ରେଶିୟୋ ୧୯:୯ ରହିଛି। ଫୋନରେ ମେଡିଆଟେକର ଅକ୍ଟାକୋର ହିଲିୟୋ ପି-୩୫ପ୍ରୋସେସର, ଗ୍ରାଫିକ୍ସ ପାଇଁ ଆଇଏମଜି ଜିଇ-୮୩୨୦ ଜିପିୟୁ, ୪ଜିବି ରାମ ଏବଂ ୬୪ଜିବିର ଷ୍ଟୋରେଜ ଦିଆଯାଇଛି। ଯାହାକୁ ୨୫୬ଜିବି ପର୍ଯ୍ୟନ୍ତ ବଢାଇପାରିବେ। ଏହି ଫୋନରେ ଡୁଆଲ ରିୟର କ୍ୟାମେରା ସେଟଅପ୍‍ ରହିଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୧୨ମେଗାପିକ୍ସେଲ ଏବଂ ଅନ୍ୟଟି ୨ମେଗାପିକ୍ସେଲର ରହିଛି। ସେହିଭଳି ଏହାର ଆଗପଟ କ୍ୟାମେରା ୮ମେଗାପିକ୍ସେଲ। ଉଭୟ କ୍ୟାମେରାରେ ଏଲଇଡି ଫ୍ଲାସଲାଇଟ ମିଳିବ। ଫୋନରେ ୩୦୦୦ଏମ୍‍ଏଚ୍‍ର ବ୍ୟାଟେରୀ ରହିଛି ଏବଂ ସଂଯୋଗ ପାଇଁ ଫୋନରେ ୪ଜି ଭୋଲଟିଇ, ୱାଇ-ଫାଇ, ବ୍ଲୁଟୁଥ ଭି୪.୨, ଜିପିଏସ/ମ-ଜିପିଏସ୍‍, ଟିପଚିହ୍ନ ସେନସର, ହେଡଫୋନ ଜ୍ୟାକ ଏବଂ ୟୁଏସବି ଟାଇପ-ସି ଦିଆଯାଇଛି। ଏହି ଫୋନର ୪ଜିବି ରାମ ଏବଂ ୬୪ଜିବି ଷ୍ଟୋରେଜର ମୂଲ୍ୟ ୧୧,୧୦୦ଟଙ୍କା।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories