ନୂଆଦିଲ୍ଲୀ : ସମଗ୍ର ଉତ୍ତର ଭାରତରେ ଶୀତ ଲହରି ଜାରି ରହିଥିବାବେଳେ ଜାମ୍ମୁ-କାଶ୍ମୀରରେ ତାପମାତ୍ରା ୧୧ବର୍ଷର ରେକର୍ଡ ଭାଙ୍ଗିଛି। ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଶ୍ରୀନଗରରେ ତାପମାତ୍ରା ବିଯୁକ୍ତ ୬.୮ ଡିଗ୍ରୀ ସେଲସିୟସ୍ରେ ପହଞ୍ଚିଛି। ଥଣ୍ଡା ଯୋଗୁଁ ଡାଲ ହ୍ରଦ ବରଫ ପାଲଟି ଯାଇଥିବାବେଳେ ଘରୋଇ ଯୋଗାଣ ପାଇଁ ଥିବା ପାଣି ପାଇପ ମଧ୍ୟ ବରଫ ପାଲଟିଯାଇଛି। ଅମୃତସରର ତାପମାତ୍ରା ୧ଡିଗ୍ରୀ ଓ ରାଜଧାନୀ ଦିଲ୍ଲୀର ତାପମାତ୍ରା ୪.୬ ଡିଗ୍ରୀ ସେଲସିୟସ୍ରେ ପହଞ୍ଚିଛି। ସେହିପରି ଲେହରେ ତାପମାତ୍ରା ରବିବାର ରାତିରେ ବିଯୁକ୍ତ ୧୪.୭ ଡିଗ୍ରୀ ସେଲସିୟସ୍ରେ ପହଞ୍ଚଥିବାବେଳେ କାରଗିଲ୍ରେ ତାପମାତ୍ରା ବିଯୁକ୍ତ ୧୫.୩ ଡିଗ୍ରୀରେ ପହଞ୍ଚିଥିବା ପାଣିପାଗ ବିଭାଗ କହିଛି।
Popular Categories



