www.samajalive.in
Monday, December 8, 2025
14.1 C
Bhubaneswar

ଟ୍ରାଫିକ ପୁଲିସକୁ ୫୦ ମିଟର ଘୋଷାଡ଼ି ନେଲା ନିଶାସକ୍ତ ଡ୍ରାଇଭର

ଫରିଦାବାଦ: ହରିୟାଣାର ଫରିଦାବାଦରେ ଜଣେ ଟ୍ରାଫିକ ପୁଲିସ କର୍ମଚାରୀଙ୍କୁ ମଦ୍ୟପ ଡ୍ରାଇଭର ନିଜ ଗାଡ଼ିରେ ପାଖାପାଖି ୫୦ ମିଟର ଘୋଷାଡ଼ି ନେଇଥିବା ଜଣାପଡ଼ିଛି। ସେହି ସମୟର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ଫରିଦାବାଦର ବଲ୍ଲଭଗଡ଼ ବସ୍‌ଷ୍ଟାଣ୍ଡ ନିକଟରେ ଜଣେ ଡ୍ରାଇଭର ନିଜ ଗାଡ଼ି ଛିଡ଼ା କରି ଯାତାୟାତରେ ବାଧା ସୃଷ୍ଟି କରୁଥିବାରୁ ଟ୍ରାଫିକ ପୁଲିସର ଜଣେ ସବ୍‌ଇନ୍ସପେକ୍ଟର ସେଠାକୁ ଯାଇଥିଲେ। ସେ ଡ୍ରାଇଭର ପଟର କବାଟ ପାଖରେ ଛିଡ଼ା ହୋଇ ଗାଡ଼ିର କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସ ମାଗିଥିଲେ। ଏହାକୁ ନେଇ ଉତ୍‌କ୍ଷିପ୍ତ ଡ୍ରାଇଭର ଜଣକ ହଠାତ୍‌ ଗାଡ଼ି ଚଳାଇବା ଆରମ୍ଭ କରି ଦେଇଥିଲେ। ଟ୍ରାଫିକ୍‌ ସବ୍‌ଇନ୍ସପେକ୍ଟର ଜଣକ ଫସି ରହିଥିବା ବେଳେ ଗାଡିଟି ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ଯାଇଥିଲା। ପାଖାପାଖି ୫୦ ମିଟର ଯିବା ପରେ ଗାଡ଼ିଟି ଅଟକି ଥିଲା। ତେବେ ସଂପୃକ୍ତ ଟ୍ରାଫିକ୍ ସବ୍‌ଇନ୍ସପେକ୍ଟର ମଦ୍ୟପ ଡ୍ରାଇଭରକୁ କାବୁ କରିବାରେ ସକ୍ଷମ ହୋଇଥିଲେ। ମଦ୍ୟପ ଡ୍ରାଇଭରଙ୍କୁ ଥାନାକୁ ନିଆଯାଇଥିବା ବେଳେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜନୈକ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories