www.samajalive.in
Sunday, December 7, 2025
16.1 C
Bhubaneswar

କ୍ରିକେଟ ବିଶ୍ବକପ୍ ଆଉ ୧୦ଦିନ; ଜୁନ ୧୬ରେ ଭାରତ-ପାକିସ୍ତାନ ମୁହାଁମୁହିଁ

ନୂଆଦିଲ୍ଲୀ : କ୍ରିକେଟ୍‍ ବିଶ୍ୱକପ୍‍ ୨୦୧୯ ଆଉ ମାତ୍ର ୧୦ଦିନ ପରେ ଇଂଲଣ୍ଡରେ ଅନୁଷ୍ଠିତ ହେବ। ଭାରତ ଜୁନ ୧୬ରେ ଇଂଲଣ୍ଡର ଓଲ୍ଡ ଟ୍ରାଫଡ୍ କ୍ରିକେଟ୍ ଗ୍ରାଉଣ୍ଡରେ ତାର ଚିରପ୍ରତିଦ୍ବନ୍ଦି ପାକିସ୍ତାନକୁ ଭେଟିବ। ଭାରତ-ପାକିସ୍ତାନ ମ୍ୟାଚ ସବୁବେଳେ ରୋମାଞ୍ଚକର ହୋଇଆସିଛି। ସେହିଭଳି ଚଳିତ ବିଶ୍ବକପରେ ଭାରତ-ପାକିସ୍ତାନ  ମ୍ୟାଚ୍ ରୋମାଞ୍ଚକର ହେବ ବୋଲି ଦର୍ଶକମାନେ ଆଶାବ୍ୟକ୍ତ କରିଛନ୍ତି। ଜୁନ ୫ରେ ଭାରତ ତାର ପ୍ରଥମ ମ୍ୟାଚରେ ଇଂଲଣ୍ଡର ରୋଜ କ୍ରିକେଟ୍‍ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ମାତ୍ର ସମସ୍ତଙ୍କର ନଜର ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ରହିବ।

ବର୍ତ୍ତମାନ ସୁଦ୍ଧା ଭାରତ-ପାକିସ୍ତାନ ମଧ୍ୟରେ ୫୯ଟି ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍ ଖେଳାଯାଇଛି। ଯେଉଁଥିରୁ ୧୨ଟି ​‌ଟେଷ୍ଟ ମ୍ୟାଚରେ ପାକିସ୍ତାନ ବିଜୟୀ ହୋଇଥିବାବେଳେ ୯ଟି ମ୍ୟାଚରେ ଭାରତ ବିଜୟଲାଭ କରିଛି। ଅନ୍ୟାନ୍ୟ ମ୍ୟାଚ ଗୁଡିକ ଡ୍ର ରହିଛି। ସେହିଭଳି ଉଭୟ ଦଳ ୧୩୧ଟି ଏକଦିବସୀୟ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି। ଯେଉଁଥିରୁ ୭୩ଟି ମ୍ୟାଚରେ ପାକିସ୍ତାନ ବିଜୟୀ ହୋଇଥିଲାବେଳେ ୫୪ଟି ମ୍ୟାଚରେ ଭାରତ ବିଜୟଲାଭ କରିଛି। ସେହିଭଳି ଉଭୟ ଦଳ ୮ଟି ଟ୍ବେଣ୍ଟି-୨୦ ମ୍ୟାଚ ଖେଳିଛନ୍ତି। ଯେଉଁଥିରୁ ୬ଟି ମ୍ୟାଚରେ ଭାରତ ଜିତିଛି ଏବଂ ମାତ୍ର ଗୋଟିଏ ମ୍ୟାଚରେ ପାକିସ୍ତାନ ବିଜୟୀ ହୋଇଛି। ଗୋଟିଏ ମ୍ୟାଚ ଡ୍ର ରହିଛି।

- Advertisement -

ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ମ୍ୟାଚର ଧାରାବିବରଣୀ

ଟେଷ୍ଟ ଏକଦିବସୀୟ ଟ୍ବେଣ୍ଟି-୨୦
ମ୍ୟାଚ୍ ୫୯ ୧୩୧ ୦୮
ପାକିସ୍ତାନ ବିଜୟୀ ୧୨ ୭୪ ୦୧
ଭାରତ ବିଜୟୀ ୦୯ ୫୬ ୦୬
ଡ୍ର/ ୩୮ ୦୧ ୧*
ଟୁର୍ଣ୍ଣାମେଣ୍ଟ ମ୍ୟାଚ୍ ଭାତର ପାକିସ୍ତାନ ଡ୍ର
ବିଶ୍ବକପ୍ ୦୬ ୦୬
ଟ୍ବେଣ୍ଟି-୨୦ବିଶ୍ବକପ୍‌ ୦୫ ୦୫ 0
ଚମ୍ପିଆନ ଟ୍ରଫି ୦୫ ୦୨ ୦୩ 0
ଏସିଆ କପ୍(ଏକଦିବସୀୟ) ୧୨ ୦୬ ୦୫ ୦୧
ଏସିଆକପ୍(ଟ୍ବେଣ୍ଟି-୨୦) ୦୧ ୦୧
ଏସିଆନ ଟେଷ୍ଟ ୦୧ ୦୧

ଚମ୍ପିଆନ ଟାଇଟେଲ୍ସ

ଟୁର୍ଣ୍ଣାମେଣ୍ଟ ଭାରତ ପାକିସ୍ତାନ
ବିଶ୍ବକପ୍ ୨(୧୯୮୩, ୨୦୧୧) ୦୧ (୧୯​୯୨)
ଟ୍ବେଣ୍ଟି-୨୦ବିଶ୍ବକପ୍ ୧(୨୦୦୭​) ୧(୨୦୦୯​)
ଚମ୍ପିଆନ ଟ୍ରଫି ୨(୨୦୦୨୨୦୧୩) ୦୧ (୨୦୧୭)

 

ଚଳିତ ବର୍ଷ କ୍ରିକେଟ ବିଶ୍ୱକପ ମଇ ୩୦ରୁ ଜୁଲାଇ ୧୪ପର୍ଯ୍ୟନ୍ତ ଖେଳାଯିବ। କ୍ରିକେଟ ବିଶ୍ୱକପର ପ୍ରଥମ ମ୍ୟାଚ ଘରୋଇ ଦଳ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଇଂଲଣ୍ଡର ଦି ଓଭାଲ କ୍ରିକେଟ୍‍ ଷ୍ଠାଡିୟମରେ ଖେଳାଯିବ। ସେହିଭଳି ଚଳିତ ବିଶ୍ୱ କପ୍‍ ୧୦ଟି ଦେଶ ଇଂଲଣ୍ଡ, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଙ୍ଗଳାଦେଶ, ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories