www.samajalive.in
Monday, December 8, 2025
27.1 C
Bhubaneswar

କିନ୍ନର ବସ୍ତିରେ ବିଶ୍ୱ ଜଳ ଦିବସ ପାଳିତ

ଭୁବନେଶ୍ୱର : ଭୁବନେଶ୍ୱର ବାଣୀବିହାର ସ୍ଥିତ କିନ୍ନର ବସ୍ତିରେ ବିଶ୍ୱ ଜଳ ଦିବସ ପାଳିତ ହୋଇଯାଇଛି। ସିଏଫ୍‍ଏଆର ଜାତୀୟ ଅନୁଷ୍ଠାନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମହିଳା, କିନ୍ନର, ଭିନ୍ନକ୍ଷମ, ଯୁବକ ଗୋଷ୍ଠୀ ଆଦି ଯୋଗ ଦେଇଥିଲେ। ସମସ୍ତଙ୍କୁ କିପରି ବିଶୁଦ୍ଧ ପାନୀୟଜଳ ମିଳିପାରିବ ତାକୁ ନେଇ ଆଲୋଚନା କରାଯାଇଥିଲା।
ଚଳିତ ବର୍ଷ ବିଶ୍ୱ ଜଳ ଦିବସର ଥିମ ରହିଥିଲା ‘ଲିଭିଙ୍ଗ ନୋ ୱାନ ବିହାଇଣ୍ଡ’। ଏହାର ଅର୍ଥ କୌଣସି ବ୍ୟକ୍ତି ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ବିଶୁଦ୍ଧ ଜଳ ପାନୀୟ ଜଳ ପାଇବାରେ ଯେପରି କିଏ ବଞ୍ଚିତ ନ ହୁଅନ୍ତୁ। ଏହି ଅବସରରେ ବିଭିନ୍ନ ଗ୍ରୁପ ସହ ଆଲୋଚନା ମଧ୍ୟ କରାଯାଇଥିଲା। ଏହାବ୍ୟତୀତ ଜୀବନରେ ଜଳର ମୂଲ୍ୟକୁ ନେଇ ବିଭିନ୍ନ ସ୍ଲୋଗାନ ଲେଖାଯାଇଥିଲା। ଶେଷରେ ସମସ୍ତ ଅତିଥି ଓ କର୍ମକତ୍ତା ଜଳର ଉଚିତ ବ୍ୟବହାର କରିବେ ବୋଲି ଶପଥ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା କିନ୍ନର ଶାଖା ସଭାପତି ମୀରା ପରିଡା, ସ୍ୱାଭିମାନ, ଲୋପାମୁଦ୍ରା ପଣ୍ଡା, ଲଲିତ ବଢାଇ, ପ୍ରମିଳା ପ୍ରମୁଖ ଯୋଗ ଦେଇଥିଲେ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories