www.samajalive.in
Wednesday, December 10, 2025
26.1 C
Bhubaneswar

ବ୍ଲକସ୍ତରୀୟ ବିଶ୍ୱ ଶୌଚାଳୟ ଦିବସ ପାଳିତ

କଲମପୁର :  କଳାହାଣ୍ଡି ଜିଲା କଲମପୁର ବ୍ଲକ ପରିସରରେ ବି.ଡି.ଓ ହେମସାଗର ଭୋଇଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଶୌଚାଳୟ ଦିବସ ପାଳନ କରାଯାଇଛି। ଏଥିରେ ସମିତି ଅଧ୍ୟକ୍ଷା ମଞ୍ଜୁଳା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋପାଳ କୃଷ୍ଣ ମିଶ୍ର, ଭାରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା, ବନ୍ଧକନା ସରପଞ୍ଚ ମଧୁଛନ୍ଦା ଭଞ୍ଜ, ମଣ୍ଡଳ ସରପଞ୍ଚ ପ୍ରଦୀପ କୁମାର ଭୋଇଙ୍କ ସମେତ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଏହି ଅବସରରେ ପଞ୍ଚାୟତସ୍ତରରେ ବିଶ୍ୱ ଶୌଚାଳୟ ଦିବସ ପାଳନ ଅବସରରେ ଅନୁଷ୍ଠିତ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର ୬୬ ଜଣ ପ୍ରତିଯୋଗିଙ୍କୁ ପୂରସ୍କୃତ କରାଯାଇଥିଲା। ଏହାସହ ସ୍ୱଚ୍ଚ ଗ୍ରାମ ପାଇଁ ନୁଆଗାଁ ପଞ୍ଚାୟତର ବିନ୍ଧାଣିଗୁଡା ଓ ହାରାମାଲ ପଞ୍ଚାୟତର ବ୍ରହ୍ମଣକେନ୍ଦୁଗୁଡାକୁ ପୂରସ୍କୃତ କରାଯାଇଥିବା ବେଳେ ସ୍ୱଚ୍ଛତା ପାଇଁ ହାରାମାଲ ସରପଞ୍ଚ ପ୍ରଦୀପ କୁମାର ଠାକୁରଙ୍କୁ ପୂରସ୍କୃତ କରାଯାଇଥିଲା। ସେହିଭଳି ସ୍ୱଚ୍ଚତାର ବାର୍ତ୍ତା ପହଞ୍ଚାଇବାରେ ସଠିକ ଭାବେ କାର୍ଯ୍ୟ କରିଥିବା କୋଟାଗାଁର ଅଙ୍ଗନବାଡି କର୍ମୀ କୁମୁଦିନୀ ଛତ୍ରୀଆ, ବର୍ଚ୍ଛି ଗ୍ରାମର ଆଶା କସ୍ତୁରୀ ଛତ୍ରୀଆ ଓ ସ୍ୱଚ୍ଛତା ପାଇଁ ଲୋକଙ୍କୁ ବୁଝାଇବାରେ ସଫଳ ହୋଇଥିବା ବଙ୍କାପଲା ଗ୍ରାମର ଗଣତନ୍ତ୍ର କୁମ୍ଭାର ସ୍ୱଚ୍ଛାତା ପାଇଁ ଗ୍ରାମନେତ୍ରୀ ମୁକ୍ତା ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାସହ ସ୍ୱଚ୍ଛ ବିଦ୍ୟାଳୟ ଭାବେ ବଙ୍କାପଲା କସ୍ତୁରୀବା ଗାନ୍ଧି ଆବାସିକ ବିଦ୍ୟାଳୟକୁ ପୂରଷ୍କୃତ କରାଯାଇଥିଲା। ଏହି ଅବସରରେ ବ୍ଲକସ୍ତରୀୟ ବିଜ୍ଞାନମେଳାରେ ପ୍ରଦର୍ଶିତ ଶ୍ରେଷ୍ଟ ବିଜ୍ଞାନ ପ୍ରକଳ୍ପର ଚୁରାଗାଁ ପ୍ରିୟଦର୍ଶନୀ ଇନ୍ଦିରା ହାଇସ୍କୁଲର କୁନି ବିଜ୍ଞାନୀ ବିନାୟକ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ବିଶ୍ୱ ଶୌଚାଳୟ ଦିବସ ପାଳନ ଅବସରରେ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ବଙ୍କାପଲା କସ୍ତୁରୀବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକର କାର୍ଯ୍ୟରତ ସମସ୍ତ ଅଙ୍ଗନବାଡି ଓ ଆଶା କର୍ମୀମାନେ ଉପସ୍ଥିତ ରହିଥିଲେ। ଶିକ୍ଷକ ବିନୋଦ ବିହାରୀ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories