www.samajalive.in
Saturday, December 6, 2025
19.1 C
Bhubaneswar

ବିଶ୍ୱ ସ୍ଥାୟୀ ଶକ୍ତି ଲକ୍ଷ୍ୟ ହାସଲର ନେତୃତ୍ୱ ଜାରୀ ରଖିବ ଭାରତ – ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ବିଶ୍ୱ ସ୍ଥାୟୀ ଶକ୍ତି ଲକ୍ଷ୍ୟ ହାସଲର ନେତୃତ୍ୱ ନେବାରେ ଭାରତ ଆଗାମୀ ଦିନମାନଙ୍କରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଜାରୀ ରଖିବ ଜାରୀ ରଖିବ ବୋଲି ନୂଆଦିଲ୍ଲୀ ଠାରେ ଟେରି ପକ୍ଷରୁ ଆୟୋଜିତ ବିଶ୍ୱ ସ୍ଥାୟୀ ବିକାଶ ସମ୍ମିଳନୀ ୨୦୨୦ରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ କହିଛନ୍ତି ଯେ ଭାରତ ଶକ୍ତି କ୍ଷେତ୍ରରେ ଏକ ବଡ ପରିବର୍ତନ ମଧ୍ୟରେ ଗତିଶୀଳ ହେଉଛି। ବିଶ୍ୱର ଅନ୍ୟ ସ୍ଥାନ ତୁଳନାରେ ଶକ୍ତି ଦାରିଦ୍ର୍ୟକୁ ଶେଷ କରିବା ପାଇଁ ଭାରତ ସରକାର କାର୍ଯ୍ୟ କରିବା ସହ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି।

୨୦୩୫ ସୁଦ୍ଧା ଶକ୍ତିର ବ୍ୟବହାର ୪.୨ ପ୍ରତିଶତ ବାର୍ଷିକ ବୃଦ୍ଧି ପାଇବାର ଆକଳନ କରାଯାଇଛି। ବିଶ୍ୱର ମୋଟ ପ୍ରାଥମିକ ଶକ୍ତିର ଚାହିଦାରେ ଭାରତର ଭାଗ ୨୦୪୦ ସୁଦ୍ଧା ଦ୍ୱିଗୁଣିତ ତଥା ପ୍ରାୟ ୧୧ ପ୍ରତିଶତ ବୃଦ୍ଧି ପାଇବାର ଲକ୍ଷ୍ୟ ରଖିଛି। ଦେଶରେ ଅଧିକ ଉର୍ଜାର ଉପଲବ୍ଧି ପାଇଁ ଉଦ୍ୟମ ଜାରୀ ରହିଛି। ଭାରତ ସରକାର ଉର୍ଜା ଦକ୍ଷତା, ଉତ୍ପାଦକ, ଚାହିଦା, ରିଫାଇନାରୀ ପ୍ରକ୍ରିୟାରେ ସୁଧାର ଏବଂ ଜୈବ ଓ ବିକଳ୍ପ ଇନ୍ଧନକୁ ପ୍ରୋତ୍ସାହନ ଦେଉଛନ୍ତି।

- Advertisement -

ସେ କହିଛନ୍ତି ଯେ ଆମେରିକା ଏବଂ ଚାଇନା ପରେ ଭାରତ ତୃତୀୟ ସର୍ବବୃହତ ଶକ୍ତି ବ୍ୟବହାରକାରୀ ଦେଶ। ୨୦୧୭ରେ ଭାରତର ଶକ୍ତି ଚାହିଦା ବୃଦ୍ଧି ପାଇ ୮୮୨ ମିଲିୟନ ଟନ୍‍ ତୈଳ ସହ ସମତୁଲ୍ୟ ହୋଇଛି। ଏହା ସତ୍ୱେ ଦେଶରେ ମୁଣ୍ଡ ପିଛା ଶକ୍ତିର ବ୍ୟବହାର ବିଶ୍ୱର ହାରାହାରିର ୩୦ ପ୍ରତିଶତ ରହିଛି। ସେ କହିଛନ୍ତି ଯେ ଦେଶର ଶକ୍ତି ଆବଶ୍ୟକତାକୁ ପୂରା କରିବା ପାଇଁ ତଥା ଦେଶର ବିକାଶରେ ଅଶୋଧିତ ତୈଳର ମହତ୍ୱପୂର୍ଣ୍ଣ ଭୂମିକା ରହିବ। ୨୦୨୨ ସୁଦ୍ଧା ଅଶୋଧିତ ତୈଳର ଆମଦାନୀ ୧୦ ପ୍ରତିଶତ ହ୍ରାସ କରିବା ପାଇଁ ଭାରତ ସରକାର ରୋଡମ୍ୟାପ୍‍ ପ୍ରସ୍ତୁତ କରିଛନ୍ତି। ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ନୂଆ ଋଣନୀତି ଏବଂ ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି।

ସେ କହିଛନ୍ତି ଯେ ଆଗାମୀ ଦିନରେ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତିରେ ପରିଣତ କରିବା ଦିଗରେ ଭାରତ ସରକାର କାର୍ଯ୍ୟରତ। ବିଶେଷଭାବରେ ଅକ୍ଷୟ ଶକ୍ତିକୁ ଗ୍ରହଣ କରାଯାଇ ତଥା ବିଭିନ୍ନ ଶକ୍ତି କ୍ଷେତ୍ରରୁ ଜୈବ ଇନ୍ଧନ ଉତ୍ପାଦନ କରାଯାଇ ଗ୍ୟାସ ଆଧାରିତ ଅର୍ଥନୀତି କରିବା ପାଇଁ ଉଦ୍ୟମ କରାଯାଉଛି। ଅପରପକ୍ଷରେ ପରିବହନ କ୍ଷେତ୍ରର ବିକାଶ କରିବା ପାଇଁ ବ୍ରାଜିଲ ଏବଂ ଆମେରିକା ସହ ସହଯୋଗକୁ ବଢାଯାଇଛି। ଏହି ଅବସରରେ ମନ୍ତ୍ରୀ ଇସ୍ପାତ କ୍ଷେତ୍ରରେ କାର୍ବନର ମାତ୍ରାକୁ ହ୍ରାସ କରିବା ଉପରେ ଏକ ରିପୋର୍ଟକୁ ଉନ୍ମୋଚନ କରିଥିଲେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories