www.samajalive.in
Monday, December 8, 2025
24.1 C
Bhubaneswar

ଆତଙ୍କବାଦ ସହ ବିଶ୍ୱ ସାଲିସ୍‍ କରିବା ଉଚିତ ନୁହେଁ : ଏସ୍‍. ଜୟଶଙ୍କର

ନ୍ୟୁୟର୍କ :  ଆତଙ୍କବାଦ ସହ ବିଶ୍ୱ କଦାପି ସାଲିସ୍‍ କରିବା ଉଚିତ ନୁହେଁ ବୋଲି ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର କହିଛନ୍ତି । ଯେକୌଣସି ପ୍ରକାର ଆତଙ୍କବାଦ ହେଉନା କାହିଁକି,ତାକୁ ଦୃଢ଼ ନିନ୍ଦା କରାଯିବା ସଙ୍ଗେ ସଙ୍ଗେ ଯେକୌଣସି ଉଦ୍ଦେଶ୍ୟର ସନ୍ତ୍ରାସବାଦୀ କାର୍ଯ୍ୟକଳାପକୁ କଦାପି ପ୍ରଶ୍ରୟ ଦିଆଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ନ୍ୟୁୟର୍କରେ ଆତଙ୍କବାଦୀ କାର୍ଯ୍ୟକଳାପ ଦ୍ୱାରା ଅନ୍ତର୍ଜାତୀୟ ଶାନ୍ତି ଓ ନିରାପତ୍ତା ପ୍ରତି ବିପଦ ସଂକ୍ରାନ୍ତରେ ଜାତିସଂଘ ନିରାପତ୍ତା
ପରିଷଦରେ ଅଧ୍ୟକ୍ଷତା କରି ଶ୍ରୀ ଜୟଶଙ୍କର ଏହା କହିଛନ୍ତି । ସେ କହିଛନ୍ତି ୨୦୦୮ ମୁମ୍ବାଇ ଆତଙ୍କୀ ଆକ୍ରମଣ ଓ ୨୦୧୬ ପଠାନକୋଟ ବିମାନଘାଟିରେ ଆକ୍ରମଣ ସମେତ ଭାରତ ଆତଙ୍କବାଦର ମୁକାବିଲା କରି ଅନେକ ଲୋକଙ୍କ ଜୀବନ ରକ୍ଷା କରିବାରେ ସମର୍ଥ ହୋଇଛି । ଏହି ଆକ୍ରମଣଗୁଡ଼ିକରେ ଲୋକଙ୍କର ଜୀବନ ହାନୀର ଦୁଃଖକୁ ମଧ୍ୟ ଭାରତ ସହ୍ୟ କରିଛି। ସେ କହିଛନ୍ତି ଆତଙ୍କବାଦକୁ କୌଣସି ଧର୍ମ, ଜାତୀୟତା, ସଭ୍ୟତା କିମ୍ବା ଜାତିଆଣ ଗୋଷ୍ଠୀ ସହ ଯୋଡ଼ାଯିବା ଉଚିତ ନୁହେଁ।
ଶ୍ରୀ ଜୟଶଙ୍କର କହିଛନ୍ତି ଆତଙ୍କବାଦର ମୁକାବିଲା ପାଇଁ ଆଇନଗତ, ନିରାପତ୍ତା, ଆର୍ଥିକ ସହାୟତା ପ୍ରଦାନ ଏବଂ ଅନ୍ୟ କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ଆତଙ୍କଦୀମାନେ ନୂଆ ନୂଆ ଉପାୟ ଅବଲମ୍ବନ କରି ପାଣ୍ଠି ସଂଗ୍ରହ କରିବା ସଙ୍ଗେ ସଙ୍ଗେ ନୂଆ ବ୍ୟକ୍ତିମାନଙ୍କୁ ନିଯୁକ୍ତ କରି ଆତଙ୍କବାଦୀ କାର୍ଯ୍ୟକଳାପକୁ କାର୍ଯ୍ୟକାରୀ କରୁଛନ୍ତି।
ପରୋକ୍ଷରେ ପାକିସ୍ତାନକୁ ଆକ୍ଷେପ କରି ଶ୍ରୀ ଜୟଶଙ୍କର କହିଛନ୍ତି  କେତେକ ଦେଶ ସନ୍ତ୍ରାସବାଦର ମୁକାବିଲା ପାଇଁ ସାମୂହିକ ଉଦ୍ୟମରେ ସାମିଲ ହେଉନଥିବା ଅତ୍ୟନ୍ତ ଦୁଃଖର ବିଷୟ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories