www.samajalive.in
Wednesday, December 10, 2025
26.1 C
Bhubaneswar

ପୋଲିଓ ମୁକ୍ତ ହେଲା ଆଫ୍ରିକା : ‘ହୁ’

ଜେନିଭା : ଶେଷରେ ଆଫ୍ରିକା ପୋଲିଓ ମୁକ୍ତ ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଫ୍ରିକାକୁ ପୋଲିଓ ମୁକ୍ତ ଘୋଷଣା କରିଛି। ବିଶ୍ୱକୁ ପୋଲିଓ ମୁକ୍ତ କରିବା ପାଇଁ ଅନେକ ଦଶନ୍ଧି ଧରି ଅଭିଯାନ ଚାଲିଛି। ଡବ୍ଲୁଏଚ୍‍ଓର ଆଫ୍ରିକା ପାଇଁ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମାତ୍‍ଶି ଦିସୋ ମୋଏତି ଏହି ଘୋଷଣା କରିଛନ୍ତି। ଆଫ୍ରିକା ପାଇଁ ଏହା ଏକ ଐତିହାସିକ ଦିବସ ବୋଲି ସେ କହିଛନ୍ତି।

ପ୍ରଫେସର ରୋଜ ଗାନା ଫୋମ୍ବାନ୍ ଲେକେଙ୍କ ନେତୃତ୍ୱରେ ଏକ କମିଶନ ପ୍ରମାଣ କରିଛନ୍ତି ଯେ ଗତ ଚାରି ବର୍ଷ ଧରି ଏହି ମହାଦେଶରେ କୌଣସି ମାମଲା ଆସିନାହିଁ, ଯାହା ହେଉଛି ପୋଲିଓ ଭାଇରସ୍ ବିଲୋପ ହେବାର ସମୟ ସୀମା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ପୋଲିଓ ଭାଇରସ୍ ବର୍ତ୍ତମାନ ଆଫ୍ରିକାରେ ମୂଳପୋଛ ହୋଇଯାଇଛି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories