www.samajalive.in
Saturday, December 6, 2025
26.1 C
Bhubaneswar

ଆଜି ବିଶ୍ବ ଇମୋଜି ଦିବସ

୨୦୧୪ରୁ ଜୁଲାଇ ୧୭ରେ ବିଶ୍ବ ଇମୋଜି ଦିବସ ପାଳନ କରାଯାଇଆସୁଛି। ଡିଜିଟାଲ ଦୁନିଆରେ ଇମୋଜି ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗ୍ରହଣ କରିସାରିଛି। ଭାବକୁ ଶବ୍ଦ ମାଧ୍ୟମରେ ବ୍ୟକ୍ତ କରିବାଠାରୁ ଇମୋଜି ମାଧ୍ୟମରେ ବ୍ୟକ୍ତ କରିବା ମଣିଷ ପାଇଁ ସହଜ ଓ ସୁଖକର ମନେହେଉଛି।
ଇମୋଜି ପୂର୍ବରୁ ଇମୋଟିକନ୍‌ସ (ଇମୋସନ୍‌+ଆଇକନ) ଥିଲା। କଠିନ ଶବ୍ଦଗୁଡ଼ିକ ବଦଳରେ ଏସବୁକୁ ବ୍ୟବହାର କରାଯାଉଥିଲା। ଏହାପରେ ଆସିଲା ଜାପାନୀ ଭାବୋଦ୍ୟୋତକ ଚିତ୍ରାବଳୀ ଇମୋଜି, ଯାହାର ଅର୍ଥ ‘ଚିତ୍ର ଶବ୍ଦ’। ୧୯୯୦ରେ ସର୍ବପ୍ରଥମେ ଏହାକୁ ଶିଗେତାକା କୁରିତା ତିଆରି କରିଥିଲେ। ଜାପାନୀ ଟେଲିକମ୍‌ କମ୍ପାନୀ ଏନଟିଟି ଡୋକୋମୋର ପେଜର୍‌ ପାଇଁ ଏହି ଚିତ୍ରଶବ୍ଦଗୁଡ଼ିକୁ ତିଆରି କରିଥିଲେ। ବିଶେଷତଃ କିଶୋରକିଶୋରୀଙ୍କ ମନକୁ ଆକୃଷ୍ଟ କରିବା ଭଳି ଏହାକୁ ଗଢ଼ିଥିଲେ।
ଏହାପରଠାରୁ ପ୍ରତିବର୍ଷ ନୂଆନୂଆ ଇମୋଜି ତିଆରି ହେବାକୁ ଲାଗିଲା। ବର୍ତ୍ତମାନ କେବଳ ସ୍ମାର୍ଟଫୋନ ନୁହଁ, କମ୍ପ୍ୟୁଟରରେ ବି ଇମୋଜି ବ୍ୟବହାର କରିହେଉଛି। ଇମୋଜିପିଡିଆ ଡଟ୍‌ ଓଆର୍‌ଜି ନାମକ ୱେବ୍‌ସାଇଟ୍‌ ସାରା ବିଶ୍ବରେ ତିଆରି ହେଉଥିବା ନୂତନ ଇମୋଜିଗୁଡ଼ିକ ସମ୍ପର୍କରେ ଖବର ରଖିବା ସହ ତାକୁ ସଂଗ୍ରହ କରିଥାଏ। ଇତିମଧ୍ୟରେ ୧୮୦୦ରୁ ଅଧିକ ଇମୋଜି ତିଆରି ହୋଇଛି। ଶାରୀରିକ ଭାବ, ଖାଦ୍ୟପେୟ, ପଶୁପକ୍ଷୀଠାରୁ ଆରମ୍ଭ କରି ସବୁ ପ୍ରକାରର ଇମୋଜି ଏବେ ଉପଲବ୍ଧ। ୨୦୧୪ରେ ଇମୋଜିପିଡିଆ ପ୍ରତିଷ୍ଠାତା ଜେରେମି ବର୍ଗ ବିଶ୍ବ ଇମୋଜି ଦିବସର ପରିକଳ୍ପନା କରିଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories