www.samajalive.in
Sunday, December 14, 2025
26.1 C
Bhubaneswar

ଆଜି ବିଶ୍ବ ଇମୋଜି ଦିବସ

୨୦୧୪ରୁ ଜୁଲାଇ ୧୭ରେ ବିଶ୍ବ ଇମୋଜି ଦିବସ ପାଳନ କରାଯାଇଆସୁଛି। ଡିଜିଟାଲ ଦୁନିଆରେ ଇମୋଜି ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗ୍ରହଣ କରିସାରିଛି। ଭାବକୁ ଶବ୍ଦ ମାଧ୍ୟମରେ ବ୍ୟକ୍ତ କରିବାଠାରୁ ଇମୋଜି ମାଧ୍ୟମରେ ବ୍ୟକ୍ତ କରିବା ମଣିଷ ପାଇଁ ସହଜ ଓ ସୁଖକର ମନେହେଉଛି।
ଇମୋଜି ପୂର୍ବରୁ ଇମୋଟିକନ୍‌ସ (ଇମୋସନ୍‌+ଆଇକନ) ଥିଲା। କଠିନ ଶବ୍ଦଗୁଡ଼ିକ ବଦଳରେ ଏସବୁକୁ ବ୍ୟବହାର କରାଯାଉଥିଲା। ଏହାପରେ ଆସିଲା ଜାପାନୀ ଭାବୋଦ୍ୟୋତକ ଚିତ୍ରାବଳୀ ଇମୋଜି, ଯାହାର ଅର୍ଥ ‘ଚିତ୍ର ଶବ୍ଦ’। ୧୯୯୦ରେ ସର୍ବପ୍ରଥମେ ଏହାକୁ ଶିଗେତାକା କୁରିତା ତିଆରି କରିଥିଲେ। ଜାପାନୀ ଟେଲିକମ୍‌ କମ୍ପାନୀ ଏନଟିଟି ଡୋକୋମୋର ପେଜର୍‌ ପାଇଁ ଏହି ଚିତ୍ରଶବ୍ଦଗୁଡ଼ିକୁ ତିଆରି କରିଥିଲେ। ବିଶେଷତଃ କିଶୋରକିଶୋରୀଙ୍କ ମନକୁ ଆକୃଷ୍ଟ କରିବା ଭଳି ଏହାକୁ ଗଢ଼ିଥିଲେ।
ଏହାପରଠାରୁ ପ୍ରତିବର୍ଷ ନୂଆନୂଆ ଇମୋଜି ତିଆରି ହେବାକୁ ଲାଗିଲା। ବର୍ତ୍ତମାନ କେବଳ ସ୍ମାର୍ଟଫୋନ ନୁହଁ, କମ୍ପ୍ୟୁଟରରେ ବି ଇମୋଜି ବ୍ୟବହାର କରିହେଉଛି। ଇମୋଜିପିଡିଆ ଡଟ୍‌ ଓଆର୍‌ଜି ନାମକ ୱେବ୍‌ସାଇଟ୍‌ ସାରା ବିଶ୍ବରେ ତିଆରି ହେଉଥିବା ନୂତନ ଇମୋଜିଗୁଡ଼ିକ ସମ୍ପର୍କରେ ଖବର ରଖିବା ସହ ତାକୁ ସଂଗ୍ରହ କରିଥାଏ। ଇତିମଧ୍ୟରେ ୧୮୦୦ରୁ ଅଧିକ ଇମୋଜି ତିଆରି ହୋଇଛି। ଶାରୀରିକ ଭାବ, ଖାଦ୍ୟପେୟ, ପଶୁପକ୍ଷୀଠାରୁ ଆରମ୍ଭ କରି ସବୁ ପ୍ରକାରର ଇମୋଜି ଏବେ ଉପଲବ୍ଧ। ୨୦୧୪ରେ ଇମୋଜିପିଡିଆ ପ୍ରତିଷ୍ଠାତା ଜେରେମି ବର୍ଗ ବିଶ୍ବ ଇମୋଜି ଦିବସର ପରିକଳ୍ପନା କରିଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories