www.samajalive.in
Saturday, December 13, 2025
26.1 C
Bhubaneswar

ବିଶ୍ବକପ୍‌ ଟ୍ରଫିର ମହାକାଶ ଭ୍ରମଣ

ନୂଆଦିଲ୍ଲୀ : ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ପ୍ରଥମଥର ପାଇଁ ବିଶ୍ବକପ୍‌ ଟ୍ରଫି ମହାକାଶ ଭ୍ରମଣ କରିଛି। ଭାରତରେ ଆସନ୍ତା ଅକ୍ଟୋବର-ନଭେମ୍ବରରେ ଦିନିକିଆ ବିଶ୍ବକପ୍‌ ଖେଳାଯିବ। ଏଥିନିମନ୍ତେ ବିଶ୍ବକପ୍‌ ଟ୍ରଫି ମଙ୍ଗଳବାର ଭାରତରୁ ବାହାରି ବିଶ୍ବର ବିଭିନ୍ନ ଦେଶ ଗସ୍ତ କରିବ। ଇତିମଧ୍ୟରେ ବିଶ୍ବକପ୍‌ ଟ୍ରଫିକୁ ଏକ ମହାକାଶ ଯାନ ଯୋଗେ ମହାକାଶକୁ ପଠା ଯାଇଥିଲା। ଭୂପୃଷ୍ଠରୁ ୧ ଲକ୍ଷ ୨୦ ହଜାର ପୁଟ୍‌ ଉପରେ ଥିବା ଷ୍ଟ୍ରାଟୋସ୍ପିୟରରୁ ଏକ ବେଲୁନ୍‌ରେ ବନ୍ଧା ଯାଇ ବିଶ୍ବକପ୍‌ ଟ୍ରଫିକୁ ଭୂପୃଷ୍ଠ ଆଡକୁ ଛଡ଼ା ଯାଇଥିଲା। ବେଲୁନ୍‌ ସହ ସଂଯୋଗ ହୋଇଥିବା ବିଶ୍ବକପ୍‌ ଟ୍ରଫି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍‌ ଷ୍ଟାଡିୟମରେ ଅବତରଣ କରିଥିଲା। ମଙ୍ଗଳବାରରୁ ବିଶ୍ବକପ୍‌ ଟ୍ରଫି ଭାରତର ବିଭିନ୍ନ ସହର ପରିକ୍ରମା କରି ବିଶ୍ବ ଭ୍ରମଣରେ ବାହାରିବ। ଏହାପରେ ବିଶ୍ବକପ୍‌ ବିଭିନ୍ନ ଦେଶ ପରିକ୍ରମା କରି ସେପ୍ଟେମ୍ବର ୪ରେ ଭାରତ ଫେରିବ ବୋଲି ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ବିଶ୍ବକପ୍‌ ଟ୍ରଫି ଭ୍ରମଣ ସମୟରେ ପ୍ରଶଂସକମାନେ ଏହାକୁ ନିକଟରୁ ଦେଖିବାର ସୁଯୋଗ ପାଇବେ। ବିଶ୍ବକପ୍‌ କ୍ରିକେଟ୍‌କୁ ଲୋକପ୍ରିୟ କରିବା ନିମନ୍ତେ ଆଇସିସି ତରଫରୁ ଏପରି ଯୋଜନା କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories