www.samajalive.in
Saturday, December 6, 2025
19.1 C
Bhubaneswar

ବିଶ୍ବକପ୍: ଭାରତର ବ୍ୟାଟିଂ ବିପର୍ଯ୍ୟୟ, ଇଂଲଣ୍ଡକୁ ୨୩୦ ରନ ଟାର୍ଗେଟ ଦେଲା ଟିମ ଇଣ୍ଡିଆ

ଲକ୍ଷ୍ନୌ : ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକନା ଷ୍ଟାଡିୟମଠାରେ ଖେଳାଯାଉଥିବା ବିଶ୍ବକପର ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଇଂଲଣ୍ଡ ଆଗରେ ୨୩୦ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ। ୫୦ ଓଭରରେ ଭାରତର ସ୍କୋର ୨୨୯/୯ ରହିଛି।

ପ୍ରାରମ୍ଭିବ ପର୍ଯ୍ୟାୟରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ୪୦ ରନ ଭିତରେ ଭାରତ ୧୧.୫ ଓଭରରେ ୩ଟି ୱିକେଟ ହରାଇ ଚାପକୁ ଚାଲିଯାଇଥିଲା। ରୋହିତ ଶର୍ମାଙ୍କ ଲଢୁଆ ୮୭ରନ ସହିତ ସୂର୍ଯ୍ୟକୁମାର ୪୯ ଓ ରାହୁଲ ୩୮ ରନ ସ୍କୋର ଭାରତ ଏକ ସମ୍ମାନ ଜନକ ସ୍ଥିତିରେ ପହଞ୍ଚି ପାରିଥିଲା। ଅଧିନାୟକ ରୋହିତ ଶର୍ମା ଲଢୁଆ ବ୍ୟାଟିଂ ଜାରି ରଖିଥିଲେ ଓ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ସେ କେଏଲ ରାହୁଲ ଓ ସୂର୍ଯ୍ୟକୁମାର ଯାଦବଙ୍କ ସହ ମିଶି ଉପଯୋଗୀ ପାର୍ଟନରସିପ କରିବା ସହ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ତେବେ ଆଜି କୌଣସି ରନ ସ୍କୋର ନ କରି ଆଉଟ ହୋଇଛନ୍ତି ବିରାଟ କୋହଲି। ସେହିପରି ଶୁବମନ ଗିଲ ୯ ରନ, ଶ୍ରେୟସ ଆୟର ୪, ରବୀନ୍ଦ୍ର ଜାଡେଜା ୮, ଜସପ୍ରିତ ବୁମରା, କୁଲଦୀପ ଯାଦବ ୯ ଓ ମହମ୍ମଦ ସାମି ମାତ୍ର ୧ ରନ ସ୍କୋର କରିଥିଲେ।

- Advertisement -

ଆଜି ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ। ଇଂଲଣ୍ଡ ପକ୍ଷରୁ ଡେଭିଡ ୱିଲି ୩ଟି ୱିକେଟ ନେଇଥିବାବେଳେ କ୍ରିସ ଓକସ ଓ ଆଦିଲ ରସିଦ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories