www.samajalive.in
Saturday, December 6, 2025
26.1 C
Bhubaneswar

ଭାରତକୁ ୧୫୦ କୋଟି ଡଲାର ଦେବ ବିଶ୍ବ ବ୍ୟାଙ୍କ

ନୂଆଦିଲ୍ଲୀ : ସବୁଜ ଶକ୍ତିକୁ ପ୍ରୋତ୍ସାହନ ଦେବା ଏବଂ କାର୍ବନ ଉତ୍ସେର୍ଜନକୁ କମ୍ କରିବା ପାଇଁ ବିଶ୍ବ ବ୍ୟାଙ୍କ ଭାରତକୁ ୧୫୦ କୋଟି ଡଲାର ସାହାଯ୍ୟକୁ ମଞ୍ଜୁରି ଦେଇଛି । ଏଥିରେ ଭାରତରେ ସବୁଜ ଶକ୍ତିକୁ ପ୍ରୋତ୍ସାହନ ମିଳିବ । ବିଶ୍ବ ବ୍ୟାଙ୍କ ଜଣାଇଛି କି ନିମ୍ନ-କାର୍ବନ ଶକ୍ତି କାର୍ଯ୍ୟକ୍ରମ ବିକାଶ ନୀତି ଅନୁସାରେ ଆର୍ଥିକ ପ୍ରୋତ୍ସାହନର ଏହା ଦ୍ବିତୀୟ ପର୍ଯ୍ୟାୟ । ଏହା ପୂର୍ବରୁ ଗତ ବର୍ଷ ଜୁନରେ ମଧ୍ୟ ବିଶ୍ବ ବ୍ୟାଙ୍କ ଭାରତକୁ ୧୫୦ କୋଟି ଡଲାରର ମଞ୍ଜୁରି ଦେଇଥିଲା । ଏହା ସହାୟତା ଫଳରେ ଦେଶରେ ପ୍ରତି ବର୍ଷ ୪୫୦,୦୦୦ ମେଟ୍ରିକ୍ ଟନ୍ ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ୧୫୦୦ ମେଗାଓ୍ବାଟ୍ ଇଲେକ୍ଟ୍ରୋଲାଇଜରର ଉତ୍ପାଦନ ଆଶା ରହିଛି । ଏହା ଅକ୍ଷୟ ଶକ୍ତି କ୍ଷମତାକୁ ବଢାଇବା ସହ ପ୍ରତି ବର୍ଷ ୫୦ ମିଲିୟନ୍ ଟନ୍ ଉତ୍ସେର୍ଜନ ହ୍ରାସ କରିବାରେ ସାହାଯ୍ୟ କରିବ । ବିଶ୍ବ ବ୍ୟାଙ୍କର ଦେଶୀୟ ନିର୍ଦ୍ଦେଶକ ଅଗଷ୍ଟେ ତାନୋ କୌମେ କହିଛନ୍ତି କି ବିଶ୍ବ ବ୍ୟାଙ୍କ ଭାରତକୁ ଏହି ଦିଗରେ ଲଗାତର ସମର୍ଥନ ଜାରି ରଖିବ । ଏଥିରେ ଦେଶକୁ ଶୁଦ୍ଧ-ଶୂନ୍ୟ ଉତ୍ସେର୍ଜନ ଲକ୍ଷ୍ୟ ହାସଲରେ ସାହାଯ୍ୟ ମିଳିବ । ଏହା ନୂଆ ନିଯୁକ୍ତି ସୃଷ୍ଟି ହେବା ସହ ପରିବେଶ ମଧ୍ୟ ସୁସ୍ଥ ରହିବ ।

ବିଶ୍ଵକପ୍ ବିଜୟ ପରେ ଭାରତୀୟ ଦଳକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories