ନୂଆଦିଲ୍ଲୀ : ଭାରତର ୧୩ଟି ରାଜ୍ୟର ଗ୍ରାମାଞ୍ଚଳରେ ରୋଜଗାର ବୃଦ୍ଧି କରିବା ପାଇଁ ଜାତୀୟ ଗ୍ରାମ୍ୟ ଅର୍ଥନୈତିକ ରୂପାନ୍ତର ପ୍ରକଳ୍ପ ଏନ୍ଆରଇଟିପିକୁ ବିଶ୍ୱ ବ୍ୟାଙ୍କ୍ ୨୫୦ ନିୟୁତ ଆମେରିକୀୟ ଡଲାର ଯୋଗାଇ ଦେବ। ଏନେଇ ଅର୍ଥମନ୍ତ୍ରଣାଳୟର ଆର୍ଥିକ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ସମୀର କୁମାର ଖାରେ ଓ ବିଶ୍ୱବ୍ୟାଙ୍କ୍ର ଭାରତୀୟ ନିର୍ଦ୍ଦେଶକ ହିସାମ୍ ଆବଡୋଙ୍କ ମଧ୍ୟରେ ମଙ୍ଗଳବାର ନୂଆଦିଲ୍ଲୀଠାରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି।
ବିଶ୍ୱ ବ୍ୟାଙ୍କ୍ ପକ୍ଷରୁ ଏକ ଇସ୍ତାହାରରେ କୁହାଯାଇଛି ଯେ ଏହି ଋଣ ଦ୍ୱାରା ଗ୍ରାମାଞ୍ଚଳରେ ରହୁଥିବା ଭାରତୀୟ ମହିଳାମାନେ ଉପକୃତ ହେବେ। ଏହି ପ୍ରକଳ୍ପରେ ମହିଳାମାନଙ୍କ ଦ୍ୱାରା କରାଯାଉଥିବା ଉଦ୍ୟୋଗଗୁଡ଼ିକୁ ବିଶେଷ ଭାବରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ନେଇ ଲକ୍ଷ୍ୟ ରହିଛି।
ଗ୍ରାମାଞ୍ଚଳରେ ରୋଜଗାର ବୃଦ୍ଧି ପାଇଁ ବିଶ୍ୱ ବ୍ୟାଙ୍କର ୨୫୦ନିୟୁତ ଡଲାର ସହାୟତା
Popular Categories



