ଶ୍ରୀନଗର : ବିଭିନ୍ନ ଫୋରମରେ ସମାଲୋଚିତ ହେବା ପରେ ମଧ୍ୟ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତୀ ଉଲଂଘନ ଜାରି ରହିଛି। ଜାମ୍ମୁ ଡିଭିଜନର ପୁଞ୍ଚ୍ ଜିଲ୍ଲା ଅନ୍ତର୍ଗତ କ୍ରିଷ୍ଣାଘାଟୀ ଅଞ୍ଚଳରେ ମଙ୍ଗଳବାର ପାକିସ୍ତାନ ପଟୁ ଆଖିବୁଜା ଗୁଳି ମାଡ଼ କରାଯାଇଥିଲା। ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ଯେ ସନ୍ଧ୍ୟା ୬ଟା ବେଳେ ପାକିସ୍ତାନୀ ସେନା ପକ୍ଷରୁ ଭାରତୀୟ ଆଗୁଆ ଘାଟି ଉପରେ ଗୁଳିମାଡ଼ କରାଯାଇଥିଲା। ଏହାର ଜବାବରେ ଭାରତୀୟ ଯବାନମାନେ ପାଳଟା ଗୁଳି ଚଳାଇଥିଲେ। ଏହି ଘଟଣାରେ କୌଣସି ଭାରତୀୟ ଯବାନ ମୃତାହତ ହୋଇନଥିବା ଜଣାପଡ଼ିଛି। ଗତକାଲି ଦିନ ବେଳା ମଧ୍ୟ ପାକିସ୍ତାନୀ ଯବାନମାନେ ରାଜୌରୀ ଜିଲ୍ଲାର ନୌସେରା ଅଞ୍ଚଳରେ ଅସ୍ତ୍ରବିରତୀ ଉଲଂଘନ କରିଥିଲେ।
Popular Categories



