ପୋଷ୍ଟାଲ ବାଲାଟରେ ଭୋଟ ଦେଇପାରିବେ କାର୍ଯ୍ୟରତ ସାମ୍ବାଦିକ
ଭୁବନେଶ୍ବର : ପୋଷ୍ଟାଲ ବାଲାଟରେ ଭୋଟ ଦେଇପାରିବେ କାର୍ଯ୍ୟରତ ସାମ୍ବାଦିକ । ସାମ୍ବାଦିକଙ୍କ ପାଇଁ ପୋଷ୍ଟାଲ ବାଲାଟ୍ ବ୍ୟବସ୍ଥା କଲେ ନିର୍ବାଚନ ଆୟୋଗ । ଏଥିପାଇଁ ନିଜ ନିର୍ବାଚନ ମଣ୍ଡଳୀ ରିଟର୍ଣ୍ଣିଂ ଅଫିସରଙ୍କଠାରୁ ଆବେଦନ ଆବଶ୍ୟକ । ରିଟର୍ଣ୍ଣିଂ ଅଫିସର ଆବେଦନକାରୀଙ୍କ ଆକ୍ରେଡିସନ ଯାଞ୍ଚ କରିବେ । ଆକ୍ରେଡିସନ ଯାଞ୍ଚ ପରେ ଯଥା ସମୟରେ ପୋଷ୍ଟାଲ ବାଲାଟ ପହଞ୍ଚିବ । ପୋଷ୍ଟାଲ ବାଲାଟରେ ଭୋଟ ଦେଇ ରିଟର୍ଣ୍ଣିଂ ଅଫିସରଙ୍କୁ ପଠାଇ ପାରିବେ କାର୍ଯ୍ୟରତ ସାମ୍ବାଦିକ । ନିର୍ବାଚନ ଡ୍ୟୁଟିରେ ନିୟୋଜିତ ସମସ୍ତ ପ୍ରାଧିକୃତ ଗଣମାଧ୍ୟମ କର୍ମଚାରୀ ଯେଉଁଠାରେ କାର୍ଯ୍ୟ କରୁଛନ୍ତି ସେହି ସ୍ଥାନରେ ପୋଷ୍ଟାଲ ବାଲାଟ ମାଧ୍ୟମରେ ନିଜର ଭୋଟ ଦେଇପାରିବେ। ନିର୍ବାଚନରେ ସର୍ବାଧିକ ସଂଖ୍ୟକ ଭୋଟର ଅଂଶଗ୍ରହଣ କରିବା ପାଇଁ ନିର୍ବାଚନ ଆୟୋଗ ଏଭଳି ନିଷ୍ପତ୍ତି ନେଇଛନ୍ତି ।
Comments are closed.