www.samajalive.in
Monday, December 8, 2025
13.1 C
Bhubaneswar

କେରଳରେ କରୋନା ବିରୋଧୀ ଲଢେଇରେ ଆଗ ଧାଡିରେ ମହିଳା ସେନା ‘ପେନ୍ ପ୍ୟାଡ୍’

ସମାଜ ପୋର୍ଟାଲ ଡେସ୍କ: କେରଳରେ ସେମାନଙ୍କୁ ମହିଳା ସେନା ବା ‘ପେନ୍ ପ୍ୟାଡ୍’ କୁହାଯାଏ। ଏହି ସେନାର ପ୍ରତ୍ୟେକ ସଦସ୍ୟଙ୍କ ପ୍ରତି ଲୋକମାନଙ୍କର ସମ୍ମାନ ରହିଛି, ସେମାନଙ୍କର ଅବଦାନ ଓ ସହାୟତାକୁ କେହି ଅସ୍ୱୀକାର କରନ୍ତି ନାହିଁ। ସେହି ସେନାର ପ୍ରତ୍ୟେକ ସୈନିକ ଏକଥା ମଧ୍ୟ ଅନୁଭବ କରନ୍ତି ଯେ ସମାଜରେ ତାଙ୍କର ସମ୍ମାନ ଓ ଗ୍ରହଣୀୟତା ବୃଦ୍ଧି ପାଇଛି। ଏହା ସେମାନଙ୍କୁ ଅଧିକ କିଛି କରିବା ପାଇଁ ଉତ୍ସାହିତ କରିଥାଏ।

ଏହି ମହିଳା ସେନାର ହଜାର ହଜାର ସଦସ୍ୟ ରାଜ୍ୟରେ କରୋନା ସଂକ୍ରମ ବିରୋଧରେ ବିଭିନ୍ନ ସ୍ତରରେ କାର୍ଯ୍ୟ କରି ବଡ଼ ସଫଳତା ହାସଲ କରୁଛନ୍ତି। କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ଏହାକୁ ପ୍ରଶଂସା କରାଯାଉଛି।

- Advertisement -

ଏହି ସେନାର ସବୁଠାରୁ ଜଣାଶୁଣା ଚେହେରା ହେଉଛନ୍ତି ସେଠାକାର ସ୍ୱାସ୍ଥ୍ୟମନ୍ତ୍ରୀ କେ. କେ. ଶୈଳଜା ଯାହାଙ୍କୁ ସମସ୍ତେ ଶୈଳଜା ଟିଚର ଭାବରେ ଜାଣନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ନିପା ଭାଇରସ ମଧ୍ୟ କେରଳରେ ପ୍ରଭାବ ବିସ୍ତାର କରିଥିଲା। ସ୍ୱାସ୍ଥ୍ୟ ବିଭାଗ ଏବଂ ସମଗ୍ର ସରକାରୀ ସହଯୋଗରେ ଏହାର ମୁକାବିଲା ପାଇଁ କରାଯାଇଥିବା କାର୍ଯ୍ୟ କେବଳ ଯେ ଅଭିଜ୍ଞତା ଦେଇଛି ତାହା ନୁହେଁ, ବରଂ କରୋନା ଭୁତାଣୁ ବିସ୍ତାର ଉପରେ ସତର୍କତା ଅବଲମ୍ବନ କ୍ଷେତ୍ରରେ ନୂଆ କୌଶଳ ଶିଖାଇଛି। ଯେତେବେଳେ ୨୦୧୯ ଡିସେମ୍ବରରେ ଚୀନ୍‌ରୁ କରୋନା ପ୍ରବେଶ ଖବର ଆସିଲା, ସେତେବେଳେ ଶୈଳଜା ଜାଣିଥିଲେ ଯେ ଏହି ଭୂତାଣୁ ନିଶ୍ଚିତ ଭାବରେ କେରଳକୁ ଆସିବ। ୨୦୨୦ ଜାନୁୟାରୀ ୧ରେ ସେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ ଯେ ସେମାନଙ୍କୁ କିଛି ନିୟମ ପାଳନ କରିବାକୁ ପଡିବ ଏବଂ ଏଥି ସହିତ ସେ ଭୟଭୀତ ନ ହେବାକୁ ଆଶ୍ୱାସନା ଦେଇଥିଲେ। ସେ ପ୍ରତିଦିନ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଉଥିଲେ ଏବଂ କିଛି ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ମଧ୍ୟ ସେମାନଙ୍କ ସହ ଯୋଗ ଦେଇ ପରିସ୍ଥିତିର ପ୍ରତ୍ୟେକ ଦିଗ ବିଷୟରେ ଲୋକଙ୍କୁ ଜଣାଇବା ଆରମ୍ଭ କଲେ। କେରଳର ସ୍ୱାସ୍ଥ୍ୟ ସେବାକୁ ଆହୁରି ଦୃଢ କରାଯାଇଥିଲା ଏବଂ ସ୍ୱାସ୍ଥ୍ୟ କର୍ମୀ ଓ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ସାମଗ୍ରୀ ମଧ୍ୟ ଏକଜୁଟ କରାଯାଇଥିଲା।

ଯେତେବେଳେ ୨୦୨୦ ଜାନୁଆରୀ ୩୦ରେ ପ୍ରଥମ କରୋନା ରୋଗୀ ଚୀନରୁ କେରଳ ନିଜ ଘରକୁ ଫେରିଥିଲେ, ସେତେବେଳେ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ। ସେହିଭଳି ଦ୍ୱିତୀୟ ଦିନରେ ରୋଗୀମାନେ ମଧ୍ୟ ପହଞ୍ଚିଥିଲେ ଏବଂ ସରକାରଙ୍କ ପୂର୍ବ ପ୍ରସ୍ତୁତି ସଫଳତାର ସହ କାମ ଦେଲା।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories