www.samajalive.in
Saturday, December 13, 2025
15.1 C
Bhubaneswar

ବିସିସିଆଇ ମଧ୍ୟ ମହିଳା ଆଇପିଏଲ୍ ଆୟୋଜନ କରିବ : ଗାଙ୍ଗୁଲି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ରବିବାର କହିଛନ୍ତି ମହିଳା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଆୟୋଜନ କରିବାର ସମ୍ପୂର୍ଣ୍ଣ ଯୋଜନା ରହିଛି। ଯାହା ଦେଶର ମହିଳା କ୍ରିକେଟ୍ ଦଳର ଅଧିନାୟିକା ହରମାନପ୍ରୀତ କୌରଙ୍କ ନେତୃତ୍ୱରେ ହେବ। ଫଳରେ ମହିଳା କ୍ରିକେଟ୍ ଦଳ ପାଇଁ କୌଣସି ଯୋଜନା ନାହିଁ ବୋଲି ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟାଇଛି। ଦଳ ପାଇଁ ମହିଳା ଆଇପିଏଲ୍ ଚ୍ୟାଲେଞ୍ଜର୍ ସିରିଜ୍ ଭାବେ ବେଶ ଜଣାଶୁଣା।
ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ପୁରୁଷ ଆଇପିଏଲ୍ ୧୯ ସେପ୍ଟେମ୍ବରରୁ ୮ କିମ୍ବା ୧୦ ନଭେମ୍ବର ମଧ୍ୟରେ ୟୁଏଇରେ ଅନୁଷ୍ଠିତ ହେବାର କାର୍ୟ୍ୟକ୍ରମ ରହିଛି (ଶେଷ ତାରିଖ ଏପର୍ୟ୍ୟନ୍ତ ସ୍ଥିର ହୋଇନାହିଁ)। ବିସିସିଆଇ ସଭାପତିଙ୍କ ଅନୁଯାୟୀ ମହିଳା ଆଇପିଏଲ୍ ମଧ୍ୟ ଏହି କାର୍ୟ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବ।
ରବିବାର ଦିନ ଆଇପିଏଲ୍ ପରିଚାଳନା ପରିଷଦ ବୈଠକ ପୂର୍ବରୁ ଗାଙ୍ଗୁଲି ପିଟିଆଇକୁ କହିଛନ୍ତି ଯେ, ମହିଳା ଆଇପିଏଲ୍ ପାଇଁ ସମ୍ପୂର୍ଣ୍ଣ ଯୋଜନା ଅଛି ଏବଂ ଜାତୀୟ ଦଳ ପାଇଁ ମଧ୍ୟ ଆମର ଯୋଜନା ଅଛି।

ମହିଳା ଆଇପିଏଲ ବିଷୟରେ ସୌରଭ ଗାଙ୍ଗୁଲି ବିସ୍ତୃତ ସୂଚନା ଦେଇନାହାଁନ୍ତି, କିନ୍ତୁ ଏହି ବିଷୟରେ ଅବଗତ ଥିବା ଅନ୍ୟ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ମହିଳା ଚ୍ୟାଲେଞ୍ଜର୍ ସିରିଜ୍ ଗତ ବର୍ଷ ଭଳି ଆଇପିଏଲର ଅନ୍ତିମ ପର୍ୟ୍ୟାୟରେ ଅନୁଷ୍ଠିତ ହେବ । ନଭେମ୍ବର ୧ ରୁ ୧୦ ପର୍ୟ୍ୟନ୍ତ ମହିଳା ଚ୍ୟାଲେଞ୍ଜର୍ ସିରିଜ୍ ଆୟୋଜନ କରାଯିବାର ଯୋଜନା ରହିଛି ଏବଂ ଏହା ପୂର୍ବରୁ ଶିବିର ଆୟୋଜନ କରାଯାଇପାରିବ ବୋଲି ସୂତ୍ରରୁ ପ୍ରକାଶ।
ପୂର୍ବତନ ଭାରତୀୟ ଅଧିନାୟକ କହିଛନ୍ତି ଯେ କେନ୍ଦ୍ରୀୟ ଚୁକ୍ତିଭିତ୍ତିକ ମହିଳା ଖେଳାଳିଙ୍କ ପାଇଁ ଏକ ଶିବିର ଆୟୋଜନ କରାଯିବ, ଯାହା ଦେଶର ସାମ୍ପ୍ରତିକ ପରିସ୍ଥିତି ଯୋଗୁଁ ବର୍ତ୍ତମାନ ସ୍ଥଗିତ ରହିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories