www.samajalive.in
Saturday, December 6, 2025
16.1 C
Bhubaneswar

ଦୁଇ ମହିଳାଙ୍କ ସମେତ ୧୦ ନକ୍ସଲଙ୍କ ଆତ୍ମସମର୍ପଣ

ଛତିଶଗଡ : ଛତିଶଗଡର ନକ୍ସଲ ପ୍ରଭାବିତ ସୁକୁମା ଜିଲାରେ ଦୁଇ ଜଣ ମହିଳା ସମେତ ୧୦ ଜଣ ନକ୍ସଲ ଗୁରୁବାର ଆତ୍ମସମର୍ପଣ କରିଛନ୍ତି । ନକ୍ସଲନେତାଙ୍କ ଦ୍ବାରା ସେମାନେ ଶୋଷଣର ଶିକାର ହେଉଥିଲେ ବୋଲି ଆତ୍ମସମର୍ପଣ କରିଥିବା ନକ୍ସଲମାନେ କହିଛନ୍ତି ।

ସୁକମା ଜିଲାର ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସୁକୁମା ଜିଲାର କୋଣ୍ଟା ଥାନା ଅନ୍ତର୍ଗତ ବାଲେଙ୍ଗତୋଙ୍ଗ ଗ୍ରାମରେ ରହୁଥିବା ୧୦ ଜଣ ନକ୍ସଲ ସ୍ଥାନୀୟ ପୁଲିସ ଓ କେନ୍ଦ୍ର ରିଜର୍ଭ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ନକ୍ସଲ ରହିଛନ୍ତି । ଆତ୍ମସମର୍ପଣ କରିଥିବା ସମସ୍ତ ନକ୍ସଲଙ୍କ ବିରୋଧରେ ବସ୍ ଓ ଅନ୍ୟ ଯାନବାହନରେ ନିଆଁ ଲଗାଇବା ଏବଂ ବୋମା ବିସ୍ଫୋରଣ କରିବା ଭଳି ସାଂଘାତିକ ଅଭିଯୋଗ ରହିଛି । ଆତ୍ମସମର୍ପଣ କରିଥିବା ନକ୍ସଲ ସରକାରୀ ଯୋଜନାର ଲାଭ ପାଇପାରିବେ ବୋଲି ପୁଲିସ ଅଧିକାରୀ କହିଛନ୍ତି ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories