ଅର୍ଶ ସମସ୍ୟା ପାଇଁ ଚିନ୍ତିତ କି ? ଖାଆନ୍ତୁ ଏହି ଖାଦ୍ୟ ଦୂର ହେବ ସମସ୍ୟା

0

ବିଭିନ୍ନ ପ୍ରକାରର ରୋଗ ସ୍ୱାସ୍ଥ୍ୟ ଉପରେ ବହୁ କୁପ୍ରଭାବ ପକାଇଥାଏ। ଯାଦ୍ୱାରା ଆମକୁ ବହୁ କଷ୍ଟ ଅନୁଭୂତ ହୋଇଥାଏ। ସେଭଳି କିଛି ରୋଗ ମଧ୍ୟରୁ ଅର୍ଶ ସଭିଁଙ୍କ ପାଇଁ ଏକ ବିରାଟ ସମସ୍ୟା ପାଲଟିଛି। ଏହା କାରଣରୁ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। କିଛି ଏପରି ଖାଦ୍ୟପଦାର୍ଥ ରହିଛି ଯାହା ଖାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। ଜାଣନ୍ତୁ ସେହି ଖାଦ୍ୟପଦାର୍ଥ ବିଷୟରେ….
ଯେଉଁମାନଙ୍କର ଅର୍ଶ ଜନିତ ସମସ୍ୟା ରହିଛି, ସେମାନେ ଦଲିଆ, ଧଳା ପାସ୍ତା ଆଦି ଖାଇପାରିବେ। ଏହି ଖାଦ୍ୟ ଅର୍ଶ ଥିବା ବ୍ୟକ୍ତିଙ୍କ ପାଇଁ ଲାଭଦାୟକ ହୋଇଥାଏ।
ସବୁଜ ପନିପରିବା –
ସବୁଜ ପନିପରିବାରେ ବହୁ ପରିମାଣରେ ଭିଟାମିନ, ମିନେରାଲସ, ଆଣ୍ଟିଅକ୍ସିଡ଼ାଣ୍ଟ ରହିଛି। ଅର୍ଶ ଥିବା ବ୍ୟକ୍ତିମାନଙ୍କର ହଜମ କ୍ରିୟା ସୂଚାରୁ ରୂପେ ହେବା ଆବଶ୍ୟକ। ତେଣୁ ସବୁଜ ପନିପରିବା ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ଭିଟାମିନ ମିଳିବା ସହ ଅର୍ଶ କଷ୍ଟରୁ ମଧ୍ୟ ମୁକ୍ତି ମିଳେ। ପରିବା ମଧ୍ୟ ବ୍ରୋକୋଲି, ଗାଜର, ବନ୍ଧା କୋବି, କାକୁଡ଼ି, ଟମାଟୋ ଖାଇବା ଲାଭଦାୟକ ଅଟେ।
ଫଳ –
ଫଳରେ ଭିଟାମିନ, ମିନେରାଲସ, ଫାଇବର ଅଧିକ ମାତ୍ରାରେ ରହିଛି। ସେଓ, ଅଙ୍ଗୁର ଆଦି ଖାଇଲେ ଅର୍ଶ କଷ୍ଟରୁ ମୁକ୍ତି ମିଳିଥାଏ।

Leave A Reply