www.samajalive.in
Monday, December 8, 2025
24.1 C
Bhubaneswar

ଜାଣନ୍ତୁ ଏହି କୁପୁତ୍ରର କାରନାମା

ଶାହାଜାହାନ୍‍ପୁର: କୁହାଯାଏ, ପୁତ୍ର କେବେକେବେ କୁପୁତ୍ର ହୋଇପାରେ, କିନ୍ତୁ ଜନ୍ମଦାତ୍ରୀ କେବେ କୁମାତା ହୋଇପାରେନା। ଏଭଳି ଜଣେ କୁପୁତ୍ରର ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଶାହାଜାହାନପୁରରେ। ଜନ୍ମଦାତ୍ରୀଙ୍କୁ ୧ ମାସ ପର୍ଯ୍ୟନ୍ତ ଘରେ ବନ୍ଦୀ କରି ରଖିଥିଲା ପୁଅ। ଶେଷରେ ଅନାହାରରେ ମୃତ୍ୟୁ ଘଟିଛି ୮୦ ବର୍ଷ ବୟସ୍କ ବୃଦ୍ଧା ମା’ର। ମୃତକ ଜଣକ ଜନୈକ ପୂର୍ବତନ ରାଜନେତାଙ୍କ ପତ୍ନୀ ଲୀଳାବତୀ ବୋଲି ପୁଲିସ କହିଛି।
ପୁଲିସ ସୂଚନା ଅନୁଯାୟୀ, ଶାହାଜାହାନପୁର ରେଲୱେ କଲୋନୀରେ ୨୦୦୫ ରୁ ରହି ଆସୁଥିଲେ ୮୦ ବର୍ଷ ବୟସ୍କ ଲୀଳାବତୀ। ସାହାରା କହିଲେ ରେଳ ବିଭାଗରେ ଟିକେଟ୍‍ କଲେକ୍ଟର ଭାବେ କାମ କରୁଥିବା ଏକ ମାତ୍ର ପୁତ୍ର ସଲିଲ ଚୌଧୁରୀ। ଭଲ ଭାବରେ ଦେଖି ପାରୁ ନ ଥିଲେ କି ଚଲାବୁଲା କରିପାରୁ ନଥିଲେ ଲୀଳାବତୀ। ପ୍ରତିଦିନ ସକାଳୁ ସଲିଲ୍‍ ବାହାରୁ ତାଲା ପକାଇ ଚାଲି ଯାଆନ୍ତି କର୍ମକ୍ଷେତ୍ରକୁ। ଯିବା ପୂର୍ବରୁ ଲୀଳାବତୀଙ୍କ ପାଇଁ କିଛି ଖାଦ୍ୟ ରଖି ଦେଇ ଯାଆନ୍ତି। ତାଙ୍କ ଫେରିବା ବାଟକୁ ଚାହିଁ ରହିଥାନ୍ତି ବୃଦ୍ଧା ମା’। କେବେ କେବେ ସଲିଲ୍‍ ଫେରନ୍ତି ଦୁଇ ଚାରି ଦିନ ଅନ୍ତରରେ। ଏଥର କିନ୍ତୁ ଏହି ଅବଧି ଆହୁରି ଲମ୍ବା ହୋଇଗଲା। ସଲିଲ୍‍ ଏଥର ଗଲେ ଯେ ଆଉ ଫେରିଲେନି। ଏହା ଭିତରେ ମାସେ ବିତିଗଲା। ଘରେ ଯାହା କିଛି ଥିଲା ତାହା ଖାଇ କୌଣସି ମତେ କଷ୍ଟେମଷ୍ଟେ ବଞ୍ଚିଥିଲେ ଲୀଳାବତୀ। ତା’ ପରେ ସମ୍ପୂର୍ଣ୍ଣ ଅନାହାର। କଥା କହିପାରୁ ନ ଥିବା କିମ୍ବା ଚଲାବୁଲା କରିପାରୁ ନ ଥିବାରୁ ତାଙ୍କର ସମସ୍ୟା ପଡ଼ୋଶୀ କିମ୍ବା ବନ୍ଧୁବାନ୍ଧବ ଜାଣିପାରିଲେ ନାହିଁ। ଇତିମଧ୍ୟରେ ଅନାହାରରେ ଜୀବନ ହାରିଲେ ଲୀଳାବତୀ। ସପ୍ତାହ ତଳୁ ତାଙ୍କର ମୃତ୍ୟୁ ଘଟିଥିଲେ ମଧ୍ୟ କେହି ଜାଣିପାରିଲେ ନାହିଁ। ଘରୁ ଗନ୍ଧ ବାହାରିବାରୁ ପଡ଼ୋଶୀ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ କବାଟ ଭାଙ୍ଗି ମୃତ ଦେହ ଉଦ୍ଧାର କରିଛି।
ଶାହାଜାହାନପୁର ଷ୍ଟେସନ୍‍ ମାଷ୍ଟରଙ୍କ ସୂଚନା ଅନୁଯାୟୀ, ସଲିଳ ପ୍ରାୟତଃ କାହାକୁ କିଛି ନଜଣାଇ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ କାମକୁ ଆସନ୍ତି ନାହିଁ। ଏହି କାରଣରୁ ତାଙ୍କ ବିରୋଧରେ ପୂର୍ବରୁ ଦୁଇ ଦୁଇ ଥର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏଥର ସେ କାହାକୁ କିଛି ନ ଜଣାଇ ୨ ମାସ ହେଲା ଅନୁପସ୍ଥିତ ଅଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories