www.samajalive.in
Saturday, December 13, 2025
21.1 C
Bhubaneswar

ବାଘ ନୁହେଁ, ଭାଲୁ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ : ଡିଏଫ୍‌ଓ

ନୂଆପଡ଼ା : ନୂଆପଡ଼ା ଜିଲା ଧରମବନ୍ଧା ଥାନା ଅନ୍ତର୍ଗତ ଭରୁଆମୁଣ୍ଡା ପଞ୍ଚାୟତ ଛୋଟଲୋଡ୍ରା ଗ୍ରାମରେ ବାଘ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଗତକାଲି ପ୍ରଚାର ହୋଇଥିଲା । କିନ୍ତୁ ବାଘ ନୁହେଁ ଭାଲୁ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଶୁକ୍ରବାର ସୁନାବେଡ଼ା ଡିଏଫ୍‌ଓ ସୂଚନା ଦେଇଛନ୍ତି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ମହିଳାଙ୍କ ପରିବାରଙ୍କୁ ହସ୍ତାନ୍ତର କରିଛି।

ସଦରବ୍ଲକ ଅନ୍ତର୍ଗତ ଛୋଟଲୋଡ୍ରା ଗ୍ରାମର ଭାନୋବାଇ ମାଝୀ (୪୮) ଗତକାଲି ପୂର୍ବାହ୍ନ ୧୧ ଟାରେ କାଜୁ ବଗିଚାକୁ ଯାଇ ସନ୍ଧ୍ୟା ପର୍ଯ୍ୟନ୍ତ ଫେରି ନ ଥିଲେ । ତେଣୁ ପରିବାର ଲୋକେ ଖୋଜାଖୋଜି କରି ବିଳମ୍ବିତ ସନ୍ଧ୍ୟାରେ କାଜୁବଗିଚାରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ। ବାଘ ଆକ୍ରମଣରେ ଭାନୋବାଇଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକେ ଦାବି କରିଥିଲେ । ତେବେ ଅନ୍ଧାର ଯୋଗୁଁ ଏବଂ ମାଓପ୍ରବଣ ଅଞ୍ଚଳ ହୋଇଥିବାରୁ ବନବିଭାଗ କିମ୍ବା ପୁଲିସ କେହି ରାତିରେ ସେଠାକୁ ଯାଇ ମୃତଦେହ ଜବତ କରି ନ ଥିଲେ । ଆଜି ସକାଳୁ ସୁନାବେଡ଼ା ବନ୍ୟପ୍ରାଣୀ ଡିଏଫ୍‌ଓ ରମେଶ ଚନ୍ଦ୍ର ପ୍ରଧାନ, ରେଞ୍ଜର ଚମ୍ପତି ରାୟ, ଧରମବନ୍ଧା ଥାନାଧିକାରୀ ପ୍ରମୁଖ ସଦଳବଳେ ଯାଇ ମୃତଦେହ ଜବତ କରିଥିଲେ। ଘଟଣାସ୍ଥଳରେ ଯାଞ୍ଚ ପରେ ବାଘ ଆକ୍ରମଣରେ ନୁହେଁ, ଭାଲୁ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବନ ଅଧିକାରୀ କହିଥିଲେ। ଘଟଣାସ୍ଥଳରେ ଭାଲୁମଳ ଏବଂ ଭାଲୁନଖର ରାମ୍ପୁଡାଦାଗ ମିଳିଥିଲା । ଧରମବନ୍ଧା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ଆଜି ଅପରାହ୍ନରେ ମୃତକଙ୍କ ପରିବାରକୁ ହସ୍ତାନ୍ତର କରିଥିଲା । ସରକାରଙ୍କ ବ୍ୟବସ୍ଥା ଅନୁଯାୟୀ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଦିଆଯିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି ।

- Advertisement -

 

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories