www.samajalive.in
Saturday, December 6, 2025
26.1 C
Bhubaneswar

ସୀମା ଟପିଲା ପାଶବିକତା; ଗଣବଳାତ୍କାର ପରେ ମହିଳାଙ୍କୁ ନିର୍ମମ ହତ୍ୟା !

ପାଳଲହଡ଼ା: ପାଳଲହଡା ଥାନା ଶିଗଡ଼ ପଞ୍ଚାୟତ ଅନ୍ତର୍ଗତ ନନ୍ଦିନୀପାଲି ଗ୍ରାମରେ ଘଟିଥିବା ଏକ ବୀଭତ୍ସ ଓ ଅମାନବୀୟ ଘଟଣା ପାଶବିକତାର ସମସ୍ତ ସୀମାସରହଦ ଟପିଯାଇଛି। ଏକ ନବନିର୍ମିତ ଅଙ୍ଗନବାଡ଼ି କେନ୍ଦ୍ର ଭିତରୁ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ ହୋଇଛି। ମୃତା ମହିଳା ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ମହିଳାଙ୍କ ଗୁପ୍ତାଙ୍ଗରେ ଗଭୀର କ୍ଷତ ରହିଛି। ମୃତଦେହରୁ ଗର୍ଭାଶୟ ଓ ଅନ୍ତନଳୀ ବାହାରି ପଡ଼ିଛି। ମହିଳାଙ୍କୁ ଗଣ ବଳାତ୍କାର ପରେ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ସନ୍ଦେହ ଦୃଢୀଭୂତ ହୋଇଛି। ପୁଲିସ ସଦଳବଳେ ପହଞ୍ଚି ତଦନ୍ତ ଚଳାଇବା ସହ ୨ଜଣଙ୍କୁ ସନ୍ଦେହରେ ଅଟକ ରଖିଛି।
ସୂଚନା ଅନୁସାରେ, ମହିଳା ଓ ତାଙ୍କ ସ୍ବାମୀ ଦେବଗଡ଼ ଜିଲା ବାରକୋଟ ଥାନା ଡେରାପଥରରେ ଲୋକଙ୍କ ଗାଈ ଚରାଇ ଗୁଜୁରାଣ ମେଣ୍ଟାଉଥିଲେ। ଗତକାଲି ବିପିଏଲ ଚାଉଳ ପାଇଁ ମହିଳା ଜଣକ ନିଜ ଗ୍ରାମକୁ ଏକୁଟିଆ ଆସିଥିଲେ। ଶିଗଡ଼ ପଞ୍ଚାୟତ କାର୍ଯ୍ୟାଳୟରୁ ୩୫ କେଜି ଚାଉଳ ଉଠାଇ ସେ ନିଜ ଘରକୁ ଯାଇଥିଲେ। ଶୁକ୍ରବାର ସନ୍ଧ୍ୟାରେ କେତେକ ଶିଶୁ ନବନିର୍ମିତ ଅଙ୍ଗନବାଡ଼ି କେନ୍ଦ୍ର ଆଗରେ ଖେଳୁଥିବା ବେଳେ ଉକ୍ତ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ କେନ୍ଦ୍ର ଭିତରେ ପଡ଼ିଥିବା ଦେଖିଥିଲେ। ମହିଳାଙ୍କୁ ଗଣ ବଳାତ୍କାର ପରେ ଦୁର୍ବୃତ୍ତମାନେ ଗୁପ୍ତାଙ୍ଗ ପଟୁ ଅତି ନିର୍ଦୟ ଭାବେ ଟାଣିଓଟାରି ଗର୍ଭାଶୟ ଓ ଅନ୍ତନଳୀ ବାହାର କରିଦେଇ ହତ୍ୟା କରିଥିବା ସନ୍ଦେହ କରାଯାଇଛି। ମୃତକ ମହିଳାଙ୍କ ସ୍ବାମୀ ଓ ୪ ଶିଶୁ ଅଛନ୍ତି। ଗୁରୁବାର ରାତିରେ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି। ପାଳଲହଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ୨ଜଣଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚା ଚଳାଇଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories