www.samajalive.in
Monday, December 8, 2025
13.1 C
Bhubaneswar

ପଶ୍ଚିମ ଓଡିଶାକୁ ଅବହେଳା ପ୍ରସଙ୍ଗ : ୧୦ରେ ବିଜେପିର ରାଜଭବନ ସମ୍ମୁଖରେ ଧାରଣା

ସମ୍ବଲପୁର : ପଶ୍ଚିମ ଓଡିଶା ଅର୍ନ୍ତଗତ ଜିଲା ଗୁଡିକର ବିକାଶର ଧାରା ଓ ସମଗ୍ର ଓଡିଶାର ବିକାଶର ଧାର ମଧ୍ୟରେ ରହିଥିବା ପାର୍ଥକ୍ୟକୁ ନେଇ ଆସନ୍ତା ୧୦ ତାରିଖରେ ବିଜେପି ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯିବ ବୋଲି ରାଜ୍ୟ ବିଜେପି ନେତୃବୃନ୍ଦ ଶୁକ୍ରବାର କହିଛନ୍ତି। ଏ ସର୍ମ୍ପକରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତୃବୃନ୍ଦ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେମାନେ କହିଛନ୍ତି ଯେ ପଶ୍ଚିମ ଓଡିଶାର ବିକାଶ ଓ ସମଗ୍ର ଓଡିଶାର ବିକାଶ ମଧ୍ୟରେ ତାରତମ୍ୟ ରହିଥିବାରୁ ଓଡିଶା ସରକାର ୨୩ ବର୍ଷ ପୂର୍ବେ ନଭେମ୍ବର ୧୯୯୮ ମସିହାରେ ‘ପଶ୍ଚିମ ଓଡିଶା ବିକାଶ ପରିଷଦ’ ର ଗଠନ କରିଥିଲେ। ଏହି ବିକାଶ ପରିଷଦରେ ସମ୍ବଲପୁର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, ବଲାଙ୍ଗିର, ସୁବର୍ଣ୍ଣପୁର, କଳାହାଣ୍ଡି, ନୂଆପଡା, ବୌଦ୍ଧ ସମେତ ଅନୁଗୁଳ ଜିଲାର ଆଠମଲ୍ଲିକ ଉପଖଣ୍ଡକୁ ସାମିଲ କରାଯାଇଛି। ଏହି ପରିଷଦକୁ ୨୦୦୦ ମସିହାରେ ପୁନଃ ଗଠିତ ଓ ଅଧିନିୟମରେ ସଂଶୋଧନ କରିଥିଲେ। ଏହା ଦ୍ୱାରା ପଶ୍ଚିମ ଓଡିଶାର ଜିଲା ମାନଙ୍କର ବିକାଶ ଧାରରେ ଆଞ୍ଚଳିକ ବୈଷମ୍ୟକୁ ଦୂର ହେବ ବୋଲି ଅଞ୍ଚଳବାସୀ ଆଶା ରଖିଥିଲେ। ୧୯୯୧ ମସିହାରେ ଘଡେଇ କମିଟିର ସୁଫାରିଶ କ୍ରମେ ଆଞ୍ଚଳିକ ବୈଷମ୍ୟ ଓ ତାରତମ୍ୟକୁ ଦୂର କରିବା ପାଇଁ ପଶ୍ଚିମ ଓଡିଶାର ପଞ୍ଚାୟତ ସମିତି ଗୁଡିକୁ ୪ଟି ବର୍ଗରେ ବିଭକ୍ତ କରାଯାଇଛି। ସେଥି ମଧ୍ୟରୁ ୩୪ଟି ଅତି ପଛୁଆ ବ୍ଲକ (୩୮.୨୦ ପ୍ରତିଶତ), ୨୫ଟି ପଛୁଆ ବ୍ଲକ (୨୮.୦୯ ପ୍ରତିଶତ), ୨୫ଟି ବିକାଶଶୀଳ ବ୍ଲକ (୨୮.୦୯ ପ୍ରତିଶତ) ଏବଂ ୫ଟି ବିକଶିତ ବ୍ଲକ (୫.୬୨ ପ୍ରତିଶତ) ରୂପେ ବର୍ଗୀକରଣ କରାଯାଇଛି। ତେବେ ଦୀର୍ଘ ୨୩ ବର୍ଷ ହେବ ପଶ୍ଚିମ ଓଡିଶା ବିକାଶ ପରିଷଦ ପ୍ରତିଷ୍ଠା ହେବା ଦିନଠାରୁ ଏହା ତାର ଲକ୍ଷ୍ୟ ପୂରଣ ଓ ଅଞ୍ଚଳର ବିକାଶ କରିବାରେ ସମ୍ପୁର୍ଣ୍ଣ ବିଫଳ ହୋଇଛି ବୋଲି ବିଜେପି ନେତା ମାନେ ଅଭିଯୋଗ କରିଛନ୍ତି।

୨୦୦୫ ମସିହାରେ ସିଏଜିଙ୍କ ରିପୋର୍ଟ ଅନୁଯାୟୀ ପଶ୍ଚିମ ଓଡିଶା ବିକାଶ ପରିଷଦ ଯେଉଁ ଲକ୍ଷ୍ୟ ନେଇ ଗଠିତ ହୋଇଥିଲା, ତାହା ପୂରଣ କରି ପାରି ନାହିଁ ବୋଲି ମନ୍ତବ୍ୟ ଦେଇଛନ୍ତି। ସିଏଜିଙ୍କ ଏହି ରିପୋର୍ଟର ୧୬ ବର୍ଷ ବିତିଯିବା ସତ୍ୱେ ରାଜ୍ୟ ସରକାର ଚୁପ ହୋଇ ବସିଛନ୍ତି କି ଏହି ବିଷୟରେ ଆଲୋଚନା କରିବାକୁ ମଧ୍ୟ ଉଚିତ ମଣୁ ନାହାନ୍ତି। ଏହା ସହିତ ୨୦୨୦ ମସିହାରେ ସିଏଜି ପୁର୍ନବାର ରିପୋର୍ଟ ଦେଇ କହିଛନ୍ତି ଯେ ଯେଉଁ ଭଳି ଭାବରେ ପଶ୍ଚିମ ଓଡିଶା ବିକାଶ ପରିଷଦ କାର୍ଯ୍ୟ କରୁଛି, ତାହା ତାର ଲକ୍ଷ୍ୟ ପୂରଣ କ୍ଷେତ୍ରରେ ପ୍ରଶ୍ନ ସୃଷ୍ଟି କରୁଛି। ଏହି ପରିଷଦ ଗଠନ ହେବା ଦିନଠାରୁ ଏହାର କାର୍ଯ୍ୟଶୈଳୀରେ ଅନେକ ତ୍ରୁଟି ରହିଛି ବୋଲି ସିଏଜି ପ୍ରଶ୍ନ ଉଠାଇଛନ୍ତି। ଏଣୁ ପଶ୍ଚିମ ଓଡିଶା ବିକାଶର ବିକାଶ ଓ ଆଞ୍ଚଳିକ ପାର୍ଥକ୍ୟକୁ କମ କରିବା ପାଇଁ ପରିଷଦର ମୁଖ୍ୟାଳୟ ଏଥି ଅର୍ନ୍ତଗତ କୌଣସି ଏକ ଜିଲାର ସଦର ମହକୁମାରେ ସ୍ଥାପନ, ପ୍ରତି ଜିଲାରେ ନୂତନ ଭାବରେ ଗଠନ କରାଯାଇଥିବା କାର୍ଯ୍ୟାଳୟ ପାଇଁ ଉପଯୁକ୍ତ କ୍ଷମତାପ୍ରାପ୍ତ ଅଧିକାରୀ ଓ କର୍ମଚାରୀ ସମେତ ଆବଶ୍ୟକ ଭିତ୍ତିଭୂମି ଯୋଗାଇବ, ପରିଷଦରେ ସାଂସଦ ଓ ବିଧାୟକ ମାନଙ୍କୁ ସାମିଲ କରାଯାଇ ପରିଷଦକୁ ସମ୍ପୁର୍ଣ୍ଣ ସ୍ୱୟଂ ସଂପୂର୍ଣ୍ଣ କରାଯିବା, ପରିଷଦରେ ରାଜନୈତିକ ବ୍ୟକ୍ତିଙ୍କୁ ଥଇଥାନ ନ କରି ଅଞ୍ଚଳର ଅଭିଜ୍ଞ ସମ୍ପନ୍ନ ଅଧିକାରୀ କିମ୍ବା ବ୍ୟକ୍ତିଙ୍କୁ ସାମିଲ କରିବା, ପରିଷଦରେ ନିର୍ବାଚିତ ପ୍ରତିନିଧିଙ୍କ ଅନୁପସ୍ଥିତିରେ କେବଳ ଅଧ୍ୟକ୍ଷ ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଉନ୍ନୟନମୂଳକ କାମକୁ ସିଏଜି ଙ୍କ ଦ୍ୱାରା ସ୍ୱତନ୍ତ୍ର ଅଡିଟ କରି ତାଙ୍କର ମନ୍ତବ୍ୟ ନ ଆସିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ଅସିଦ୍ଧ ଘୋଷଣା କରିବା, ପରିଷଦର ପାଣ୍ଠିକୁ ୧ ହଜାର କୋଟିକୁ ବୃଦ୍ଧି କରିବା, ପଶ୍ଚିମ ଓଡୀଶାର ବିକାଶ ନିମନ୍ତେ ସ୍ୱାସ୍ଥ୍ୟ, ଜଳସେଚନ, ପାନୀୟ ଜଳ, ବିଦ୍ୟୁତିକରଣ ଓ ଶିକ୍ଷା ଉପରେ ଅଧିକ ପାଣ୍ଠି ଯୋଗାଇବା ଏବଂ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କ ଦ୍ୱାରା ଆଗତ ବେସରକାରୀ ସଦସ୍ୟ ବିଲ ଏବଂ ପଶ୍ଚିମ ଓଡିଶା ବିକାଶ ପରିଷଦ ସଂଶୋଧନ ବିଲ ୨୦୨୦ ଅନୁଯାୟୀ ବିଧାନସଭାରେ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇ ପଶ୍ଚିମ ଓଡିଶା ବିକାଶ ପରିଷଦକୁ ଏକ ସ୍ୱୟଂ ସମ୍ପୁର୍ଣ୍ଣ ସ୍ଥାୟୀ ପରିଷଦରେ ପରିଣତ କରାଯାଇ ସେଠାରେ ପଶ୍ଚିମ ଓଡିଶାର ଜିଲା ମାନଙ୍କର ସମସ୍ତ ସାଂସଦ, ବିଧାୟକ, ଜିଲା ପରିଷଦ ଅଧ୍ୟକ୍ଷ ଏବଂ ଅଭିଜ୍ଞ ସଦସ୍ୟ ଙ୍କ ସହିତ ଅଧ୍ୟକ୍ଷ ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ନେଇ ସ୍ଥାୟୀ ପରିଷଦ ଗଠନ କରାଯାଉ ବୋଲି ବିଜେପି ନେତୃବୃନ୍ଦ ଦାବି କରିଛନ୍ତି।

- Advertisement -

ପଶ୍ଚିମ ଓଡିଶାକୁ ରାଜ୍ୟ ସରକାର କ୍ରମାଗତ ଭାବରେ ବୈମାତୃକ ମନୋଭାବ ପୋଷଣ କରି ଆସୁଥିବାରୁ ଏହାର ବିରୋଧ ଓ ପଶ୍ଚିମ ଓଡିଶା ବିକାଶ ପରିଷଦକୁ ଠିକ ଭାବରେ କାର୍ଯ୍ୟଶୀଳ କରିବା ନିମନ୍ତେ ଆସନ୍ତା ୧୦ ତାରିଖରେ ପଶ୍ଚିମ ଓଡିଶାର ସମସ୍ତ ସାଂସଦ, ବିଧାୟକ, ଜିଲା ପରିଷଦ ଅଧ୍ୟକ୍ଷ ଓ ଦଳୀୟ ନେତା ତଥା ପଦାଧିକାରୀ ମାନେ ଭୁବନେଶ୍ୱର ଠାରେ ରାଜପାଳ ଭବନ ସମ୍ମୁଖରେ ଧାରଣା ପ୍ରଦର୍ଶନ କରି ଏହି ମାମଲାରେ ହସ୍ତକ୍ଷେପ କରିବା ରାଜ୍ୟପାଳ ଙ୍କ ନିକଟରେ ଦାବି କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପ ସଭାପତି ତଥା ରେଙ୍ଗାଲି ବିଧାୟକ ନାଉରୀ ନାୟକ, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ଦେବଗଡ ବିଧାୟକ ସୁବାଷ ପାଣିଗ୍ରାହୀ, ପୂର୍ବତନ ବିଧାୟକ ରବି ନାଏକ, ଟଙ୍କଧର ତ୍ରିପାଠୀ, ସୀମାଞ୍ଚଳ ଖଟେଇ, ଜିଲା ବିଜେପି ଅଧ୍ୟକ୍ଷ ଗିରିଶ ପଟେଲ, ଦେବେନ୍ଦ୍ର ମହାପାତ୍ର, ରାମଚନ୍ଦ୍ର ମେହେର, ମାନସ ବକ୍ସୀ ଓ ଜିଲା ଗଣମାଧ୍ୟମ ସଂଯୋଜକ ସଞ୍ଜୟ ଷଡଙ୍ଗୀ ପ୍ରମୁଖ ମଞ୍ଚାସୀନ ରହିଥିଲେ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories