www.samajalive.in
Tuesday, December 9, 2025
17.1 C
Bhubaneswar

ମଣିଷ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବ

ସିଙ୍ଗାପୁର: ଆଧୁନିକ ସମୟର ମଣିଷ ପୃଥିବୀ ପୃଷ୍ଠରେ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିରହିପାରିବ। ସିଙ୍ଗାପୁରସ୍ଥିତ ବାୟୋଟେକ କମ୍ପାନୀ ଜେରୋ, ରୋଜୱେଲ ପାର୍କ କମ୍ପ୍ରିହେନସିଭ କ୍ୟାନସର ସେଣ୍ଟର ବୁଫାଲୋ, ନ୍ୟୁୟର୍କ ଏବଂ କୁର୍ସାତୋଭ ଇନଷ୍ଟିଚ୍ୟୁଟ, ମସ୍କୋର ଗବେଷକମାନେ ଏହା କହିଛନ୍ତି। ତେବେ ସିଲିକନ ଭ୍ୟାଲିର ଗବେଷକମାନେ ମଣିଷକୁ ସବୁଦିନ ପାଇଁ ବଞ୍ଚିରହିବାର କୋ÷ଶଳ ଉପରେ ଗବେଷଣା କରୁଛନ୍ତି। କିନ୍ତୁ ତାହା ଏଯାଏ ସଫଳ ହୋଇନଥିବା ଜଣାଯାଇଛି।

ସମ୍ପ୍ରତି ଗବେଷକମାନେ କହିଛନ୍ତି ଯେ ମଣିଷ ଦୀର୍ଘକାଳ ବଞ୍ଚିରହିବାର ଏକ ସୀମା ରହିବ। ଲାଇଭ ସାଇନ୍ସର ରେବେକା ସୋନ୍‍ ରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଚଳିତ ସପ୍ତାହରେ ନେଚର କମ୍ୟୁନିକେସନ୍ସ ପତ୍ରିକାରେ ପ୍ରକାଶିତ ରିପୋର୍ଟରେ ଗବେଷକମାନେ କହିଛନ୍ତି, ମଣିଷ ଅତିବେଶୀରେ ୧୨୦ରୁ ୧୫୦ ବର୍ଷ ବଞ୍ଚିପାରିବ। ସ୍ମିଥସୋନିଆନ୍‍ ଅନୁଯାୟୀ ଏହି ଅଧ୍ୟୟନ ୫,୦୦,୦୦୦ ସ୍ୱେଚ୍ଛାସେବୀଙ୍କ ଠାରୁ ସଂଗୃହୀତ ଚିକିତ୍ସା ତଥ୍ୟ ଆଧାରରେ ପ୍ରସ୍ତୁତ କର।।ଇଛି। ଏଥିରେ କୁହାଯାଇଛି ଯେ ଜଣେ କର୍କଟ, ହୃଦରୋଗ, ମଧୁମେହ ଆଦି ଅନେକ ରୋଗ ଏବଂ ତଦଜନିତ ଅସୁସ୍ଥତାକୁ ପରାସ୍ତ କରିପାରିବେ। କିନ୍ତୁ ମୃତ୍ୟୁକୁ ଏଡାଇ ପାରିବେ ନାହିଁ। ଏକ ନିର୍ଦ୍ଦିଷ୍ଟ ସମୟ ପରେ ମଣିଷ ଶରୀର ଆଉ ପୂର୍ବାବସ୍ଥାକୁ ଫେରିବ ନାହିଁ କିମ୍ବା ଅସୁସ୍ଥତା ଭଳି ପରିସ୍ଥିତି ପରେ ଆଉ ନିଜ ଶରୀରକୁ ସୁସ୍ଥ କରିବାର କ୍ଷମତା ରଖିବ ନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories