www.samajalive.in
Saturday, December 13, 2025
26.1 C
Bhubaneswar

କରୋନା ମୁକ୍ତି ନିମନ୍ତେ ହ୍ବାଇଟ୍ ହାଉସରେ ଶାନ୍ତିପାଠ କରାଇଲେ ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ଼ ଟ୍ରମ୍ପ

ୱାଶିଂଟନ୍: କରୋନା କବଳରେ ଆମେରିକା । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ସାଙ୍ଗକୁ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । କୋଟି କୋଟି ଲୋକଙ୍କର ଚାକିରି ଯାଇଛି; ଖାଦ୍ୟ ପାଇଁ ବେକାର ଲୋକଙ୍କ ଧାଡ଼ି ମାଇଲ ମାଇଲ ଲମ୍ବୁଥିବା ଦେଖିବାକୁ ମିଳୁଛି । ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ଼ ଟ୍ରମ୍ପଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ଓ ଟ୍ରମ୍ପ ତାଙ୍କର ପରୀକ୍ଷା ପ୍ରତିଦିନ କରୁଥିବା ସୂଚନା ମିଳିଛି । ଏପରି ସ୍ଥିତିରେ ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ଼ ଟ୍ରମ୍ପ ହିନ୍ଦୁ ପଣ୍ଡିତଙ୍କୁ ଡ଼ାକି ହ୍ବାଇଟ୍ ହାଉସ ଗୋଲାପ ଉଦ୍ୟାନ (ରୋଜ୍ ଗାର୍ଡ଼େନ)ରେ ଶାନ୍ତିପାଠ କରାଇବା ବେଶ କୌତୂହଳ ସୃଷ୍ଟି କରିଛି । ସ୍ବାମୀ ନାରାୟଣ ମନ୍ଦିରର ଜଣେ ପ୍ରଧାନ ପୂଜକ ଏହି ଶାନ୍ତିପାଠ କରିଥିଲେ । ବିଶ୍ବକୁ ମହାମାରୀ ମୁକ୍ତ କରିବା ଏବଂ ଆମେରିକୀୟ ଲୋକଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ପାଇଁ ଏହି ଶାନ୍ତିପାଠ କରାଯାଇଥିବା ସୂଚନା ମିଳିଛି । ରାଷ୍ଟ୍ରପତି ଟ୍ରମ୍ପଙ୍କ ଉପସ୍ଥିତିରେ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁସାରେ ଏହି ଶାନ୍ତିପାଠ କରାଯାଇଛି ।

https://www.facebook.com/cnnnews18/videos/230410114915701/?t=1

- Advertisement -

 

ଶାନ୍ତି ପାଠ ପାଇଁ ଅନେକ ପୂଜକଙ୍କ ନାମ ଚର୍ଚାକୁ ଆସିଥିଲେ ହେଁ ନିଜେ ରାଷ୍ଟ୍ରପତି ନ୍ୟୁଜର୍ସିର ବିଏପିଏସ୍ ସ୍ୱାମୀନାରାୟଣ ମନ୍ଦିରର ପୁରୋହିତ ହରିଶ ବ୍ରହ୍ମଭଟ୍ଟଙ୍କୁ ଏଥିପାଇଁ ବାଛିଥିଲେ ଏବଂ ନିଜେ ତାଙ୍କୁ ଏଥିନିମନ୍ତେ ନିମନ୍ତ୍ରଣ କରିଥିଲେ । ବ୍ରହ୍ମଭଟ୍ଟ ଯର୍ଜୁରବେଦରୁ ଏକ ବୈଦିକ ପ୍ରାର୍ଥନା ରୋଜ ଗାର୍ଡ଼େନରେ ପାଠ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ  ‘କୋଭିଡ୍ -୧୯, ସାମାଜିକ ଦୂରତା ଏବଂ ଲକଡାଉନ୍ ଭଳି ଏହି କଠିନ ସମୟରେ, ଲୋକମାନେ ଚିନ୍ତିତ କିମ୍ବା ଅଶାନ୍ତି ଅନୁଭବ କରିବା ଏକ ସାଧାରଣ କଥା । ଶାନ୍ତି ପାଠ ଏକ ଏମିତି ପ୍ରାର୍ଥନା ଯାହା ଦୁନିଆର ସ୍ୱାସ୍ଥ୍ୟ, ସଫଳତା, ପାଇଁ କରାଯାଏ ନାହିଁ କିମ୍ବା ସ୍ୱର୍ଗକୁ ଯିବାକୁ ଇଚ୍ଛା ପାଇଁ ମଧ୍ୟ କରାଯାଇ ନଥାଏ ।’

ରୋଜ ଗାର୍ଡେନରେ  ବ୍ରହ୍ମଭଟ୍ଟ ସଂସ୍କୃତରେ ଶ୍ଳୋକ ପଢିଥିଲେ ଏବଂ ଏହା ପରେ ସେ ଏହି ଶ୍ଳୋକକୁ ଇଂରାଜୀରେ ଅନୁବାଦ କରିଥିଲେ । ବ୍ରହ୍ମଭଟ୍ଟ କହିଛନ୍ତି, ‘ଏହି ପ୍ରାର୍ଥନା ସ୍ୱର୍ଗର ଶାନ୍ତି ବିଷୟରେ କହିଥାଏ । ପୃଥିବୀ ଓ ଆକାଶରେ, ପାଣିରେ, ଗଛର ଏବଂ ଉଦ୍ଭିଦ ଉପରେ, ଫସଲରେ ଶାନ୍ତି ରହୁ । ବ୍ରହ୍ମ ଉପରେ ଶାନ୍ତି ଠାରୁ ଆରମ୍ଭ କରି ସବୁଠାରେ ଶାନ୍ତି ରହୁ ଏବଂ ଭଗବାନ କରନ୍ତୁ ଆମେ ଏହି ଶାନ୍ତି ଅନୁଭବ କରୁ । ଓମ୍ ଶାନ୍ତି, ଶାନ୍ତି, ଶାନ୍ତି। ‘

ବ୍ରହ୍ମଭଟ୍ଟଙ୍କ ଏହି କାର୍ଯ୍ୟ ପାଇଁ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।   ଜାତୀୟ ପ୍ରାର୍ଥନା ଦିବସରେ ଆମେରିକା ଏକ ଭୟଙ୍କର ରୋଗ ବିରୋଧରେ ବିରାଟ ଯୁଦ୍ଧ ଲଢୁଛି । ଆମେରିକୀୟମାନେ ସବୁ ପ୍ରକାର ଆହ୍ୱାନମୂଳକ ସମୟରେ ଧର୍ମ, ବିଶ୍ୱାସ, ପ୍ରାର୍ଥନା ଏବଂ ଇଶ୍ୱରୀୟ ଶକ୍ତି ଉପରେ ନିର୍ଭର କରିଆସିଛନ୍ତି ବୋଲି ଟ୍ରମ୍ପ କହିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ପତ୍ନୀ ତଥା ଦେଶର  ପ୍ରଥମ ମହିଳା ମେଲାନିୟା ଟ୍ରମ୍ପ କୋଭିଡ -୧୯ କାରଣରୁ ନିଜ ପ୍ରିୟଜନଙ୍କୁ ହରାଇଥିବ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories