ହ୍ୱାଟ୍ସଆପ୍ପ ଜଗିବ ନିର୍ବାଚନ ଗୁଜବ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ମିଛ ଖବର ପ୍ରଚାର ପ୍ରସାର ବନ୍ଦ କରିବ ପାଇଁ ମଙ୍ଗଳବାର ହ୍ୱାଟ୍ସଆପ୍ପ “ଚେକପଏଣ୍ଟ ଟିପଲାଇନ” ବ୍ୟବସ୍ତା ଆରମ୍ଭ କରିଛି। ଏହି ବ୍ୟବସ୍ଥାରେ କୌଣସି ତଥ୍ୟ କେତେ ଠିକ ବା ଭୁଲ ତାହା ଜାଣିହେବ। ହ୍ୱାଟ୍ସଆପ୍ପ ପକ୍ଷରୁ ଏହାକୁ ପରିଚାଳନା କରୁଥିବା ସାମାଜିକ ଗଣମାଧ୍ୟମ ଫେସବୁକ କହିଛି, ଏହି ସେବାକୁ ଭାରତରେ ‘ପ୍ରୋଟୋ’ ନାମକ ଏକ ଷ୍ଟାର୍ଟ ଅପ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହି ଟିପଲାଇନ ସାହାଯ୍ୟରେ ବିଭିନ୍ନ ପ୍ରକାର ମିଛ ତଥ୍ୟ ଏବଂ ଗୁଜବ ସବୁକୁ ନେଇ ଡାଟାବେସ ତିଆରି କରାଯାଇ ପାରିବ ଏବଂ ସେହି ତଥ୍ୟକୁ ନିର୍ବାଚନ ସମୟରେ ଚେକପଏଣ୍ଟ ପାଇଁ ବ୍ୟବହାର କରାଯାଇପାରିବ। ଚେକପଏଣ୍ଟକୁ ସଠିକ ଢଙ୍ଗରେ କାର୍ଯ୍ୟକ୍ଷମ କରିବ ପାଇଁ ହ୍ୱାଟ୍ସଆପ୍ପ ସହଯୋଗ ଯୋଗାଇଦେଉଛି।

ହ୍ୱାଟ୍ସଆପ୍ପରୁ ମିଳିଥିବା ସୂଚନା ଅନୁଯାୟୀ, ଲୋକମାନଙ୍କୁ ମିଳୁଥିବା ମିଛ ଖବର ଏବଂ ଗୁଜବକୁ +୯୧-୯୬୪୩-୦୦୦-୮୮୮ ନମ୍ବରକୁ ପଠାଇ ପାରିବେ ଓ ପରେ ସେହି ତଥ୍ୟ ମିଛ କି ଗୁଜବ ତାହା ଉପଭୋକ୍ତାଙ୍କୁ ଜଣାଇ ଦିଆଯିବ। ପ୍ରୋଟୋ ପ୍ରମାଣନ କେନ୍ଦ୍ର ଫଟୋ, ଭିଡିଓ ଏବଂ ଲିଖିତ ବାର୍ତ୍ତାକୁ ପରୀକ୍ଷା ନିରୀକ୍ଷା କରିପାରିବ। ଏବେ ଏହି ବ୍ୟବସ୍ଥାରେ ଇଂରାଜୀ, ହିନ୍ଦୀ, ତେଲୁଗୁ, ବଙ୍ଗଳା ଏବଂ ମାଲାୟଲମ ଭାଷାରେ ପଠାଯାଉଥିବା ବାର୍ତ୍ତା ପରୀକ୍ଷା କରାଯାଇପାରିବ।

Comments are closed.