www.samajalive.in
Sunday, December 14, 2025
26.1 C
Bhubaneswar

ଘରୋଇ ଅଶାନ୍ତିର କାରଣ

ନିକଟରେ ଦିଲ୍ଲୀର ଏକ ସଂସ୍ଥା ଭାରତର ପ୍ରମୁଖ ନଗର ଓ ମହାନଗରର ଲୋକଙ୍କ ଜୀବନଶୈଳୀକୁ ଅନୁଧ୍ୟାନ କରି ସର୍ବେକ୍ଷଣ କରିଥିଲା। ପ୍ରତି ୧୫ଜଣରେ ୯ଜଣ ବ୍ୟକ୍ତି ସେମାନଙ୍କ ପାରିବାରିକ ଅଶାନ୍ତିର କାରଣ କହିବାକୁ ସଙ୍କୋଚ କରିନଥିଲେ। କେତେଜଣଙ୍କ ଘରେ ବୟସ୍କ ପିଢ଼ି ସେମାନଙ୍କ ପିଲାର ବେକାରୀ ଓ ବେରୋଜଗାରୀ ପାଇଁ ଚିନ୍ତିତ ଥିବାର କହିଥିଲେ। ଯୁବଦମ୍ପତି ଚାକିରି ଓ ପରିବାରର ଦାୟିତ୍ବରେ ଅଶାନ୍ତି ହେଉଥିବାର ମତ ଦେଇଥିଲାବେଳେ ଅନ୍ୟମାନେ ସାଧାରଣ କଥାରୁ ଘରେ କଳିଝଗଡ଼ା ହେଉଥିବାର ପ୍ରକାଶ କରିଛନ୍ତି।
୭୭ ବର୍ଷୀୟା ଅନୁପା କୌରଙ୍କ ମତରେ ପୂର୍ବେ ସମୟ ଭଲ ଥିଲା। ନିୟମିତ ବନ୍ଧୁବାନ୍ଧବଙ୍କ ସହ ଯୋଗାଯୋଗ ନ ହୋଇପାରିବା ସତ୍ତ୍ବେ ମତାନ୍ତର କିମ୍ବା ମନାନ୍ତର ନଥିଲା। ଅନ୍ୟପାଖେ ଏବେ କଳିର ସୂତ୍ର ମୋବାଇଲ୍ ବୋଲି ଅନୁପା କହିଛନ୍ତି।

ଘରୋଇ କଳିର ଅନ୍ୟତମ ମୁଖ୍ୟ କଥା ହେଲା ପରକୀୟା ପ୍ରୀତି। ଏଇ ଘଟଣା ପାଇଁ ପୂରା ପରିବାର ଭାଙ୍ଗିଯାଇଥାଏ ବୋଲି ୩୪ ବର୍ଷୀୟା ରୀନା କହିଛନ୍ତି। ଆଜିକାଲି ଏହି ସମସ୍ୟା ବଢ଼ିବଢ଼ି ଚାଲିଛି।

- Advertisement -

 କର୍ମଜୀବୀ ଦମ୍ପତିଙ୍କ ମୁଖ୍ୟ ସମସ୍ୟା ହେଲା, ସେମାନେ କ୍ୟାରିୟରକୁ ଦୃଷ୍ଟି ଦେବେ କି ପରିବାରର ଦାୟିତ୍ବ ନେବେ? ଏହା ପାଇଁ ମଧ୍ୟ ଘରୋଇ କଳି ବଢ଼ିଥାଏ।
ମନସ୍ତତ୍ତ୍ବବିତ୍‌‌ ନିର୍ମଳା ଝା’ଙ୍କ ମତରେ ସବୁ ପରିସ୍ଥିତିକୁ ନିୟନ୍ତ୍ରଣ କରିହେବ। ପରିବାର ସଦସ୍ୟ ଆପୋଷ ବୁଝାମଣାରେ ନିଷ୍ପତ୍ତି ନେଲେ ହିଁ ଏକ ଖୁସିର ସଂସାର ଗଢ଼ିହୋଇଥାଏ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories