www.samajalive.in
Sunday, December 7, 2025
16.1 C
Bhubaneswar

ଓଡିଶାର ଚିନ୍ତା ବଢାଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା, ଆରମ୍ଭ ହେଲା ଫୋନ ଟ୍ରାକିଂ

ସମାଜ ପୋର୍ଟାଲ ଡେସ୍କ : ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ନେଇ ବର୍ତ୍ତମାନ ଚିନ୍ତାରେ ଓଡିଶା ସରକାର । କାରଣ ଓଡିଶାରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ଆକ୍ରାନ୍ତଙ୍କ ଲିଙ୍କ ପଶ୍ଚିମବଙ୍ଗ ସହ ରହିଛି । ଏନେଇ ତତ୍ପର ହୋଇ ପଡିଛନ୍ତି ରାଜ୍ୟ ସରକାର ଏବଂ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଉପରେ କଡାକଡି ଭାବେ ସର୍ଭିଲାନ୍ସ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟର ସମସ୍ତ ପଞ୍ଚାୟତ ପ୍ରତିନିଧିଙ୍କଠାରୁ ତଥ୍ୟ ନେବା ସହ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ଚିହ୍ନଟ କରିବା ପ୍ରକ୍ରିୟାକୁ ଜୋରଦାର କରିଛନ୍ତି ରାଜ୍ୟ ସରକାର । ମାର୍ଚ୍ଚ ୨୫ ପରେ ପଶ୍ଚିମବଙ୍ଗରୁ ଓଡିଶା ଫେରିଥିବା ଲୋକଙ୍କୁ ଠାବ କରିବା ପାଇଁ ସେମାନଙ୍କ ଫୋନ ଟ୍ରାକିଂ ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ରାଜ୍ୟ ସରକାର ଫୋନ୍ ଟ୍ରାକିଂ କରି ୨ ହଜାର ୯ ଶହ ଜଣଙ୍କୁ ଠାବ କରିଥିବା ସୂଚନା ମିଳିଛି। ଏମାନଙ୍କୁ ୧୪ ଦିନ ପାଇଁ ସଙ୍ଗରୋଧରେ ରଖାଯିବା ପାଇଁ ମଧ୍ୟ ବ୍ୟବସ୍ତା କରାଯାଇଛି । ଓଡିଶା ସୀମା ଦେଇ ପଶ୍ଚିମବଙ୍ଗରୁ ଅନେକ ବ୍ୟକ୍ତି ଆସିଥିବା ସହ ସେମାନଙ୍କ ମଧ୍ୟରୁ କିଛି କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି ।

- Advertisement -

ଓଡିଶାର ନୂଆପଡା ଜିଲାକୁ ଛାଡି ଅନ୍ୟ ସମସ୍ତ ୨୯ ଜିଲାକୁ ପଶ୍ଚିମବଙ୍ଗ ଫେରନ୍ତା ଆସିଥିବା ସୂଚନା ମିଳିଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ପଶ୍ଚିମବଙ୍ଗ ଫେରାନ୍ତାଙ୍କୁ ଠାବ କରି ସେମାନଙ୍କ ନମୁନା ପରୀକ୍ଷା କରିବା ସହ କ୍ବାରେଣ୍ଟାଇନରେ ରଖିବାକୁ କୁହାଯାଇଛି ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories