www.samajalive.in
Saturday, December 6, 2025
26.1 C
Bhubaneswar

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଲା ଯାତ୍ରୀବାହୀ ଗାଡ଼ି; ୧୦ ମୃତ, ୨୭ ଆହତ

କୋଲକାତା: ପଶ୍ଚିମବଙ୍ଗର କୋଚବେହେରା ଠାରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଏକ ଗାଡ଼ି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବା ଫଳରେ ୧୦ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଲୋକ ଆହତ ହୋଇଛନ୍ତି ।  ସୂଚନା ମୁତାବକ ଏହି ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଛି । ୨୭ ଜଣ ଏଥିରେ ଆହତ ହୋଇଥିବା ବେଳେ ସେଥିମଧ୍ୟରୁ ୧୬ଜଣଙ୍କୁ ଜଲପାଇଗୁରି ଡାକ୍ତରଖାନାକୁ ପଠାଯାଇଛି । ଅନ୍ୟ ୧୧ଜଣ ସାମାନ୍ୟ ଆହତ ହୋଇଛନ୍ତି ।

ଘଟଣାକୁ ନେଇ ପୁଲିସ ତାର ପ୍ରତିକ୍ରିୟା ରଖିଛି । ପୁଲିସ କହିଛି କି, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବା ଯୋଗୁ ଏପରି ଦୁର୍ଘଟଣା ଘଟିଛି । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଏଥିରେ ଥିବା କରେଣ୍ଟ ନିଶ୍ଚିତ ଭାବରେ ଜେନେରେଟର ସିଷ୍ଟମ ଯୋଗୁଁ ଆସିଥିବା କୁହାଯାଇଛି । ସମସ୍ତ ମୃତ ଓ ଆହତ ଯାତ୍ରୀ ସାଇଟାକୁଚି ପୁଲିସ ଷ୍ଟେସନ ଅଞ୍ଚଳର ବାସିନ୍ଦା ଥିଲେ ବୋଲି ଜଣାପଡ଼ିଛି । ହେଲେ ଦୁର୍ଘଟଣା ସ୍ଥଳରୁ ଗାଡ଼ିର ଡ୍ରାଇଭର ଫେରାର ହୋଇହଯାଇଛି ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories