www.samajalive.in
Saturday, December 6, 2025
16.1 C
Bhubaneswar

ଆଜିଠୁ କିଛି ଗୁରୁତ୍ବପୂର୍ଣ୍ଣ ନିୟମରେ ବଡ଼ ପରିବର୍ତ୍ତନ; ଆୟକର ରିଟର୍ଣ୍ଣ ଦାଖଲ କଲେ ଦେବାକୁ ପଡ଼ିବ ୫୦୦୦ ଟଙ୍କା ଜରିମାନା

ନୂଆଦିଲ୍ଲୀ: ଆଜି ଅଗଷ୍ଟ ମାସ ୧ ତାରିଖ । ଆଜିଠୁ କିଛି ଗୁରୁତ୍ବପୂର୍ଣ୍ଣ ନିୟମରେ ବଡ଼ ପରିବର୍ତ୍ତନ ହୋଇଛି । କିଷାନ ସମ୍ମାନନିଧି ଯୋଜନା, ଆୟକର ରିଟର୍ଣ୍ଣ ଦାଖଲ ଓ ବ୍ୟାଙ୍କ ଅଫ୍ ବରୋଦା ଚେକ୍ ଦ୍ୱାରା ଦେୟ ପାଇଁ ହୋଇଥିବା ନିୟମରେ ପରିବର୍ତ୍ତନ ହୋଇଛି ।

ସବୁଠାରୁ ବଡ଼ କଥା ହେଉଛି ଏହି ନିୟମ ପରିବର୍ତ୍ତନ ଯୋଗୁ ଆୟକର ରିଟର୍ଣ୍ଣ କରୁଥିବା ବ୍ୟକ୍ତି ଅଧିକ ପ୍ରଭାବିତ ହେବେ । କାରଣ ବର୍ତ୍ତମାନ ଆୟକର ରିଟର୍ଣ୍ଣ ଦାଖଲ କଲେ ଦେବାକୁ ପଡ଼ିବ ୫୦୦୦ ଟଙ୍କା ଜରିମାନା । ଗତକାଲି ଆୟକର ରିଟର୍ଣ୍ଣ ଦାଖଲ କରିବାର ସମୟ ଶେଷ ହୋଇଥିବା ବେଳେ ଆଜିଠୁ ଏହି ନିୟମ ଲାଗୁ ହୋଇଛି । କାରଣ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ଜୁଲାଇ ୩୧ ତାରିଖ ଯାଏ ଆୟକର ରିଟର୍ଣ୍ଣର ଅବଧି ରହିଥିଲା । ଯାହା ଶେଷ ହୋଇଛି । ତେଣୁ ବର୍ତ୍ତମାନ ଆୟକର ରିଟର୍ଣ୍ଣ ଦାଖଲ କଲେ ୫୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ । ତାହାଛଡ଼ା ବାର୍ଷିକ ଆୟ ଯେଉଁମାନଙ୍କର ୫ ଲକ୍ଷରୁ କମ୍‌ ରହିଥିବ ସେମାନେ ୧୦୦୦ଟଙ୍କା ଦେବେ ବୋଲି ସୂଚନା ମିଳିଛି । ଯେଉଁମାନଙ୍କର ବାର୍ଷିକ ଆୟ ୫ଲକ୍ଷରୁ ଅଧିକ ରହିଥିବ ସେମାନେ ୫ହଜାର ଟଙ୍କା ଜରିମାନା ଦେବେ ।

- Advertisement -

ଅନ୍ୟପଟେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନାରେ କିଛି ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ କେୱାସି ବିନା ଏହି ଯୋଜନା ଉପଲବ୍ଧ ହେବ ନାହିଁ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନାର ଲାଭ ପାଇବାକୁ ହେଲେ ଏବେ ପଞ୍ଜୀକରଣ ସହିତ କେୱାଇସି କରିବା ବାଧ୍ୟତାମୂଳକ କରାଯାଇଛି । ପୁରୁଣା ହିତାଧିକାରୀଙ୍କୁ ଏଥିପାଇଁ ଜୁଲାଇ ୩୧ ତାରିଖ ଯାଏ ସମୟ ଦିଆଯାଇଥିଲା । ଯାହା ଗତକାଲି ଶେଷ ହୋଇଛି । ଯେଉଁ ହିତାଧିକାରୀ ମାନେ କେୱାଇସି କରିନାହାନ୍ତି ସେମାନେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଦ୍ବାଦଶ କିସ୍ତି ପାଇପାରିବେ ନାହିଁ ।

ଆଜିଠାରୁ ବ୍ୟାଙ୍କ ଅଫ ବରୋଦା ଚେକ୍‌ ଦ୍ୱାରା ଦେୟର ନିୟମ ପରିବର୍ତ୍ତନ କରିଛି । ବର୍ତ୍ତମାନ ୫ଲକ୍ଷ କିମ୍ବା ଅଧିକ ଯାଞ୍ଚ ପାଇଁ ପଜିଟିଭ୍‌ ପେ ସିଷ୍ଟମ ବାଧ୍ୟତାମୂଳକ କରାଯାଇଛି । ଚେକ୍‌ ପେମେଣ୍ଟକୁ ସୁରଖିତ ରଖିବାକୁ ଏହି ନିୟମ କରାଯାଇଛି । ଠକେଇକୁ ରୋକିବାକୁ ଏପରି ପଦକ୍ଷେପ ନିଆଯାଇଥିବା କୁହାଯାଇଛି ।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories