www.samajalive.in
Saturday, December 13, 2025
26.1 C
Bhubaneswar

ସମୁଦ୍ରରୁ ବାହାରିଲା ଅଦ୍ଭୁତ ଜୀବ, ଯାହାକୁ ଦେଖି ସମସ୍ତେ ଚକିତ

ଅଧିକାଂଶ ସମୟରେ ସମୁଦ୍ରରେ ଏଭଳି କିଛି ଜୀବ ଦେଖିବାକୁ ମିଳନ୍ତି, ଯାହାକୁ ଦେଖି ସାଧାରଣ ଲୋକଙ୍କ ସହ ବୈଜ୍ଞାନିକମାନେ ମଧ୍ୟ ଚକିତ ହୋଇଯାଆନ୍ତି। ଠିକ୍‍ ଏମିତି ହିଁ କିଛି ଘଟିଛି ଆମେରିକାର ଅଲାସ୍କାରେ। ସେଠାରେ ଏଭଳି ଏକ ସାମୁଦ୍ରିକ ଜୀବ ଦେଖିବାକୁ ମିଳିଛି, ଯାହାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ଏହି ଜୀବ ଦେଖିବାକୁ ଠିକ୍‍ ଗଛର ଚେର ଭଳି। ସାରାହ ବେସର ଅଲଫୋର୍ଡ଼ ନାମ୍ନୀ ମହିଳା ପ୍ରଥମେ ଏହି ଜୀବକୁ ଦେଖି ଏହାର ଭିଡିଓ କରିଥିଲେ ଏବଂ ପରେ ଏହା ସାମାଜିକ ଗଣମାଧ୍ୟମରେ ଭାଇରାଲ୍‍ ହୋଇଥିଲା। ଏହି ଅଦ୍ଭୁତ ଜୀବକୁ ଦେଖିବା ପରେ ଲୋକେ ଏବେ ତା’ ବିଷୟରେ ଜାଣିବାକୁ ଖୁବ୍‍ ଆଗ୍ରହ ପ୍ରକାଶ କରିଛନ୍ତି। କିଛି ଲୋକ ଏହାକୁ ଏଲିୟନ୍‍ ବୋଲି ମଧ୍ୟ କହିଛନ୍ତି।

- Advertisement -

ଅଲାସ୍କାର ପ୍ରିନ୍ସ ଅଫ୍‍ ଭେଲ୍ସ ଦ୍ୱୀପର ସମୁଦ୍ର କୂଳରେ ସାରାହ ଏହି ଜୀବକୁ ଦେଖିଥିଲେ। ସାରାହଙ୍କ କହିବା ମୁତାବକ, ଏହି ଅଦ୍ଭୁତ ଜୀବର ନାମ ବାସ୍କେ ଷ୍ଟାର। ସେ ଏହା ମଧ୍ୟ କହିଛନ୍ତି ଯେ, ସେ ଏହି ଜୀବର ଭିଡିଓ କରିବା ପରେ ତାକୁ ସୁରକ୍ଷିତ ଭାବେ ସମୁଦ୍ରରେ ଛାଡ଼ି ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories