ଆଜିକାଲି ଦୁନିଆ ସାରା ଲୋକେ ନିଜ ଡ଼ାଇଟିଙ୍ଗକୁ ନେଇ ଖୁବ ଚିନ୍ତିତ। ଓଜନ ହ୍ରାସ କରିବା ପାଇଁ ଚେଷ୍ଟା କରୁଥିବା ଲୋକେ ଫଳକୁ ମଧ୍ୟ ନିଜ ଖାଇବାରୁ ଦୂରେଇ ରଖିଥାଆନ୍ତି। ମାତ୍ର ଏହା ଠିକ ନୁହେଁ। ଫଳ ନ ଖାଇବା ଦ୍ୱାରା ବହୁ ପୋଷକ ତତ୍ତ୍ୱ ଶରୀର ନିକଟକୁ ପହଞ୍ଚିପାରେ ନାହିଁ। ଫଳକୁ ଠିକ ଭାବେ ଖାଇବା ଦ୍ୱାରା ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଜାଣନ୍ତୁ କେଉଁ ଫଳକୁ ଖାଇବା ଦ୍ୱାରା ଓଜନ ହ୍ରାସ ପାଇଥାଏ………
ଲିଚୁ କୋଳି – ଲିଚୁ କୋଳି ଓଜନ ହ୍ରାସ କରିବା ପାଇଁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଉପକାରୀ ଅଟେ। ଏହି ଫଳରେ ଥିବା ପୋଷକ ତତ୍ତ୍ୱ ଓଜନ ହ୍ରାସ କରିଥାଏ। ତେଣୁ ନିୟମତି ଏହି ଫଳକୁ ଖାଇବା ଦ୍ୱାରା ଖୁବ୍ ଉପକାର ମିଳିଥାଏ।
ତରଭୂଜ – ଓଜନ ହ୍ରାସ ପାଇଁ ଏହା ମଧ୍ୟ ଏକ ଉପକାରୀ ଫଳ ଅଟେ। ବିଶେଷଜ୍ଞଙ୍କ ମତରେ ୧୦୦ ଗ୍ରାମ ତରଭୂଜରେ ୮ ଗ୍ରାମ କାର୍ବୋହାଇଡ଼୍ରେଟ ରହିଛି। ତେଣୁ ଏହାକୁ ନିୟମିତ ଖାଇଲେ ମଧ୍ୟ ଓଜନ ହ୍ରାସ ହୋଇଥାଏ।
ପିଚ ଫଳ – ଏହି ଫଳ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ଅଟେ। ସପ୍ତାହକୁ ୨ ରୁ ୩ ଥର ଏହାକୁ ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ।
ଟମାଟର ଜୁସ୍: ଟମାଟରରେ କମ୍ କ୍ୟାଲୋରୀ ଏବଂ କାର୍ବୋହାଇଡ୍ରେଟ୍ ରହିଥାଏ । ୧୦୦ ଗ୍ରାମ ଟମାଟରରେ ପ୍ରାୟ ୧୮ କ୍ୟାଲୋରୀ ଏବଂ ୩.୮୬ ଗ୍ରାମ କାର୍ବୋହାଇଡ୍ରେଟ୍ ରହିଥାଏ । ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଟମାଟର ଜୁସ୍ ଆପଣଙ୍କ ପାଇଁ ଉତ୍ତମ ବିକଳ୍ପ ହୋଇପାରେ । ଟମାଟର ସହ ଡାଳିମ୍ବ ରସ ମିଶାଇ ପିଇ ପାରିବେ ।
ଗାଜର ଜୁସ୍: ଗାଜରରେ ଫାଇବର ଭରପୁର ମାତ୍ରାରେ ରହିଥାଏ । ଫାଇବର ହଜମ ହେବାରେ ସମୟ ଲାଗୁଥିବାରୁ ଅଧିକ ସମୟ ଯାଏଁ ଭୋକ ହୋଇନଥାଏ । ତେଣୁ ପ୍ରତିଦିନ ଭୋଜନ ତାଲିକାରେ ଗାଜର ଜୁସ୍ ସାମଲି କରି ସହଜ ଉପାୟରେ ଓଜନ ହ୍ରାସ କରିପାରିବେ । ୧୦୦ ଗ୍ରାମ ଗାଜରରେ ପ୍ରାୟ ୪୧ କ୍ୟାଲୋରୀ ଏବଂ ୩ ଗ୍ରାମ ଫାଇବର ରହିଥାଏ । ଏଥିରେ ଆପଣ ଅଁଳା ରସ ମିଶାଇ ପିଇ ପାରିବେ ।
ସେଓ ଜୁସ୍: କ୍ୟାଲୋରୀ ଯୁକ୍ତ ଫଳ ହେଉଛି ସେଓ । ୧୦୦ ଗ୍ରାମ ସେଓରେ ପ୍ରାୟ ୫୦ କ୍ୟାଲୋରୀ ରହିଛି । ଗୋଟିଏ ସେଓ ବା ସେଓ ଜୁସ୍ ନିୟମିତି ଭୋଜନ ତାଲିକାରେ ସାମିଲ କରିପାରିବେ ।
ଓଜନ ହ୍ରାସ କରିଥାଏ ଏହି ଘରୋଇ ଉପାୟ
Popular Categories



