www.samajalive.in
Thursday, December 11, 2025
18.1 C
Bhubaneswar

ସାପ୍ତାହିକ ରାଶିଫଳ: ବିଳମ୍ବରେ କାର୍ଯ୍ୟ ସିଦ୍ଧି ହେବ

ମେଷ- ରବିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରରେ ଯଶ, ମାନ, ଗୌରବ ବୃଦ୍ଧି ଘଟିବ। ବ୍ୟବସାୟରେ ଲାଭବାନ୍‌ ହେବେ। ବନ୍ଧୁ ମିଳନର ଯୋଗ ସୃଷ୍ଟି ହେବ। ବୁଧବାର ଓ ଗୁରୁବାର ପ୍ରୀତି ଲାଭ ହେବ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବେ। ଶୁକ୍ରବାର ଓ ଶନିବାର ଜଗିରଖି ଚଳିବେ। ଅସୁସ୍ଥତା ଭୋଗ ହୋଇପାରେ। ମହିଳା ଓ ବିଦ୍ୟାର୍ଥୀ କର୍ମତତ୍ପର ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ହ୍ରୀଂ ଓଁ ମନ୍ତ୍ର ଜପ କରନ୍ତୁ।

ବୃଷ- ରବିବାର ଓ ସୋମବାର ମଧ୍ୟମ ଫଳ ଲାଭ ହେବ। ବିଳମ୍ବରେ କାର୍ଯ୍ୟସିଦ୍ଧି ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ସଫଳତା ଲାଭ ହେବ। ଆର୍ଥିକ ପରିସ୍ଥିତିରେ ପରିବର୍ତ୍ତନ ଘଟିବ। ଶୁକ୍ରବାର ଓ ଶନିବାର କର୍ମରେ ଆନନ୍ଦପ୍ରାପ୍ତ ହେ​‌େ​‌ବ। ଋଣମୁକ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ଆନନ୍ଦ ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ ଓ ଜଳାଧିବାସ କରନ୍ତୁ।

- Advertisement -

ମିଥୁନ- ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଭଲରେ ନଯାଇପାରେ। ଆଘାତପ୍ରାପ୍ତ ହେବାର ଆଶଙ୍କା ରହିଛି। ଅର୍ଥହାନି ହେବ। ଶତ୍ରୁ ବୃଦ୍ଧି ହେବ। ବୁଧବାର ଓ ଗୁରୁବାର ପିଲାଙ୍କ ଚିନ୍ତା ବଳବତ୍ତର ରହିବ। ଧାର୍ମିକ କାର୍ଯ୍ୟରେ ମନଦେବେ। ଶୁକ୍ରବାର ଓ ଶନିବାର ଶତ୍ରୁ ପରାସ୍ତ ହେବେ। ପ୍ରତିଷ୍ଠା ଲାଭ ହେବ। ପ୍ରତିଯୋଗିତାରେ ବିଜୟୀ ହେବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଗଣେଶଙ୍କୁ ଆରାଧନା କରନ୍ତୁ।

କର୍କଟ- ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପରିଶ୍ରମ ଅନୁସାରେ ଫଳ ପ୍ରାପ୍ତି ହେବ। ଆୟ ବୃଦ୍ଧି ହେବ। ପଡ଼ୋଶୀଙ୍କ ସହ କଳହ ଦେଖାଦେବ। ବୁଧବାର ଓ ଗୁରୁବାର ବ୍ୟବସାୟ ବାଣିଜ୍ୟରେ ଲାଭବାନ୍‌ ହେବେ। ପୈତୃକ ସମ୍ପତ୍ତି ପ୍ରାପ୍ତ ହେବ। ଶୁକ୍ରବାର ଓ ଶନିବାର ସୁସମ୍ବାଦ ପ୍ରାପ୍ତ ହେବ। ଭ୍ରମଣପ୍ରିୟ ହେବେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀଶିବସ୍ତୋତ୍ର ପାଠ କରନ୍ତୁ।

ସିଂହ- ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ମାନହାନି ଘଟିପାରେ। ବୁଧବାର ଓ ଗୁରୁବାର କର୍ମକ୍ଷେତ୍ରରେ ଅଗ୍ରଗତି ଦେଖାଦେବ। ପ୍ରତିଯୋଗିତାରେ ବିଜୟୀ ହେବେ। ଶୁକ୍ରବାର ଓ ଶନିବାର ଜଗିରଖି ଚଳିବେ। ଶତ୍ରୁ ଦ୍ବାରା ପରାସ୍ତ ହେବେ। ଜମିବାଡ଼ି ଗଣ୍ଡଗୋଳ ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।

କନ୍ୟା- ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଶ୍ରୀ ଯୁକ୍ତ ହେବେ। ନୂତନ ନିଯୁକ୍ତି ମିଳିପାରେ। ସମ୍ପତ୍ତି ଲାଭ ହେବ। ବୁଧବାର ଓ ଗୁରୁବାର ମାନସିକ ଅବସାଦ ଦେଖାଦେବ। ପଡ଼ୋଶୀଙ୍କ ସହ ମତଭେଦ ଦେଖାଦେବ। ଶୁକ୍ରବାର ଓ ଶନିବାର ଧାର୍ମିକ କାର୍ଯ୍ୟରେ ଯୋଗଦାନ କରି ଆନନ୍ଦିତ ହେବେ। ମହିଳା ଓ ବିଦ୍ୟାର୍ଥୀ ସମ୍ବେଦନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।

ତୁଳା- ରବିବାର ପ୍ରୀତି ଲାଭ ହେବ। ସୋମବାର ଓ ମଙ୍ଗଳବାର ଜଗିରଖି ଚଳିବେ। ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି। ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ। ବୁଧବାର ଓ ଗୁରୁବାର କର୍ମାଶ୍ରୟୀ ହେବେ। ମଧ୍ୟମ ଲାଭ ସଂଘଟିତ ହେବ। ଶୁକ୍ରବାର ଓ ଶନିବାର କର୍ମକ୍ଷେତ୍ରରେ ଓ ବ୍ୟବସାୟରେ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ଯଶପ୍ରାପ୍ତ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଶିବ ସ୍ତୋତ୍ର ପାଠ କରନ୍ତୁ।

ବିଛା- ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ହସଖୁସିରେ କଟିବ। ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ବୁଧବାର ଓ ଗୁରୁବାର ନୂତନ ଯୋଜନା ପ୍ରସ୍ତୁତ କରିବେ। ଧନପ୍ରାପ୍ତିର ଯୋଗ ସୃଷ୍ଟି ହେବ। ଶୁକ୍ରବାର ଓ ଶନିବାର ଜମିବାଡ଼ି ଗଣ୍ଡଗୋଳ ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ଆଚାର ଓ ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ତ୍ର ଜପ କରନ୍ତୁ।

ଧନୁ- ରବିବାର ମାନସିକ ଅବସାଦ ଦେଖାଦେବ। ସୋମବାର ଓ ମଙ୍ଗଳବାର ପିଲାଙ୍କୁ ନେଇ ଚିନ୍ତିତ ହେବେ। କୌଣସି କଥାକୁ ନେଇ ବ୍ୟସ୍ତ ଓ ବିବ୍ରତ ରହିବେ। ବୁଧବାର ଓ ଗୁରୁବାର କାର୍ଯ୍ୟସିଦ୍ଧି ହେବ। ପ୍ରତିଯୋଗିତାରେ ବିଜୟୀ ହେବେ। ଶୁକ୍ରବାର ଓ ଶନିବାର ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ। ସନ୍ତାନ ଲାଭ ହୋଇପାରେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ତାରାଙ୍କ ମନ୍ତ୍ର ଜପ କରନ୍ତୁ।

ମକର- ରବିବାର ପାରିବାରିକ ଆନନ୍ଦ ଲାଭ ହେବ। ସୋମବାର ଓ ମଙ୍ଗଳବାର ମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଦ୍ରବ୍ୟ ଚୋରି ହୋଇପାରେ। ବୁଧବାର ଓ ଗୁରୁବାର ସନ୍ତାନଙ୍କୁ ନେଇ ଗର୍ବ ଅନୁଭବ କରିବେ। ସାମାଜିକ ପ୍ରତିଷ୍ଠା ଲାଭ ହେବ। ଶୁକ୍ରବାର ଓ ଶନିବାର କୃଷିଜାତ ଦ୍ରବ୍ୟରୁ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ଭାବିଚିନ୍ତି କାର୍ଯ୍ୟ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।

କୁମ୍ଭ- ରବିବାର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ସୋମବାର ଓ ମଙ୍ଗଳବାର ସମ୍ମାନିତ ହେବେ। ପରିଶ୍ରମର ଫଳ ପ୍ରାପ୍ତି ହେବ। ବୁଧବାର ଓ ଗୁରୁବାର ଅଯଥା ହସ୍ତକ୍ଷେପ ବିବଦମାନ ପରିସ୍ଥିତିର ସମ୍ମୁଖୀନ ହେବେ। ଶୁକ୍ରବାର ଓ ଶନିବାର ଅର୍ଥଲାଭ ହେବ। ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ପ୍ରାପ୍ତ କରିବେ। ରିଷ୍ଟଖଣ୍ଡନ ପାଇଁ ରୁଦ୍ରାଷ୍ଟକ ପାଠ କରନ୍ତୁ।

ମୀନ- ରବିବାର କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ସୋମବାର ଓ ମଙ୍ଗଳବାର ବିଶ୍ବାସଘାତକତାର ଶିକାର ହେବେ। ଅଯଥା ଚିନ୍ତା ଆପଣଙ୍କୁ ଚିନ୍ତିତ କରିବ। ବୁଧବାର ଓ ଗୁରୁବାର ଆଭୂଷଣ ପ୍ରାପ୍ତ ହେବ। ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ଶୁକ୍ରବାର ଓ ଶନିବାର ସମୟାନୁବର୍ତ୍ତୀ ହେବେ। ମହିଳା ଓ ବିଦ୍ୟାର୍ଥୀ ପରୋପକାରୀ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗା ସହସ୍ରନାମ ପାଠ କରନ୍ତୁ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories