www.samajalive.in
Saturday, December 6, 2025
26.1 C
Bhubaneswar

ବୁଧବାର ରାଶିଫଳ (୨୦.୦୯.୨୦୨୩)

ମେଷ: ପତ୍ନୀ ଧନପ୍ରିୟ ହୋଇପାରନ୍ତି। ଘରକରଣା ସ୍ବଭାବସମ୍ପନ୍ନ ହେବ। ଆପଣଙ୍କୁ ମଧ୍ୟ ତାଙ୍କ ଦୀକ୍ଷାରେ ଦୀକ୍ଷିତ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ସାଧୁମାନଙ୍କୁ ପରୀକ୍ଷା କରି ସତ୍କାର କରିବେ।
ବୃଷ: ଗୃହପାଳିତ ପଶୁମାନଙ୍କ ପାଇଁ ପଡ଼ୋଶୀଙ୍କ ସହିତ ଉଚ୍ଚବାଚ୍ଚ ହୋଇପାରେ। ଆବଶ୍ୟକ ଅନୁସାରେ ଅମଡ଼ାବାଟରେ ଚଳପ୍ରଚଳ କରିପାରନ୍ତି। ବନ୍ଧୁ ସୁଖ ମିଳିବ। ପତ୍ନୀଙ୍କ କାର୍ଯ୍ୟକଳାପକୁ ସମର୍ଥନ କରିପାରନ୍ତି।
ମିଥୁନ: ସନ୍ତାନମାନେ ସୁଶିକ୍ଷିତଭାବେ ଅକ୍ଷୟ ଯଶର ଅଧିକାରୀ ହେବେ। ସ୍ବଧର୍ମାନୁରକ୍ତ ହୋଇପାରନ୍ତି। ସଚ୍ଚରିତ୍ରସମ୍ପନ୍ନ ହେବା ସହିତ ଜନସାଧାରଣଙ୍କର ଆଦରଣୀୟ ହେବେ। ତେଜଦୀପ୍ତ ହୋଇପାରନ୍ତି।
କର୍କଟ: ଜଳଯାତ ଦ୍ରବ୍ୟ ବ୍ୟବସାୟ କରି ଅର୍ଜିତ ଧନରେ ଆର୍ଥିକ ସ୍ଥିତିକୁ ଉନ୍ନତ ମାନର କରିପାରନ୍ତି। ଭୂସମ୍ପତ୍ତି ପ୍ରାପ୍ତିର ସୂଚନା ମିଳୁଛି। ପ୍ରଦୂଷଣମୁକ୍ତ ଗୃହରେ ବସତି ସ୍ଥାପନ କରିପାରନ୍ତି। କୃଷି କ୍ଷେତ୍ରରୁ ଲାଭ ମିଳିବ।
ସିଂହ: ସବୁ ବର୍ଗର ଲୋକଙ୍କ ସହିତ ମିତ୍ରତା ସ୍ଥାପନ କରି ଆନନ୍ଦ ଉଲ୍ଲାସରେ ସମୟ ଅତିବାହିତ କରିପାରନ୍ତି। ଜଣେ ସୁବକ୍ତାଭାବେ ପ୍ରତିଷ୍ଠା ଅର୍ଜନ କରିବେ। ସତ୍‌ମାର୍ଗରେ ପରିଚାଳିତ ହେଇ ଲୋକଙ୍କ ସେବା କରିବେ।
କନ୍ୟା: ସରକାରୀ ସ୍ତରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ସୁବର୍ଣ୍ଣ, ମଣି, ମୁକ୍ତା ଆଦି ବ୍ୟବସାୟରୁ ପ୍ରଚୁର ଧନ ପ୍ରାପ୍ତି ସହ ସଞ୍ଚୟ ଲାଗି ସୁଖୀ ହେବେ। ଗୃହପାଳିତ ପଶୁମାନେ ଧନଲାଭର ଅନ୍ୟତମ କାରଣ ହୋଇପାରନ୍ତି।
ତୁଳା: ଚିତ୍ର ବିଦ୍ୟା​‌େ​‌ର ପାରଦର୍ଶିତା ଲାଭ କରିପାରନ୍ତି। ସାରା ଜୀବନ ବ୍ୟାପୀ ଅତ୍ୟନ୍ତ ପୁଣ୍ୟ କର୍ମଶୀଳଭାବେ ସାଧାରଣ କ୍ଷେତ୍ରରେ ସମ୍ମାନନୀୟ ପ୍ରଶଂସାର ପାତ୍ର ହେବେ। ସମ୍ପତ୍ତିବାନ୍‌ ହେବେ। କ୍ଷମତାଧାରୀ ହେବେ।
ବିଛା: ଏପରି କାର୍ଯ୍ୟ କରିବେ; ଯେଉଁ କାର୍ଯ୍ୟ ପାଇଁ ପ୍ରଶଂସିତ ହେବା ସହିତ ଲୋକସମ୍ପର୍କ ବୃଦ୍ଧି ହେବା ସତ୍‌ପରାୟଣ ହେବେ। ଉପକାରୀ ବ୍ୟକ୍ତିଙ୍କ ନିକଟରେ କୃତଜ୍ଞ ହେବେ। ସୁବର୍ଣ୍ଣାଦି ସମ୍ପଦ ସହିତ ସୁଖ ମିଳିବ।
ଧନୁ: ସରକାରୀ ସ୍ତରରୁ ସମ୍ମାନ ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରି ପ୍ରଶଂସାର ପାତ୍ର ହେବେ। ପୌରୁଷ ପଣିଆ ପ୍ରତିପାଦିତ କରିପାରନ୍ତି। ଯାନବାହନ ସୁଖ ମିଳିପାରେ।
ମକର: ଅନ୍ୟମାନଙ୍କ ଉପରେ ପ୍ରଭାବ ବିସ୍ତାର କରିବା ଭଳି କର୍ମରେ ଜଡ଼ିତ ହୋଇପାରନ୍ତି। ଦୟାଧର୍ମରେ ଦୀକ୍ଷିତ ହେବାକୁ କୁଣ୍ଠା ପ୍ରକାଶ କରିପାରନ୍ତି। ବନ୍ଧୁତାରେ ଜଡ଼ିତ ସ୍ନେହ ମମତାରୁ ଓହରିଯାଇ ପାରନ୍ତି।
କୁମ୍ଭ: ପରର ଶୁଭକାମନା ଭଳି ଏକ ମାନବୋଚିତ କାର୍ଯ୍ୟ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଈଶ୍ବରୀୟ ବିଭୂତି ପ୍ରାପ୍ତ ହେବେ। ଚାରା ରୋପଣ ଓ ତା’ର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ବ ଦେଇପାରନ୍ତି।
ମୀନ: କେତେକ କ୍ଷେତ୍ରରେ ଅସହିଷ୍ଣୁ ଭାବରେ ନୀତିହୀନ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଅନାଦାର ହୋଇପାରନ୍ତି। ଭୋଗ ଭାବନା ଓ ନିଷ୍ଠୁର ସଙ୍ଗ ପରିତ୍ୟାଗ କଲେ କିଛିଟା ସୁଫଳ ପ୍ରାପ୍ତ ହୋଇପାରନ୍ତି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories