ବୁଧବାର ରାଶିଫଳ (୦୯.୦୮.୨୦୨୩)

ମେଷ: ବିବିଧ ଉପାୟରେ ଧନ ଅର୍ଜନ କରିବାରେ ସକ୍ଷମ ହେବେ। ମତିମାନ୍‌ ହେବେ। ଚଞ୍ଚଳମନା ହୋଇପାରନ୍ତି। ନୀତିନିଷ୍ଠ ହେବେ। କୀର୍ତ୍ତିଶାଳୀ ଓ ସହିଷ୍ଣୁ ହେବେ। ତ୍ୟାଗଶୀଳ ହେବେ। ଆଳସ୍ୟ ପରାୟଣ ହେବେ।
ବୃଷ: ରୋଜଗାର ଊଣା ହେବ ନାହିଁ। ସରକାରୀ ଓ ବନ୍ଧୁ ସହଯୋଗ ମିଳିବ। ଭୋଜନ ରୁଚିପୂର୍ଣ୍ଣ ହେବ। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ।
ମିଥୁନ: ବିବାଦୀୟ ବିତର୍କରୁ ଓହରି ଆସିବା ଆପଣଙ୍କ ପକ୍ଷେ ଉଚିତ ହେବ। ଦୁଶ୍ଚିନ୍ତା ମଧ୍ୟରେ ଗତିକରିବେ। ମଧୁର ବ୍ୟବହାରରେ ପର ଆପଣାର ହେବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। କାର୍ଯ୍ୟରେ ବିଘ୍ନ ଘଟିପାରେ।
କର୍କଟ: ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ସରକାରୀ ସୂତ୍ରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ବାଣିଜ୍ୟ କାରବାର ଲାଭଦାୟକ ହେବ।
ସିଂହ: ନିଷ୍ଠାପର ଭାବେ କର୍ତ୍ତବ୍ୟ ପାଳନ କରିପାରନ୍ତି। କର୍ମକ୍ଷେତ୍ରକୁ ବିଶେଷ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଶୁଭଖବର ପାଇ ଖୁସି ହେବେ।
କନ୍ୟା: ଭାଗ୍ୟଶାଳୀ ହୋଇପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ମିଳିବ ଓ ତା’ର ସଦ୍‌ ବ୍ୟବହାର କରି ଲୋକପ୍ରିୟତା ଅର୍ଜନ କରିବେ।
ତୁଳା: ଦିନ ଭିତରେ କିଛିଟା କ୍ଷୟକ୍ଷତିର ସୂଚନା ମିଳୁଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଆର୍ଥିକ ସ୍ଥିତି ସାମୟିକଭାବେ ନିମ୍ନଗାମୀ ହୋଇପାରେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବେ।
ବିଛା: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। ବହୁ ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ରୁଚିକର ଖାଦ୍ୟ ଖାଇ ଆନନ୍ଦ ଉପଭୋଗ କରିବେ। ଖୁସି ରହିବେ।
ଧନୁ: ବନ୍ଧୁ ଓ ଭ୍ରାତୃ ସହଯୋଗ ମିଳିବ। ଶତ୍ରୁବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଚାକିରିରେ ସୁନାମ ମିଳିବ।
ମକର: ପ୍ରବଚନ ପାଇଁ ପ୍ରସ୍ତୁତି ସ୍ବରୂପ ବିଭିନ୍ନ ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅଧିକ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବ୍ୟବସାୟ ଭଲରେ ଚାଳିବ।
କୁମ୍ଭ: ସର୍ବାଙ୍ଗୀନ ଉନ୍ନତି ଆଶା କରାଯାଏ। ଅତ୍ୟଧିକ ଶ୍ରମ ସ୍ବୀକାର କରିବେ। ତା’ର ମୂଲ୍ୟ ମିଳିବ। ଭ୍ରାତୃସ୍ନେହୀ ଓ ପିତୃଭକ୍ତିଯୁକ୍ତ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। ଉଚ୍ଚ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି।
ମୀନ: ବିଭିନ୍ନ ସ୍ତରରେ ସମ୍ମାନିତ ହୋଇପାରନ୍ତି। ଦେବଦର୍ଶନ ମିଳିବା ସହିତ ବନ୍ଧୁ ମିଳନରେ ବିଶେଷ ଉପକୃତ ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ମିଳିବ।

Comments are closed.